ETV Bharat / sukhibhava

Covid-19: ୟୁରୋପୀୟ ଦେଶରେ କୋରୋନାର ନୂଆ ଭାରିଆଣ୍ଟ EU.1.1 ଠାବ

author img

By

Published : Jun 27, 2023, 1:32 PM IST

ୟୁରୋପୀୟ ଦେଶରେ ସାମ୍ନାକୁ ଆସିଲା କୋରୋନାର ନୂଆ ଭାରିଆଣ୍ଟ EU.1.1 । ଅନୁସନ୍ଧାନ ଜାରି ରହିଥିବା ବେଳେ ଏଭଳି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

new COVID variant
new COVID variant

ହାଇଦ୍ରାବାଦ: ତିନି ବର୍ଷରୁ ଅଧିକ ସମୟ ହେଲା କୋରୋନା ଭାଇରସ ବିଶ୍ବରେ ଚିନ୍ତାର କାରଣ ପାଲଟିଛି । କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକୁଛି ସଂକ୍ରମଣ । ଗତ କିଛି ମାସ ହେଲା ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମିଥିବା ବେଳେ ଏବେ ପୁଣି ଏକ ଚିନ୍ତାଜନକ ବିଷୟ ସାମ୍ନାକୁ ଆସୁଛି । ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ (CDC) ଆମେରିକାର ଉତ୍ତର-ପଶ୍ଚିମ ରାଜ୍ୟରେ କୋରୋନାର ଏକ ନୂଆ ଭାରିଆଣ୍ଟ ଉତ୍ପତ୍ତି ଉପରେ ରିପୋର୍ଟ ପ୍ରକାଶ କରିଛନ୍ତି । ଏହାର ନାମ EU.1.1 ରଖାଯାଇଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ଏହି ଭାରିଆଣ୍ଟ ବିଷୟରେ ଜାଣିବା ପାଇଁ ନିରନ୍ତର ଅନୁସନ୍ଧାନ କରାଯାଉଛି । ଆମେରିକାରେ COVID-19 ମାମଲାର ପ୍ରାୟ 1.7% ଏହି ଭାରିଆଣ୍ଟର କାରଣ ବୋଲି ଜଣାପଡିଛି । ଏହା ବ୍ୟତୀତ ଆମେରିକାର ମୋଣ୍ଟାନା ଏବଂ କଲୋରାଡୋରେ ମଧ୍ୟ ଏହା 8.7% ମାମଲାର ମୁଖ୍ୟ କାରଣ EU.1.1 ବୋଲି ଜଣାପଡିଛି । ୟୁଟା ରାଜ୍ୟରେ ସର୍ବାଧିକ 100 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଉଛି । ଏହାପରେ କୋରୋନାକୁ ନେଇ ସତର୍କ ରହିବା ପାଇଁ ପୁଣି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ।

କ'ଣ ଏହି ସବ ଭାରିଆଣ୍ଟ EU.1.1: ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ନୂତନ ସବ୍-ଭାରିଆଣ୍ଟ EU.1.1 ମୌଳିକ ଭାବରେ ଓମିକ୍ରନର ସବ୍-ଭାରିଆଣ୍ଟ XBB.1.5ର ବଂଶଧର, ଯାହା ଚଳିତ ବର୍ଷ ଭାରତ ସମେତ ଅନେକ ଦେଶରେ କୋରୋନା ମାମଲା ଗୁଡ଼ିକର ଦ୍ରୁତ ବୃଦ୍ଧି ପାଇଁ ଦାୟୀ । ଗତ କିଛି ମାସ ପୂର୍ବରୁ ସାରା ବିଶ୍ବରେ ଯେଉଁଭଳି ମାତ୍ରା ବୃଦ୍ଧି ପାଇଲା ଏହାର ମୂଳ କାରଣ EU.1.1 ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ବର୍ତ୍ତମାନ ଏହା ସାରା ବିଶ୍ବରେ କେଉଁ ପ୍ରକାର ପ୍ରଭାବ ପକାଇବ ବା ଏଥିପାଇଁ ପୁଣି ଏକ ଟିକା ବାହାରିବ, ତାହା ମଧ୍ୟ କହିବା ମୁସ୍କିଲ ଅଟେ । ଅଧିକାଂଶ ଲୋକଙ୍କୁ ଟୀକାକରଣ କରାଯାଇଛି, ଯେଉଁ କାରଣରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ରହିଛି । ଏହି ସବ ଭାରିଆଣ୍ଟକୁ ନେଇ ଅନୁଧ୍ୟାନ କରାଯାଉଛି । ଏହାପରେ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ କୁହାଯିବ ବୋଲି କୁହାଯାଉଛି ।

କଣ କହୁଛନ୍ତି ଅନୁସନ୍ଧାନକାରୀ: ନୂଆ ଭାରିଆଣ୍ଟକୁ ନେଇ ଅଧ୍ୟୟନ କରୁଥିବା ଅନୁସନ୍ଧାନକାରୀ ଦଳ ପକ୍ଷରୁ କୁହାଯାଇଛି ଯେ, COVID-19 ରୋଗ ସୃଷ୍ଟି କରୁଥିବା SARS-CoV-2 ଭୁତାଣୁ କ୍ରମାଗତ ଭାବରେ ୟୁଟର୍ଣ୍ଣ ହେଉଛି । ଏଭଳି ପରିସ୍ଥିତିରେ, ଆମେ ସବୁବେଳେ ନୂଆ ପ୍ରକାରର ଆଶଙ୍କା ଉପରେ କାର୍ଯ୍ୟ କରୁଛୁ । ବେଳେବେଳେ କିଛି ଭାରିଆଣ୍ଟ ସୃଷ୍ଟି ହେବା ପରେ ଅଦୃଶ୍ୟ ହୋଇଯାଇଥାନ୍ତି । ଅନ୍ୟପକ୍ଷରେ କିଛି ଭାରିଆଣ୍ଟ ଅଧିକ ସଂକ୍ରମଣ କିମ୍ବା ଗମ୍ଭୀର ରୋଗର କାରଣ ହୋଇପାରେ । ବର୍ତ୍ତମାନ ସୁଦ୍ଧା ଏହା ଜଣାପଡିଛି ଯେ, ଏହି ନୂଆ ଭାରିଆଣ୍ଟ XBB.1.5ର ଏକ ପ୍ରକାର, ତେଣୁ ଏହା ଅଧିକ ଗୁରୁତର ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ନୂଆ ଭାରିଆଣ୍ଟ ପାଇଁ ଶୀଘ୍ର ଆସିପାରେ ଟିକା: ଓମିକ୍ରୋନରେ ବାରମ୍ବାର ଘଟୁଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନୂତନ ଭାରିଆଣ୍ଟକୁ ନେଇ ଟିକାଗୁଡ଼ିକର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଯେହେତୁ ଏପର୍ଯ୍ୟନ୍ତ ଉପଲବ୍ଧ ଅଧିକାଂଶ ଟିକା କୋରୋନାର ମୂଳ ଭାରିଆଣ୍ଟକୁ ଟାର୍ଗେଟ କରିଛି ଯାହା ଗତ ତିନି ବର୍ଷ ମଧ୍ୟରେ ବହୁତ ମଧ୍ୟ ପରିବର୍ତ୍ତନ ହୋଇଛି । ତେବେ ଅନ୍ୟପଟେ ଏହି ଦିଗରେ ଶୀଘ୍ର କାର୍ଯ୍ୟ କରି ବୈଜ୍ଞାନିକମାନେ ମଧ୍ୟ ନୂତନ ଟିକା ପ୍ରସ୍ତୁତ କରିଛନ୍ତି । ନିକଟରେ ମୋଡର୍ନା ଘୋଷଣା କରିଛି ଯେ, ନୂଆ ଭାରିଆଣ୍ଟ ପାଇଁ ଟିକା ପ୍ରସ୍ତୁତି ହୋଇଛି । ଯାହାର ଜରୁରୀକାଳୀନ ବ୍ୟବହାର ଅନୁମୋଦନ ପାଇଁ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA)କୁ ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.