ETV Bharat / sukhibhava

Heavy Bleeding During Periods: ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଛି କି ? ଜାଣନ୍ତୁ କାରଣ

author img

By

Published : Jul 8, 2023, 9:13 AM IST

ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଛି କି ? ଏହା ପଛରେ ଅନେକ କାରଣ ରହିଛି । ଅଧିକ ପଢନ୍ତୁ

Heavy Bleeding During Periods
Heavy Bleeding During Periods

ହାଇଦ୍ରାବାଦ: ମାସିକ ଋତୁସ୍ରାବରେ ରକ୍ତସ୍ରାବ ଏକ ସାଧାରଣ ପ୍ରକ୍ରିୟା । ଏହା ସମସ୍ତ ମହିଳାଙ୍କ ଠାରେ ଭିନ୍ନ ଭିନ୍ନ ହୋଇଥାଏ । କେବଳ ରକ୍ତସ୍ରାବ ନୁହେଁ ନିୟମିତତା ଦୃଷ୍ଟିରୁ ମଧ୍ୟ କିଛି ଲୋକଙ୍କ ଋତୁସ୍ରାବର ଅବଧି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ ପ୍ରାୟ ମହିଳାଙ୍କର 2ରୁ 7 ଦିନ ରକ୍ତସ୍ରାବ ହୋଇଥାଏ । କିଛି ମହିଳା ବା ଯୁବତୀଙ୍କର କମ ରକ୍ତସ୍ରାବ ହେଉଥିବା ବେଳେ ଆଉ କିଛି ଜଣଙ୍କର ଅଧିକ ହୋଇଥାଏ । ଫଳରେ ବାରମ୍ବାର ସାନିଟାରୀ ପ୍ୟାଡ ପରିବର୍ତ୍ତନ କରିବାକୁ ପଡିଥାଏ । ବିଶେଷଜ୍ଞମାନେ ଏହି ଅବସ୍ଥାକୁ ମେନୋରେଜିଆ ବୋଲି କହିଥାନ୍ତି । କିଛି ଆଭ୍ୟନ୍ତରୀଣ ସମସ୍ୟା ହେତୁ ଏହା ହୋଇଥାଏ ।

କଣ ଏହି ମେନୋରେଜିଆ?: ଯଦି ମେନୋରେଜିଆକୁ ବ୍ୟାଖ୍ୟା କରାଯାଏ, ଏହାର ଅର୍ଥ କେବଳ ଅତ୍ୟଧିକ ରକ୍ତସ୍ରାବ ହେବା । ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟୀ, ଯେତେବେଳେ ଜଣେ ମହିଳାଙ୍କର 7 ଦିନରୁ ଅଧିକ ସମୟ ଧରି ଋତୁସ୍ରାବ ହୋଇଥାଏ ଏବଂ ପ୍ରତି 2 ଘଣ୍ଟାରେ ପ୍ୟାଡ ବଦଳାଇବାକୁ ପଡେ, ତେବେ ଏହାକୁ ମେନୋରେଜିଆ ଭାବରେ ବିବେଚନା କରାଯାଏ । ଏହା ଦୈନନ୍ଦିନ ଜୀବନଶୈଳୀକୁ ପ୍ରଭାବିତ କରିଥାଏ ।

ମେନୋରେଜିଆରେ ଏହି ସମସ୍ୟା ହୋଇଥାଏ:

  1. ଏହା ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରେ
  2. ପ୍ରତି ଘଣ୍ଟାରେ ଗୋଟିଏ କିମ୍ବା ଅଧିକ ସାନିଟାରୀ ପ୍ୟାଡ୍ ବଦଳାଇବାକୁ ପଡିଥାଏ
  3. ରକ୍ତସ୍ରାବ ଏକ ସପ୍ତାହରୁ ଅଧିକ ସମୟ ଧରି ରହିଥାଏ
  4. ଏହା ହେମୋଗ୍ଲୋବିନରେ ହ୍ରାସ ଘଟାଏ
  5. ଅବଧି ସମୟରେ ତଳ ପେଟରେ ଲଗାତାର ଯନ୍ତ୍ରଣା ହୁଏ
  6. କ୍ଳାନ୍ତ ଅନୁଭବ କରିବା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା

ଏହା ମଧ୍ୟ ପଢନ୍ତୁ: ଋତୁସ୍ରାବ ସମୟରେ ପେଟବ୍ୟଥା ହେଉଛି କି? କିଭଳି ଶୋଇଲେ କମିବ ଯନ୍ତ୍ରଣା ? ଜାଣନ୍ତୁ

ମେନୋରେଜିଆର କାରଣ?:

  • ହରମୋନାଲ ସନ୍ତୁଳନ ନରହିବା, ବିଶେଷତଃ ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରନ୍ ମଧ୍ୟରେ ଅସନ୍ତୁଳନ ଯୋଗୁଁ ଅତ୍ୟଧିକ କିମ୍ବା ଦୀର୍ଘ ସମୟ ଯାଏଁ ରକ୍ତସ୍ରାବ ହୋଇଥାଏ ।
  • ଗର୍ଭାଶୟରେ ନନ କ୍ୟାନ୍ସେରିୟସ ବୃଦ୍ଧି ଏବଂ ୟୁଟେସନର ଚଉଡା ବଡ ହୋଇଯିବା କାରଣରୁ ମଧ୍ୟ ଏହି ସମସ୍ୟା ହୋଇଥାଏ ।
  • ଏହି ଅବସ୍ଥା ଯେତେବେଳେ ଗର୍ଭାଶୟର ଆବରଣରୁ ଟିସୁ ଗର୍ଭାଶୟର ମାଂସପେଶୀରେ ବଢିଗଲେ ଅଧିକ କିମ୍ବା ଦୀର୍ଘ ଦିନ ଯାଏଁ ରକ୍ତସ୍ରାବ ହୋଇଥାଏ ।

ଅଧିକ ରକ୍ତସ୍ରାବରୁ ବର୍ତ୍ତିବାର ଉପାୟ:

  1. ହଳଦି କ୍ଷୀର ପିଇବା ଦ୍ୱାରା ପ୍ରବଳ ରକ୍ତସ୍ରାବ ସମସ୍ୟା ଦୂର ହୋଇଥାଏ । ଏହାସହ ଆପଣ ଚିନାବାଦାମକୁ କ୍ଷୀରରେ ମିଶାଇ ପିଇପାରିବେ ।
  2. ପ୍ରବଳ ରକ୍ତସ୍ରାବରେ ଭିଟାମିନ୍ ସି, ଭିଟାମିନ୍ ଇ ସହିତ ମ୍ୟାଗ୍ନେସିୟମ୍ ଭରପୂର ଜିନିଷ ଖାଆନ୍ତୁ । ଯେପରିକି କିୱି, ବ୍ରୋକୋଲି, ଟମାଟୋ, ଷ୍ଟ୍ରବେରୀ, ତରଭୁଜ ମଞ୍ଜି ହେଉଛି ଭିଟାମିନ୍ ଏବଂ ମ୍ୟାଗ୍ନେସିୟମ୍ ସମୃଦ୍ଧ ଖାଦ୍ୟ । ଏଗୁଡିକୁ ଖାଇ ମଧ୍ୟ ଉପଶମ ପାଇପାରିବେ ।
  3. ପାନମଧୁରୀକୁ ଗୁଣ୍ଡ କରି ତାହାକୁ ପାଣିରେ ପକାଇ 5 ମିନିଟ ଯାଏଁ ଫୁଟାନ୍ତୁ । ଏହାପରେ ଉଷୁମ ଉଷୁମ ପିଇବା ଦ୍ବାରା ପେଟ ବ୍ୟଥା ଦୂର ହୋଇଥାଏ ।
  4. ସୋରିଷକୁ ଆଣି ଏକ ପାଉଡର ପ୍ରସ୍ତୁତ କରନ୍ତୁ । ଯଦି ଋତୁସ୍ରାବ ଅବଧି ମଧ୍ୟରେ ପ୍ରବଳ ରକ୍ତସ୍ରାବ ହୁଏ, ତେବେ ଏକ ଚାମଚ ପାଉଡର ଗରମ କ୍ଷୀର ସହିତ ପିଅନ୍ତୁ ।
  5. ଯଦି ଅଧିକ ସମସ୍ୟା ହୁଏ ତାହେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.