ETV Bharat / sukhibhava

Raw Turmeric Benefits: ସୌନ୍ଦର୍ଯ୍ୟ ବୃଦ୍ଧି ସହ ପେଟ ଫିଟ୍ ରଖେ କଞ୍ଚା ହଳଦୀ

author img

By

Published : Nov 28, 2022, 10:42 PM IST

ରୋଷେଇ ଘର ମସଲା ଡବାରେ ହଳଦୀ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମସଲା । ହଳଦୀ କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ ବରଂ ଏହା ରୋଗ ବିନାଶକାରୀ ମଧ୍ୟ । ସୌନ୍ଦର୍ଯ୍ୟ ବୃଦ୍ଧିଠାରୁ ଆରମ୍ଭ କରି ପେଟ ସ୍ବାସ୍ଥ୍ୟ ବଜାୟ ରଖେ କଞ୍ଚା ହଳଦୀ(Raw Turmeric) । ଅଧିକ ପଢନ୍ତୁ

Raw Turmeric Benefits: ସୌନ୍ଦର୍ଯ୍ୟ ବୃଦ୍ଧି ସହ ପେଟ ସ୍ବାସ୍ଥ୍ୟ ବଜାୟ ରଖେ କଞ୍ଚା ହଳଦୀ
Raw Turmeric Benefits: ସୌନ୍ଦର୍ଯ୍ୟ ବୃଦ୍ଧି ସହ ପେଟ ସ୍ବାସ୍ଥ୍ୟ ବଜାୟ ରଖେ କଞ୍ଚା ହଳଦୀ

ହାଇଦ୍ରାବାଦ: ଶୀତଋତୁକୁ ଫଳ ଏବଂ ପନିପରିବାର ଋତୁ କହିଲେ କିଛି ଭୁଲେ ହେବନି । କାରଣ ଏହି ଋତୁରେ ବଜାରରେ କେବଳ ବିଭିନ୍ନ ପ୍ରକାରର ସବୁଜ ପନିପରିବା ଉପଲବ୍ଧ ହୁଏ ନୁହେଁ, ବରଂ ଅନେକ ପ୍ରକାରର ଫଳ ମଧ୍ୟ ଉପଲବ୍ଧ ହୋଇଥାଏ । ଏତଦ୍ ବ୍ୟତୀତ, ଏହି ଋତୁରେ ଅନେକ ପ୍ରକାରର ଔଷଧଜାତୀୟ ପନିପରିବା ଉପଲବ୍ଧ ହୋଇଥାଏ, ଯାହା ସ୍ୱାସ୍ଥ୍ୟ ବଜାୟ ରଖିବାରେ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଏହିପରି ଏକ ଉପକାରୀ ଖାଦ୍ୟ ସାମଗ୍ରୀ ଔଷଧ ହେଉଛି କଞ୍ଚା ହଳଦୀ ।

ରୋଷେଇ ଘର ମସଲା ଡବାରେ ହଳଦୀ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମସଲା । ହଳଦୀ କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ ବରଂ ଏହା ରୋଗ ବିନାଶକାରୀ ମଧ୍ୟ । କୌଣସି ଆଘାତ କିମ୍ବା କ୍ଷତ ଉପରେ ହଳଦୀ ବ୍ୟବହାର ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କଞ୍ଚା ହଳଦୀ ଶୁଖିଲା ସାଧାରଣ ହଳଦୀ ତୁଳନାରେ ପ୍ରତ୍ୟେକ କ୍ଷେତ୍ରରେ ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ । ତେବେ ଆମେ ଆଜି କଞ୍ଚା ହଳଦୀର ଉପକାରିତା ବାବଦରେ ଜାଣିବା...

ଆୟୁର୍ବେଦରେ କଞ୍ଚା ହଳଦୀ ଉପକାରିତା:-

ଭୋପାଳର ଆୟୁର୍ବେଦିକ ଡାକ୍ତର ଡ. ରାଜେଶ ଶର୍ମା ବ୍ୟାଖ୍ୟା କରିଛନ୍ତି ଯେ, ହଳଦୀ ବିଭିନ୍ନ ଋତୁରେ ଉପଲବ୍ଧ ହୋଇଥାଏ ଏବଂ ଏହା ସେହି ଋତୁରେ ଶରୀରର ଆବଶ୍ୟକତା ପୂରଣ କରିବାରେ ଲାଭଦାୟକ ହୋଇଥାଏ । ଗ୍ରୀଷ୍ମଋତୁରେ ହଳଦୀ ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରିଥାଏ, ଜଳ ଅଭାବକୁ ହ୍ରାସ କରି ହାଇଡ୍ରେଟ ରଖିଥାଏ ଏବଂ ସହଜରେ ହଜମ କରାଇଥାଏ । ଅନ୍ୟପକ୍ଷରେ, ଶୀତଋତୁରେ, ସଂକ୍ରମଣ ଏବଂ ରୋଗ ହେବାର ଅଧିକ ସମ୍ଭାବନା ଥିବାରୁ ଏହି ଋତୁରେ ବଳଦୀ ବେଶ୍ ଉପକାରୀ ହୋଇଥାଏ । ଶରୀରକୁ ଆବଶ୍ୟକ ପରିମାଣର ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ଶକ୍ତି ଯୋଗାଇଥାଏ । ନିୟନ୍ତ୍ରିତ ପରିମାଣରେ ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଶରୀରକୁ ଅନେକ ସମସ୍ୟାରୁ ରକ୍ଷା କରାଯାଇପାରିବ ।

କଞ୍ଚା କଦଳୀ ପୁଷ୍ଟିକର:-

ସେ ବ୍ୟାଖ୍ୟା କରିଛନ୍ତି ଯେ, କେବଳ କଞ୍ଚା ହଳଦୀ ବ୍ୟବହାର ନୁହେଁ, ଅନେକ ସମୟରେ ଏହାର ବାହ୍ୟ ବ୍ୟବହାର ମଧ୍ୟ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । କଞ୍ଚା ହଳଦୀରେ ସାଧାରଣ ହଳଦୀ ଅପେକ୍ଷା ଅଧିକ ପୋଷକ ତତ୍ତ୍ୱ ରହିଥାଏ । ଆୟୁର୍ବେଦରେ ଏହାକୁ ଏକ ଔଷଧ ଭାବେ ବିବେଚନା କରାଯାଏ ଏବଂ ଏହା ଅନେକ ଚିକିତ୍ସାରେ ବ୍ୟବହୃତ ହୋଇଥାଏ । ଉଲ୍ଲେଖନୀୟ ବିଷୟ ହେଉଛି, ହଳଦୀରେ ବାତ, କଫ ଦୋଷ ହ୍ରାସ କରିବାର ଗୁଣ ରହିଛି ଏବଂ ଏହା ଶରୀରରେ ରକ୍ତ ବୃଦ୍ଧିରେ ସାହାଯ୍ୟ କରିଥାଏ ।

କଞ୍ଚା ହଳଦୀରେ ମିଳୁଥିବା ପୁଷ୍ଟିକର ଖାଦ୍ୟ ବିଷୟରେ କହିବାକୁ ଗଲେ ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି 6 ଏବଂ କେ, ପୋଟାସିୟମ୍, ସୋଡିୟମ୍, ଡାଏଟାରୀ ଫାଇବର, କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, କପର, ଜିଙ୍କ, ଫସଫରସ୍, ଥିଆମିନ୍ ଏବଂ ରିବୋଫ୍ଲାଭିନ୍ ଇତ୍ୟାଦି ରହିଥାଏ । ଆଣ୍ଟି ଫଙ୍ଗଲ୍, ଆଣ୍ଟିସେପ୍ଟିକ୍, ଆଣ୍ଟି ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ମଧ୍ୟ ମିଳିଥାଏ । ଏହା ବ୍ୟତୀତ, କର୍କୁମିନ୍ ନାମକ ଏକ ଉପାଦାନ ମଧ୍ୟ ଏଥିରେ ମିଳିଥାଏ, ଯାହାର ସନ୍ତୁଳିତ ପରିମାଣରେ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇପାରେ ।

କଞ୍ଚା ହଳଦୀର ଉପକାରିତା(Raw Turmeric Benefits):-

ସେ ବ୍ୟାଖ୍ୟା କରିଛନ୍ତି ଯେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ କଞ୍ଚା ହଳଦୀ ଥଣ୍ଡା ଏବଂ କାଶ ପରି ଋତୁକାଳୀନ ସଂକ୍ରମଣକୁ ରୋକିଥାଏ । ଏହା ବ୍ୟତୀତ କଞ୍ଚା ହଳଦୀ ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର କରିଥାଏ, ଯାହା ମଧ୍ୟରୁ କେତେକ ନିମ୍ନରେ ବର୍ଣ୍ଣନା କରାଯାଇଛି...

  • ଏଥିରେ ମିଳୁଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ କେବଳ ଶରୀରକୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ ନାହିଁ, ଏହା ଋତୁକାଳୀନ ସଂକ୍ରମଣରୁ ମୁକ୍ତି ପାଇବାରେ ମଧ୍ୟ ସାହାଯ୍ୟ କରେ ।
  • ଏଥିରେ ମିଳୁଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଆଘାତ ଏବଂ କ୍ଷତର ଶୀଘ୍ର ଆରୋଗ୍ୟ ହେବା ଏବଂ ଶରୀରରେ ଯେକୌଣସି ପ୍ରକାରର ଫୁଲା ଦୂର କରିବାରେ ଅତ୍ୟନ୍ତ ଲାଭଦାୟକ ।
  • ହୃଦ୍‌ରୋଗ, ଷ୍ଟ୍ରୋକ୍, ମେଦବହୁଳତା ଏବଂ ମଧୁମେହ ଭଳି ସମସ୍ୟାରେୁ ରକ୍ଷା କରିଥାଏ ।
  • ଓଜନ ଏବଂ ମେଦବହୁଳତା ହ୍ରାସ କରିବାରେ ଏବଂ ଆମ ଶରୀରର ମାସ ଇଣ୍ଡେକ୍ସ(Body Mas Index)କୁ ସନ୍ତୁଳିତ ରଖିବାରେ ଏହା ସହାୟକ ହୋଇଥାଏ ।
  • କଞ୍ଚା ହଳଦୀ ଖାଇବା ଦ୍ୱାରା ହଜମ ଶକ୍ତି ମଧ୍ୟ ସୁସ୍ଥ ରହିଥାଏ ଏବଂ ଗ୍ୟାସ, ଅମ୍ଳତା, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ ।
  • କଞ୍ଚା ହଳଦୀ ଖାଇବା ଦ୍ୱାରା ରକ୍ତରୁ ବିଷାକ୍ତ ପଦାର୍ଥ ବାହାର କରି ପ୍ରାକୃତିକ ଭାବରେ ରକ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ ।
  • ଗଣ୍ଠି ଯନ୍ତ୍ରଣା ଏବଂ ଆର୍ଥ୍ରାଇଟିସରେ ବହୁତ ଆରାମ ଦେଇଥାଏ ।
  • ସ୍ନାୟୁ ପ୍ରଣାଳୀକୁ ସୁସ୍ଥ ରଖିବାରେ ମଧ୍ୟ ଏହା ସହାୟକ ହୋଇଥାଏ ।
  • ପାଟି ଏବଂ ଦାନ୍ତ ସହ ଜଡିତ ଅନେକ ସମସ୍ୟାରୁ ଉପଶମ ମିଳିପାରେ ।
  • ଏହା ବ୍ୟତୀତ, ମହିଳାମାନଙ୍କ ଲ୍ୟୁକୋରିଆ, ସ୍ତନ ସମ୍ବନ୍ଧୀୟ ସମସ୍ୟା ଏବଂ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ଆରାମ ଦେଇଥାଏ ।
  • କଞ୍ଚା ହଳଦୀ ମଧ୍ୟ ସୁନ୍ଦରତା ବୃଦ୍ଧି କରିଥାଏ ।

ସତର୍କତା:-

ଡ. ରାଜେଶ ବ୍ୟାଖ୍ୟା କରିଛନ୍ତି ଯେ, ହଳଦୀକୁ ନିୟନ୍ତ୍ରିତ ପରିମାଣରେ ଖାଇବା ଉଚିତ ଏବଂ କେତେକ ବିଶେଷ ପରିସ୍ଥିତିରେ ଏହାକୁ ଏଡାଇବା ଉଚିତ୍, ନଚେତ୍ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ଦେଖାଯାଇପାରେ । ସେ ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ହଜମ ପ୍ରକ୍ରିୟାରେ କୌଣସି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯେଉଁମାନଙ୍କର ଷ୍ଟୋନ୍ ସମସ୍ୟା ଅଛି ଏବଂ ନାକରୁ ରକ୍ତସ୍ରାବ ହେଉଛି, ସେମାନେ କଞ୍ଚା ହଳଦୀକୁ ସିଧାସଳଖ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ବ୍ୟତୀତ ଗର୍ଭବତୀ ମହିଳାମାନେ ମଧ୍ୟ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଡ . ରାଜେଶ ବ୍ୟାଖ୍ୟା କରିଛନ୍ତି ଯେ, କଞ୍ଚା ହଳଦୀକୁ ଅତ୍ୟଧିକ ଖାଇବା ଦ୍ୱାରା କିଡନୀ ଷ୍ଟୋନ୍ ସମସ୍ୟା, ଦ୍ରୁତ ହୃଦସ୍ପନ୍ଦନ, ରକ୍ତଚାପ ଏବଂ ପେଟ ଜନିତ ସମସ୍ୟା ଆଶଙ୍କା ବଢିଥାଏ । ତେଣୁ, ଏକ ସନ୍ତୁଳନ ରକ୍ଷା କରି ସେବନ କରନ୍ତୁ । ଏହା ବ୍ୟତୀତ, ଯେଉଁମାନେ କୌଣସି ଗୁରୁତର ରୋଗରେ ପୀଡିତ କିମ୍ବା କୌଣସି ପ୍ରକାରର ଚିକିତ୍ସା କିମ୍ବା ଥେରାପି ନେଉଛନ୍ତି, ସେମାନେ ଏହାକୁ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ମଧ୍ୟ ପରାମର୍ଶ କରିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.