ETV Bharat / sukhibhava

EG.5.1 ପରେ ଚିହ୍ନଟ ହେଲା ଆଉ ଏକ ଭାରିଆଣ୍ଟ BA.2.86, ଜାଣନ୍ତୁ ଏହାର ଲକ୍ଷଣ

author img

By

Published : Aug 18, 2023, 6:07 PM IST

ଚିହ୍ନଟ ହେଲା କୋରୋନାର ଆଉ ଏକ ଭାରିଆଣ୍ଟ୍‌ । BA.2.86 ଭାରିଆଣ୍ଟକୁ ନେଇ ସତର୍କ କରାଇଲେ ବିଶେଷଜ୍ଞ। ଅଧିକ ପଢନ୍ତୁ

New Covid Variant
New Covid Variant

ହାଇଦ୍ରାବାଦ: ବିଶ୍ବବାସୀଙ୍କ ପିଛା ଛାଡୁନି କୋରୋନା ମହାମାରୀ । ଗତ 15 ଦିନ ଧରି ସମଗ୍ର ବିଶ୍ୱରେ କୋରୋନାର ନୂଆ ଭାଇରାଣ୍ଟ୍‌ ଏରିସ୍ EG.5.1 ଉପରେ ଆଲୋଚନା ଜାରି ରହିଛି । ଏହି ଭାରିଆଣ୍ଟ୍‌ ଲୋକଙ୍କୁ ଅଧିକ ସଂକ୍ରମିତ କରିପାରେ ବୋଲି ଅନୁସନ୍ଧାନକାରୀମାନେ ସତର୍କ ରହିବା ପାଇଁ ଚେତାବନୀ ଦେଇଛନ୍ତି । ବ୍ରିଟେନ୍‌ ସମେତ ଅନେକ ଦେଶରେ ଏହି ଭାରିଆଣ୍ଟ କାରଣରୁ ରୋଗୀଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଯାଇଛି ।

ଏହାରି ଭିତରେ ଆଉ ଏକ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏରିସ୍‌ ପରେ ଆଉ ଏକ ଭାରିଆଣ୍ଟ୍କୁ‌ ନେଇ ସତର୍କ କରାଇଛନ୍ତି। ୟୁଏସ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନସନ୍‌(ସିଡିସି) ଦ୍ବାରା ଦିଆଯାଇଥିବା ରିପୋର୍ଟ ଅନୁସାରେ କୋଭିଡର ନୂଆ ଭାରିଆଣ୍ଟ BA.2.86 ଚିହ୍ନଟ ହୋଇଛି । ଇସ୍ରାଏଲ, ଡେନ୍‌ମାର୍କ୍‌ ଏବଂ ଆମେରିକା ସମେତ ଅନେକ ଦେଶରେ ମାମଲା ବୃଦ୍ଧି ପାଇବାରେ ଲାଗିଛି ।

ଅନୁସନ୍ଧାନକାରୀ ଟିମ୍‌ କହିଛନ୍ତି, "ଏହା କୋରୋନାର ଆଉ ଏକ ଷ୍ଟ୍ରେନ୍‌ ଅଟେ । ସିଡିସି ବିଶେଷଜ୍ଞମାନେ କହିଛନ୍ତି ଯେ, "ଆମେ ଏହି ଷ୍ଟ୍ରେନ୍‌ର ପ୍ରକୃତି ଉପରେ ନଜର ରଖିଛୁ । ଏହା ଏକ ନୂଆ ଭାରିଆଣ୍ଟ । ବର୍ତ୍ତମାନ ସୁଦ୍ଧା ଏନେଇ ଅଧିକ ସୂଚନା ଉପଲବ୍ଧ ହୋଇନଥିବା ବେଳେ ଅଧିକ ଅନୁସନ୍ଧାନ ଜାରି ରହିଛି ।"

ଏହା ମଧ୍ୟ ପଢନ୍ତୁ: COVID-19: ବ୍ରିଟେନରେ ଚିହ୍ନଟ ହେଲା କୋଭିଡର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ

ସିଡିସି ମୁଖପାତ୍ର କ୍ୟାଥଲିନ୍ କନଲି କହିଛନ୍ତି ଯେ, "ପୂର୍ବ ସମୟ ତୁଳନାରେ ବର୍ତ୍ତମାନ ଆମେ କୋରୋନାର ନୂଆ ଭାରିଆଣ୍ଟ ଚିହ୍ନଟ କରିବା ପାଇଁ ପ୍ରସ୍ତୁତ ରହିଛୁ । ବର୍ତ୍ତମାନ ଆମକୁ କୋରୋନାର ଆଉ ଏକ ନୂଆ ଭାରିଆଣ୍ଟ ବିଷୟରେ ପତ୍ତା ମିଳିଛି । ଏହି ଭାରିଆଣ୍ଟର ଅଧିକ ମ୍ୟୁଟାଣ୍ଟ୍‌ ମଧ୍ୟ ଦେଖିବାକୁ ମିଳୁଛି । ଏହି ଭାରିଆଣ୍ଟରେ ବିପଦ ଅଧିକ ରହିଥାଏ ।" ଏହି ବିପଦକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକୁ 'ଭାରିଆଣ୍ଟ ଅଣ୍ଡର ମନିଟରିଂ'ରେ ଶ୍ରେଣୀଭୁକ୍ତ କରିଛି । ତେବେ ଏହା ପୂର୍ବରୁ କେତେକ ଦେଶରେ ଚିହ୍ନଟ ହୋଇଥିବା ଏରିସ୍‌ ଭାରିଆଣ୍ଟ ତୁଳନାରେ ଏହି ଭାରିଆଣ୍ଟ ଅଧିକ ଲୋକଙ୍କୁ ଆକ୍ରାନ୍ତ କରୁଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ବୈଜ୍ଞାନିକମାନେ କହିଛନ୍ତି ଯେ, ଏରିସ୍‌ଠାରୁ ଏହା ବିପଦଜ୍ଜନକ ହେବ କି ନାହିଁ ସେ ବିଷୟରେ ବର୍ତ୍ତମାନ କିଛି ଟିପ୍ପଣୀ ଦେବା ସମ୍ଭବ ନୁହେଁ । ୟୁଏନ୍‌ ଏଜେନ୍ସି କହିଛି ଯେ, BA.2.86 ଦ୍ବାରା ସୃଷ୍ଟି ହୋଇଥିବା ବିପଦକୁ ବୁଝିବା ପାଇଁ ଅଧିକ ତଥ୍ୟ ଆବଶ୍ୟକ, କିନ୍ତୁ ବର୍ତ୍ତମାନ ସୁଦ୍ଧା କରାଯାଇଥିବା ଅନୁସନ୍ଧାନ ଅନୁସାରେ ଏହା ବିପଦ ବୋଲି କୁହାଯାଇଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ 2021 ମସିହାରେ ପ୍ରକାଶିତ ମୂଳ ଓମିକ୍ରନ୍ ଭାରିଆଣ୍ଟ୍‌ ତୁଳନାରେ ଏହି ନୂଆ ଷ୍ଟ୍ରେନ୍‌ରେ ଅନେକ ଆନୁବାଶିଂକ ପରିବର୍ତ୍ତନ ରହିଛି । ଏହି ପରିବର୍ତ୍ତନରୁ ଜଣାପଡିଛି ଯେ, ଏହା ଅଧିକ ଲୋକଙ୍କୁ ଆକ୍ରାନ୍ତ କରିପାରେ । ଏହା ଅନେକ ପ୍ରକାରର ହୋଇପାରେ ବୋଲି ମଧ୍ୟ କିଛି ବୈଜ୍ଞାନିକମାନେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Covid-19: ୟୁରୋପୀୟ ଦେଶରେ କୋରୋନାର ନୂଆ ଭାରିଆଣ୍ଟ EU.1.1 ଠାବ

BA.2.86ର ପ୍ରଥମ ମାମଲା ଆମେରିକାର ମିସିଗନ୍ ୟୁନିଭର୍ସିଟିର ଲାବୋରେଟୋରୀ ଦ୍ୱାରା ରିପୋର୍ଟ କରାଯାଇଥିଲା । XBB ଭାରିଆଣ୍ଟର EG.5କୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏବେ ପୁଣି ଆଉ ଏକ ଭାରିଆଣ୍ଟ୍‌ ଚିନ୍ତା ବଢାଇଛି । ଯାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ବିଶ୍ବବାସୀଙ୍କୁ ସତର୍କ କରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.