ETV Bharat / sukhibhava

Sleeping Tips: ରାତିରେ ନିଦ ହେଉନଥିଲେ ଆପଣାନ୍ତୁ ଏହି ଟିପ୍ସ, ଚୁଟକିରେ ଦୂର ହେବ ସମସ୍ୟା

author img

By

Published : Aug 12, 2023, 1:29 PM IST

ନିଦ୍ରାହୀନତା ବର୍ତ୍ତମାନ ସମୟରେ ଆଉ ଏକ ବ୍ୟାଧି ଭାବରେ ପରିଗଣିତ ହେଉଛି । ଯଦି ଆପଣ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ଆପଣାନ୍ତୁ ଏହି ଟିପ୍ସ । ଅଧିକ ପଢନ୍ତୁ

Sleeping Tips
Sleeping Tips

ହାଇଦ୍ରାବାଦ: ସୁସ୍ଥ ରହିବା ପାଇଁ ନିଦର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସୁସ୍ଥ ରହିବା ପାଇଁ ନିଦ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଯେଉଁ ବ୍ୟକ୍ତି ଠିକ୍ ସମୟରେ ଆରାମରେ ଶୁଅନ୍ତି ଏବଂ ଠିକ୍ ସମୟରେ ଶଯ୍ୟାତ୍ୟାଗ କରନ୍ତି ସେମାନେ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ବୋଲି ପ୍ରମାଣିତ ହୁଅନ୍ତି । ନିଦ୍ରାହୀନତା ଯୋଗୁଁ ହରମୋନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ତେବେ ଶାରୀରିକ କାର୍ଯ୍ୟ କରିବା ପରେ ମଧ୍ୟ କାହିଁକି ନିଦ ହୁଏ ନାହିଁ ବୋଲି ସମସ୍ତଙ୍କ ମନରେ ଆଜି ମଧ୍ୟ ଅନେକ ପ୍ରଶ୍ନ ରହିଛି । କିନ୍ତୁ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି । କାର୍ଯ୍ୟବ୍ୟସ୍ତତା, କମ୍ପ୍ୟୁଟର ପାଖରେ ଅଧିକ ସମୟ ଧରି ବସି ରହିବା ଦ୍ବାରା ମଧ୍ୟ ଏହାର ପ୍ରଭାବ ନିଦ ଉପରେ ପଡିଥାଏ । ଆପଣ ମଧ୍ୟ ଏହି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି କି ? ତାହେଲେ ଆପଣାନ୍ତୁ ଏହି ଟିପ୍ସ

ରାତିରେ ଇଲେକ୍ଟ୍ରୋନିକ୍ ଉପକରଣ ଗୁଡ଼ିକ ସହିତ ଅତ୍ୟଧିକ ସମୟ ବିତାଉଛନ୍ତି କି ? ନିଦ୍ରାହୀନତାର ଏହା ଏକ ମୁଖ୍ୟ କାରଣ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ସେମାନଙ୍କ ଠାରୁ ନିର୍ଗତ ହୋଇଥିବା ନୀଳ ଆଲୋକ(ବ୍ଲୁ ଲାଇଟ) ଆଖିକୁ କ୍ଷତି ପହଞ୍ଚାଏ ଏବଂ ନିଦ୍ରାହୀନତା ଦେଖାଯାଇଥାଏ । ତେଣୁ, ଶୋଇବା ପୂର୍ବରୁ ମୋବାଇଲ୍ ଫୋନକୁ ବ୍ୟବହାର କରିବା ଉଚିତ ନୁହେଁ ବୋଲି କୁହାଯାଇଛି ।

ନିଦ୍ରା ପାଇଁ ବ୍ୟାୟାମ ନିହାତି ଆବଶ୍ୟକ । ଦୈନିକ ଶାରୀରିକ ବ୍ୟାୟାମ କରିବା ଦ୍ବାରା ସେରୋଟୋନିନ ମାତ୍ରା ବୃଦ୍ଧି ପାଇଥାଏ । ଯାହାକି ନିଦ୍ରା ବା ନିଦ ହେବାରେ ସାହାଯ୍ୟ କରିଥାଏ ।

ଏହା ମଧ୍ୟ ପଢନ୍ତୁ: ରାତିରେ ନିଦ ହେଉନି କି ? ଏହି ଭିଟାମିନର ଅଭାବ ହୋଇପାରେ

ଅନିଦ୍ରା ରୋଗରେ ପୀଡିତ ଲୋକମାନେ ଶୋଇବା କାର୍ଯ୍ୟସୂଚୀରେ ଅଭ୍ୟସ୍ତ ହେବା ଉଚିତ୍ । ଦୈନିକ କାର୍ଯ୍ୟସୂଚୀରେ ସଠିକ ସମୟରେ ଖାଇବା ଶୋଇବା ଉଚିତ୍‌ । ସବୁ କାର୍ଯ୍ୟ ଠିକ ସମୟରେ ହେବା ଦ୍ବାରା ନିଦ ମଧ୍ୟ ଠିକ ହୋଇଥାଏ ।

ରାତିରେ ଖାଉଥିବା ଖାଦ୍ୟ ମଧ୍ୟ ନିଦ୍ରା ଉପରେ ପ୍ରଭାବ ପକାଇଥାଏ । ରାତିରେ ତେଲ, ମସଲା ଖାଦ୍ୟ ଠାରୁ ଦୂରେଇ ରହିବା ଦ୍ବାରା ନିଦ ଭଲ ହୋଇଥାଏ ବୋଲି ବିଶେଷଜ୍ଞମାନ ମତପୋଷଣ କରିଛନ୍ତି ।

ଅତ୍ୟଧିକ ଚା', କଫି ଏବଂ କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ବାରା ମଧ୍ୟ ନିଦ୍ରା ପ୍ରଭାବିତ ହୋଇଥାଏ । ଯଦି ଆପଣ କିଛି କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ଚାହୁଁଛନ୍ତି, ତାହେଲେ ଶୋଇବାର 6 ଘଣ୍ଟା ପୂର୍ବରୁ ପିଇବା ଉଚିତ୍‌ ।

ଯୋଗ ଏବଂ ବ୍ୟାୟାମ ଦ୍ବାରା ନିଦ ଠିକ ଭାବେ ହୋଇଥାଏ ବୋଲି କୁହାଯାଏ । ବ୍ରେନରେ ଠିକ ଭାବେ ରକ୍ତ ସଞ୍ଚାଳନ ହେବା ସହିତ ଭଲ ନିଦ ମଧ୍ୟ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.