Meditation ସହ ହୃଦୟକୁ ରଖନ୍ତୁ ସୁସ୍ଥ

author img

By

Published : Sep 23, 2022, 3:52 PM IST

Meditation ସହ ହୃଦୟକୁ ସୁସ୍ଥ ରଖନ୍ତୁ

ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡିଛି ଯେ, ଧ୍ୟାନ ବା ମେଡିଟେସର ମସ୍ତିସ୍କର ଚାପକୁ ହ୍ରାସ କରିବା ସହ ରକ୍ତଚାପ ଏବଂ ହୃଦସ୍ପନ୍ଦନକୁ ହ୍ରାସ କରିଥାଏ, ଯାହା ଦ୍ବାରା ହୃଦୟର ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପଡିଥାଏ । ମାତ୍ର ଧ୍ୟାନ ବା ମେଡିଟେସନ(Meditation) ସମସ୍ତଙ୍କ ପାଇଁ ଏତେ ସହଜ ହୋଇନଥାଏ । କିପରି ମେଡିଟେସନ କରିବେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

ନୂଆଦିଲ୍ଲୀ: ଧ୍ୟାନ ଅଭ୍ୟାସ ମନକୁ ଅଧିକ ଆରାମ ଦେଇପାରେ । ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡିଛି ଯେ, ଧ୍ୟାନ ବା ମେଡିଟେସର ମସ୍ତିସ୍କର ଚାପକୁ ହ୍ରାସ କରିବା ସହ ରକ୍ତଚାପ ଏବଂ ହୃଦସ୍ପନ୍ଦନକୁ ହ୍ରାସ କରିଥାଏ, ଯାହା ଦ୍ବାରା ହୃଦୟର ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପଡିଥାଏ । ମାଇଣ୍ଡଫୁଲନେସ ଏବଂ ମେଡିଟେସନ(Meditation) ହୃଦୟ ସ୍ୱାସ୍ଥ୍ୟ ସହିତ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ ।

ମାନସିକ ଚାପ ହାଇପୋଥାଲାମିକ୍-ପିଟୁଇଟା-ଆଡ୍ରେନାଲ୍ ଅକ୍ଷ ଏବଂ ସିମ୍ପେଥାଟିକ ସ୍ନାୟୁ ପ୍ରଣାଳୀର ସିଷ୍ଟମକୁ ବୃଦ୍ଧି କରିଥାଏ । ଏହା କ୍ଷତିକାରକ ହରମୋନ୍ କର୍ଟିସୋଲ୍, ଆଡ୍ରେନାଲିନ୍ ଏବଂ ନୋରଡ୍ରେନାଲିନ୍ ନିର୍ଗତ କରିଥାଏ । ଏହି କ୍ଷତିକାରକ ହରମୋନ୍ ହୃଦସ୍ପନ୍ଦନକୁ ଦ୍ରୁତ କରିବା ସହ ହୃଦ୍‌ରୋଗ ବୃଦ୍ଧି କରିଥାଏ ଏବଂ ଧମନୀକୁ ସଂକୀର୍ଣ୍ଣ କରିଥାଏ ।

ଧ୍ୟାନ ମନ ଏବଂ ଶରୀରରେ ଗଭୀର ଆରାମ ପ୍ରଦାନ କରେ, ଚାପ କମାଇଥାଏ ଏବଂ ମନକୁ ସ୍ଥିର କରିଥାଏ । ତେଣୁ ମାନସିକ ଶାନ୍ତି ପାଇଁ ଧ୍ୟାନର ଆବଶ୍ୟକତା ନିହାତି ଭାବେ ରହିଛି । କେମିତି ନିୟମିତ ଧ୍ୟାନ ଅଭ୍ୟାସ କରିବେ ସେନେଇ ନିମ୍ନରେ ବର୍ଣ୍ଣନା କରାଯାଇଛି...
ଧ୍ୟାନକୁ ଏକ ଅଭ୍ୟାସ କିପରି କରିବେ ?

ଥରେ ଲୋକମାନେ ଅଭ୍ୟାସର ମୌଳିକତା ବୁଝିଗଲେ, ପରବର୍ତ୍ତୀ ଆହ୍ବାନ ଏହାକୁ ଏକ ଅଭ୍ୟାସରେ ପରିଣତ କରେ । ଅନ୍ୟାନ୍ୟ ଜୀବନଶୈଳୀ ପରିବର୍ତ୍ତନ ପରି, ଧ୍ୟାନକୁ ଦୈନନ୍ଦିନ ଜୀବନରେ ଅନ୍ତର୍ଭୁକ୍ତ କରିବା ଏବଂ ଏହାକୁ ଏକ ନିତ୍ୟକର୍ମରେ ପରିଣତ କରିବା ପାଇଁ ସମୟ ଲାଗିଥାଏ । ଏହାକୁ ସହଜ କରିବା ପାଇଁ ନିମ୍ନରେ କେତେକ ଟିପ୍ସ ଦିଆଯାଇଛି...

  • ଫୋନରେ ଦୈନିକ ଆଲାରମ୍ ସେଟ୍ କରନ୍ତୁ
  • ପ୍ରତିଦିନ କିଛି କିଛି ଧ୍ୟାନ ଆରମ୍ଭ କରନ୍ତୁ ଏବଂ ଧ୍ଯାନର ଅବଧିକୁ ଧିରେ ଧିରେ ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ
  • ହୃଦୟର ଆଧ୍ୟାତ୍ମିକ କ୍ଷେତ୍ରକୁ ଧ୍ୟାନ ଦିଅନ୍ତୁ
  • ଏକ ସ୍ଥାନରେ ଆରାମ ହେବା ଭଳି ବସନ୍ତୁ ଏବଂ ଆଖି ବନ୍ଦ କରନ୍ତୁ
  • ବାହ୍ୟ ସମସ୍ୟା ଓ ଟେନ୍‌ସନ୍‌କୁ ସମ୍ପୂର୍ଣ୍ଣ ରୂପେ ଭୁଲିଯାଆନ୍ତୁ

ଧ୍ୟାନ କାହିଁକି ହୃଦୟ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇପାରେ ?

ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଧ୍ୟାନ ଚାପ ସ୍ତରକୁ କମ୍ କରିପାରେ, କର୍ଟିସୋଲ୍ ସ୍ତରକୁ ହ୍ରାସ କରିପାରେ ଏବଂ ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରେ । ଧ୍ୟାନ ଶରୀରର ବିଶ୍ରାମ ଏବଂ ହଜମ କାର୍ଯ୍ୟକୁ ସକ୍ରିୟ କରିପାରିବ । ଦୈନିକ ଧ୍ୟାନ ଅଭ୍ୟାସ ସହିତ, ଲୋକମାନେ ସେମାନଙ୍କର ହୃଦସ୍ପନ୍ଦନ ଏବଂ ରକ୍ତଚାପକୁ ହ୍ରାସ କରିପାରିବେ, ଯାହା ଫଳରେ ହୃଦଘାତ ଆଶଙ୍କା ହ୍ରାସ ପାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.