ETV Bharat / sukhibhava

ରେକର୍ଡ କଲା ଭାରତ, ଗୋଟିଏ ବର୍ଷରେ 15 ହଜାର ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟ

author img

By

Published : Feb 20, 2023, 4:42 PM IST

ଅଙ୍ଗଦାନ ପାଇଁ ମନ ବଳାଉଛନ୍ତି ଦେଶବାସୀ । କେବଳ 2022ରେ 15 ହଜାରରୁ ଅଧିକ ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟେସନ୍ ବା ଅଙ୍ଗ ପ୍ରତିରୋପଣ କରାଯାଥିବା ସୂଚନା । ଅଧିକ ପଢନ୍ତୁ

organ transplantation
organ transplantation

ନୂଆଦିଲ୍ଲୀ: ମୃତକ ବା ମୃତ ଘୋଷିତ ବ୍ୟକ୍ତି କରିଥିବା ଅଙ୍ଗଦାନର କିପରି ସଠିକ୍ ବ୍ୟବହାର ହୋଇପାରିବ ଏବଂ ଦେଶର ପ୍ରତିଟି ବ୍ୟକ୍ତି କିପରି ଅଙ୍ଗଦାନ ପ୍ରତି ମନ ବଳାଇବେ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏହି ପ୍ରକ୍ରିୟାର ସଠିକ୍ ବିନିଯୋଗ ପାଇଁ ନିକଟରେ କେନ୍ଦ୍ର ସରକାର 'ୱାନ୍ ନେସନ୍, ୱାନ୍ ପଲିସି' ଫର୍ ଅର୍ଗାନ୍ ଟ୍ଲାନ୍ସପ୍ଲାଣ୍ଟ ନିୟମ ଆରମ୍ଭ କରିଛନ୍ତି । ତେବେ ସରକାରଙ୍କ ଏହି ପ୍ରୟାସକୁ ଆଉ ଏକ ଖୁସି ଖବର ଆଣି ଦେଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରା ଯାଇଥିବା ରିପୋର୍ଟ ଅନୁସାରେ ଦେଶରେ ଗତ ବର୍ଷ 15 ହଜାରରୁ ଅଧିକ ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟେସନ୍ ବା ଅଙ୍ଗ ପ୍ରତିରୋପଣ କରାଯାଇଛି । ଏହା ଅଙ୍ଗ ପ୍ରତିରୋପଣ ସଂଖ୍ୟାରେ ବାର୍ଷିକ 27% ବୃଦ୍ଧି ବୋଲି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ନ୍ୟାସନାଲ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍(NOTTO) ସାଇନ୍ସ ଡାଏଲଗ୍ 2023 କାର୍ଯ୍ୟକ୍ରମରେ ଯୋଗଦେଇ ରାଜେଶ ଭୂଷଣ କହିଛନ୍ତି ଯେ, ଅଙ୍ଗ ପ୍ରତିରୋପଣ ପ୍ରକ୍ରିୟା କୋଭିଡ ପରେ ଦ୍ରୁତ ଗତିରେ କାର୍ଯ୍ୟକାରୀ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ହଟିବ ଅଙ୍ଗଦାନ ପାଇଁ ଥିବା ନିୟମ, ଲାଗୁ ହେବ 'ୱାନ୍ ନେସନ୍, ୱାନ୍ ପଲିସି' ଯୋଜନା

ପ୍ରଥମ ଥର ପାଇଁ ଭାରତ ଗୋଟିଏ ବର୍ଷରେ 15,000 ରୁ ଅଧିକ ଅଙ୍ଗ ପ୍ରତିରୋପଣ କରିଛି । ଏହା ସହିତ ଟ୍ରାନ୍ସପ୍ଲାଣ୍ଟ ସଂଖ୍ୟାରେ ବାର୍ଷିକ 27 ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ସଚିବ ରାଜେଶ ଭୂଷଣ ତିନୋଟି ପ୍ରାଥମିକ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି, ଯେଉଁଥିରେ ପ୍ରୋଗ୍ରାମେଟିକ୍ ପୁନର୍ଗଠନ, ଯୋଗାଯୋଗ ରଣନୀତି ଏବଂ ବୃତ୍ତିଗତମାନଙ୍କର ଦକ୍ଷତା ସାମିଲ୍ ରହିଛି । ଜନସଂଖ୍ୟା ବୃଦ୍ଧି ପାଉଛି, ଏଥିପାଇଁ ପ୍ରତିଟି ଜୀବନଶୈଳୀକୁ ସୁସ୍ଥ କରିବା ପାଇଁ ଆମର ଯୋଗାଯୋଗ ତଥା ସଚେତନତା ରଣନୀତିକୁ ଅପଡେଟ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଦ୍ବାରା ସମ୍ଭାବ୍ୟ ଅଙ୍ଗ ଦାତାମାନେ ଆଗକୁ ଆସିବେ ବୋଲି ଭୂଷଣ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଲିମ କାର୍ଯ୍ୟକ୍ରମ ସହିତ ପ୍ରିଣ୍ଟ୍ ଏବଂ ଇଲେକ୍ଟ୍ରୋନିକ୍(ଛପା ଓ ବୈଦ୍ୟୁତିକ) ଗଣମାଧ୍ୟମ ମାଧ୍ୟମରେ ବ୍ୟାପକ ପ୍ରଚାର ଏବଂ ସଚେତନତା ସହ ସ୍ଥାନୀୟ ହିତାଧିକାରୀ ଏବଂ ଏନଜିଓ ସହ ଜଡିତ ହୋଇପାରିଲେ ଅଙ୍ଗଦାନ ପ୍ରତି ଲୋକଙ୍କୁ ସଚେତନ କରାଇପାରିବା । 640 ରୁ ଅଧିକ ମେଡିକାଲ ହସ୍ପିଟାଲ ଏବଂ କଲେଜ ଥାଇ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ କେବଳ କିଛି ଡାକ୍ତରଖାନାରେ ସୀମିତ ଏକ ସ୍ବତନ୍ତ୍ର ସେବା ହୋଇ ରହିଛି ।

ତେଣୁ ଅସ୍ତ୍ରୋପଚାର ଏବଂ ଟ୍ରାନ୍ସପ୍ଲାଣ୍ଟ କରାଯାଉଥିବା ସଂସ୍ଥାର ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଦେଶରେ ଅସ୍ତ୍ରୋପଚାର ବା ଟ୍ରାନ୍ସପ୍ଲାଣ୍ଟ କେନ୍ଦ୍ର ବୃଦ୍ଧି ହେବା ଆବଶ୍ୟକ । ସ୍ୱାସ୍ଥ୍ୟସେବା ବିଶେଷଜ୍ଞମାନଙ୍କ ପାଇଁ ସମ୍ବେଦନଶୀଳତା ଏବଂ ତାଲିମ ସହିତ ଆମର ଶାରୀରିକ ଭିତ୍ତିଭୂମିକୁ ସର୍ବୋତ୍କୃଷ୍ଟ ଭାବରେ ବ୍ୟବହାର କରାଯିବା ଆବଶ୍ୟକ ବୋଲି ଭୂଷଣ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.