ମଧୁମେହ ଓ ମେଦବହୁଳତାକୁ ଦୂର କରିବ ଆୟୁର୍ବେଦ ଔଷଧ BGR 34

author img

By

Published : Sep 24, 2022, 4:40 PM IST

Updated : Sep 24, 2022, 5:47 PM IST

ମଧୁମେହ, ମେଦବହୁଳତା ଭଳି ଜଟିଳ ସମସ୍ୟାକୁ ଦୂର କରିବ ଆୟୁର୍ବେଦ ଔଷଧ BGR 34

ମୋଟାପଣ ଓ ମଧୁମେହ ଦୂର କରିପାରିବ ଆୟୁର୍ବେଦିକ ଔଷଧ(Herbal Drug BGR 34 BenefIcial for Diabetes, Odbesity) । ଏପରି ଏକ ଆୟୁର୍ବେଦିକ ଔଷଧ ଚିହ୍ନଟ କରିଛନ୍ତି AIIMS ଅନୁସନ୍ଧାନକାରୀ ଦଳ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର (AIIMS Research) ଏକ ଡାକ୍ତରୀ ଟିମ୍ ଜାଣିବାକୁ ପାଇଛନ୍ତି ଯେ, ଆଣ୍ଟି-ଡାଇବେଟିସ୍ ଆୟୁର୍ବେଦିକ ଔଷଧ BGR 34 ମେଟାବୋଲିକ୍ ସିଷ୍ଟମକୁ ଉନ୍ନତ କରିବା ସହ କ୍ରନିକ୍ ରୋଗରେ ପୀଡିତ ରୋଗୀଙ୍କ ମେଦବହୁଳତା ହ୍ରାସ କରିବାରେ ମଧ୍ୟ ପ୍ରଭାବଶାଳୀ । AIIMSର ଫାର୍ମାକୋଲୋଜି ବିଭାଗ ଅତିରିକ୍ତ ପ୍ରଫେସର ସୁଧୀର ଚନ୍ଦ୍ର ସରଙ୍ଗୀଙ୍କ ନେତୃତ୍ୱରେ ଏକ ଟିମ୍ ତିନି ବର୍ଷ ଅଧ୍ୟୟନ କରିବା ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ଔଷଧୀୟ ଉଦ୍ଭିଦରୁ ବିଭିନ୍ନ ଉପାଦାନକୁ ମିଶାଇ ଏହି ଔଷଧ BGR 34କୁ ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ପରିଷଦ(CSIR) ଦ୍ୱାରା ବ୍ୟାପକ ଅନୁସନ୍ଧାନ ପରେ ବିକଶିତ କରାଯାଇଛି ଏବଂ AIMIL ଫାର୍ମାସ୍ୟୁଟିକାଲ୍ସ ଦ୍ବାରା ଏହାର ବିକ୍ରି କରାଯାଉଛି ।

ଏଲୋପ୍ୟାଥିକ ଔଷଧ ସହିତ ପ୍ରଭାବଶାଳୀ:-

BGR 34 ନିଜେ ପ୍ରଭାବଶାଳୀ କି ଅନ୍ୟ ଏଲୋପାଥିକ ଔଷଧ ସହିତ ମିଳିତଭାବେ ପ୍ରଭାବଶାଳୀ, ଯଦି ପ୍ରଭାବଶାଳୀ, ତେବେ କେତେ ପ୍ରତିଶତ ? ସେ ବାବଦରେ ଜାଣିବା ଅଧ୍ୟୟନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଫଳାଫଳରୁ ଏହା ଜଣାପଡିଛି ଯେ ହର୍ବାଲ ଔଷଧ ଶରୀରର ଓଜନ ହ୍ରାସ କରିବା ସହିତ ହରମୋନାଲ ପ୍ରୋଫାଇଲର ମୋଡ୍ୟୁଲେସନ ମାଧ୍ୟମରେ ରକ୍ତ ଶର୍କରାକୁ ହ୍ରାସ କରିବା ପାଇଁ ଯଥେଷ୍ଟ ଅଟେ । ଏହି ଔଷଧ ହରମୋନାଲ ପ୍ରୋଫାଇଲ, ଲିପିଡ ପ୍ରୋଫାଇଲ ଏବଂ ଟ୍ରାଇଗ୍ଲାଇସରାଇଡ ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

ଅତ୍ୟଧିକ ଟ୍ରାଇଗ୍ଲାଇସରାଇଡ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କାରଣ ଏହା ଏକ ଖରାପ କୋଲେଷ୍ଟ୍ରୋଲ୍ । ସେହିପରି ଭାବରେ, ନିୟନ୍ତ୍ରିତ ଲିପିଡ ପ୍ରୋଫାଇଲ ହୃଦ୍‌ରୋଗକୁ ଦୂରେଇ ରଖିଥାଏ, ଯେତେବେଳେ ହରମୋନାଲ ପ୍ରୋଫାଇଲରେ ବ୍ୟାଘାତ ଶୋଇବା ଉପରେ ପ୍ରଭାବ ପକାଇଥାଏ । ଏହାର ବିପରୀତରେ, ହର୍ମୋନାଲ ପ୍ରୋଫାଇଲର ମୋଡ୍ୟୁଲେସନ ମହତ୍ବପୂର୍ଣ ବୋଲି ଜଣାପଡିଛି ଯାହା ଫଳରେ ଇନସୁଲିନ ସ୍ତର ବୃଦ୍ଧି ପାଇଲା । ମାର୍ଚ୍ଚ ୨୦୧୯ରେ ଆରମ୍ଭ ହୋଇଥିବା ଏହି ଅଧ୍ୟୟନ ଶୀଘ୍ର ଏକ ଅନୁସନ୍ଧାନ ପତ୍ରିକାରେ ପ୍ରକାଶ ପାଇବ ।

ବାସ୍ତବରେ, ସିନ୍ଦୋ ସାଇଣ୍ଟିଫିକ୍ ପ୍ଲାଟଫର୍ମ ଉପରେ ସର୍ବିଆ ଜର୍ନାଲ୍ ଅଫ୍ ଏକ୍ସପେରିମେଣ୍ଟାଲ୍ ଏବଂ କ୍ଲିନିକାଲ୍ ରିସର୍ଚ୍ଚର(Serbian Journal of Experimental and Clinical Research on the Cindo Scientific Platform) ସର୍ବଶେଷ ସଂସ୍କରଣରେ ପ୍ରକାଶିତ ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ BGR-34 ତିନିମାସ ମଧ୍ୟରେ ଶରୀରରେ ସୁଗାର୍ ସ୍ତରକୁ ହ୍ରାସ କରିବାରେ ସକ୍ଷମ ହୋଇଥିଲା । ଫଳରେ ଏହା ମଧୁମେହର ଜଟିଳତାକୁ ରୋକିବା ପାଇଁ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ବୋଲି ବିବେଚନା କରାଯାଉଛି ।

Last Updated :Sep 24, 2022, 5:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.