Safer Internet Day: ସୁରକ୍ଷିତ ଇଣ୍ଟରନେଟ ବ୍ୟବହାର ଗଢିବ ସୁସ୍ଥ ସମାଜ

author img

By

Published : Feb 7, 2023, 11:07 AM IST

Internet

ଇଣ୍ଟରନେଟର ବହୁଳ ବ୍ୟବହାର ସମୟରେ ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ ଏହାର ସୁରକ୍ଷିତ ବ୍ୟବହାର । ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜିର ଦିନ(ଫେବ୍ରୁଆରୀ 7)ରେ ପାଳନ ହେଉଛି ସୁରକ୍ଷିତ ଇଣ୍ଟରନେଟ ଦିବସ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ଆଉ ଏକ ଜରୁରୀ ଆବଶ୍ୟକତା ବନିଗଲାଣି ଇଣ୍ଟରନେଟ । ଏହା ଯେପରି ଆମ ଜୀବନର ଏକ ଅଭିଚ୍ଛେଦ୍ୟ ଅଙ୍ଗ ! ବିନା ଇଣ୍ଟରନେଟରେ ଦିନଟିଏ ଚଳିବା ଏକ କଷ୍ଟକର ବ୍ୟାପାର ଭଳି ମନେ ହେଉଛି । ଏପରି ଅନୁଭବ ମଧ୍ୟ ସ୍ବାଭାବିକ, କାରଣ ଆମର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅଧିକାଂଶ କଠିନ କାର୍ଯ୍ୟକୁ ଅତି କମ୍ ସମୟ ମଧ୍ୟରେ ସମ୍ପାଦନ କରିପାରୁଛି ଇଣ୍ଟରନେଟ ।

ହେଲେ ଏହି ଇଣ୍ଟରନେଟର ବ୍ୟବହାରକୁ ନେଇ ଏବେ ଉଠିଛି ବିରାଟ ପ୍ରଶ୍ନ । କାରଣ ବର୍ତ୍ତମାନ ସମୟରେ ଅସମାଜିକ ଲୋକଙ୍କ 'ହାତ ବାରିଶି' ସାଜିଛି ଇଣ୍ଟରନେଟ । ଏହାରି ମଧ୍ୟାମରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବ୍ୟକ୍ତିଗତ ତଥ୍ୟ ଓ ଗୋପନୀୟତା ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତା' ସାଙ୍ଗକୁ କିଶୋର-କିଶୋରୀ ଏବଂ ଯୁବ ବର୍ଗଙ୍କ ଉପରେ ମଧ୍ୟ ଇଣ୍ଟରନେଟର ନକାରାତ୍ମକ ପ୍ରଭାବ ପଡୁଛି । ଏହାକୁ ଦୃଷ୍ଟିରେ ରଖିଲେ ସୁରକ୍ଷିତ ଇଣ୍ଟରନେଟ ବ୍ୟବହାର ଏକ ମୁଖ୍ୟ ପ୍ରସଙ୍ଗ ନିଶ୍ଚିତ ।

ତେଣୁ ସୁରକ୍ଷିତ ଇଣ୍ଟରନେଟ ବ୍ୟବହାର ପାଇଁ ପ୍ରତିଟି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରୀ ଦ୍ବିତୀୟ ସପ୍ତାହର ଦ୍ବିତୀୟ ଦିନରେ ଏହି ଦିବସ ପାଳନ କରାଯାଏ । ସେ' ଦୃଷ୍ଟିରୁ ଆଜି(ଫେବ୍ରୁଆରୀ 7) ତାରିଖରେ ଏହି ଦିବସ ପାଳନ କରାଯାଉଛି । ପ୍ରତିଟି ବ୍ୟକ୍ତିଙ୍କୁ ସୁରକ୍ଷିତ ଇଣ୍ଟରନେଟ ବ୍ୟବହାର ଦିଗରେ ସଚେତନ କରାଇବା ଏହି ଦିବସର ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

ଏହା ମଧ୍ୟ ପଢନ୍ତୁ:- Female Genital Mutilation: ଏକ ଘୃଣ୍ୟ କୁପ୍ରଥା ଖତନାର ବିଲୋପ କେବେ ?

ଏକ ସର୍ବେକ୍ଷଣ ଅନୁସାରେ ଚଳିତ ବର୍ଷର ଆରମ୍ଭ ସୁଦ୍ଧା ସମଗ୍ର ବିଶ୍ବରେ ପ୍ରାୟ 516 କୋଟି ଇଣ୍ଟରନେଟ ବ୍ୟବହାରକାରୀ ଅଛନ୍ତି, ଯାହା ବିଶ୍ବ ଜନସଂଖ୍ୟାର 64.4 ପ୍ରତିଶତ । ସେହିପରି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା 476 କୋଟି, ଯାହା ବିଶ୍ବ ଜନସଂଖ୍ୟାର 59.4 ପ୍ରତିଶତ । ଅର୍ଥାତ୍ ଜନସଂଖ୍ୟାର ଅଧା ଭାଗରୁ ଅଧିକ ଲୋକ ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ଏଥିରୁ ଇଣ୍ଟରନେଟ ବ୍ୟବହାରର ବହୁଳତା ସହଜେ ଅନୁମାନ କରାଯାଇ ପାରୁଛି ।

ଏହାକୁ ଦୃଷ୍ଟିରେ ରଖିଲେ, ସୁରକ୍ଷିତ ଇଣ୍ଟରନେଟର ବ୍ୟବହାର ନିହାତି ଆବଶ୍ୟକ । ବ୍ୟବହାରକାରୀ ସଚେତନ ରହିଲେ ନିଶ୍ଚିତ ରୂପେ ଏହା ସମ୍ଭବପର ହୋଇପାରିବ । ବ୍ୟକ୍ତିଗତ ତଥ୍ୟ ଏବଂ ଗୋପନୀୟତାକୁ ବଜାୟ ରଖିବା ପାଇଁ ପ୍ରତ୍ୟେକ ବ୍ୟବହାରକାରୀ ପ୍ରାଇଭେସି ସେଟିଂ ବାବଦରେ ଜାଣିରଖିବା ଉଚିତ୍ । ସେହିପର କୋରୋନା ପରଠାରୁ ପିଲାମାନଙ୍କର ଇଣ୍ଟରନେଟ ବ୍ୟବହାର ବୃଦ୍ଧି ପାଇଛି । ତେଣୁ ଅଭିଭାବକମାନେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଇଣ୍ଟରନେଟ ମାଧ୍ୟମରେ ଯେକୌଣସି ପ୍ରକାର ଖବରର ପ୍ରଚାର-ପ୍ରସାର ହୋଇପାରୁଥିବାରୁ, କେଉଁ ସୂଚନା ବାବଦରେ ପିଲାମାନେ ଜ୍ଞାତ ରହିବେ, ସେମାନଙ୍କ ଉପଯୋଗୀ ଖବର କଣ ସେସବୁ ପ୍ରତି ସଚେତନ କରାଇବା ଉଚିତ୍ । କୌଣସି ବିଜ୍ଞାନିକ ପ୍ରତିଟି ଉଦ୍ଭାବନରେ ଉଭୟ ଉପକାରୀ ଏବଂ ଅପକାରୀ ଗୁଣ ରହିଛି । ସେ ଦୃଷ୍ଟିରୁ ଇଣ୍ଟରନେଟର ଆବଶ୍ୟକତା ମଧ୍ୟ ରହିଛି, ଯଦି ଆମେ ଏହାର ଭଲ ଦିଗକୁ ବ୍ୟବହାର କରିପାରିବା ତେବେ ଏହା ନିଶ୍ଚିତ ରୂପେ ଆମ ପାଇଁ ଆଶୀର୍ବାଦ ସଦୃଶ କାର୍ଯ୍ୟକରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.