Basil Seeds Health Benefits: କୋଷ୍ଠକାଠିନ୍ୟ, ଉଦାସୀନତା ଭଳି ଜଟିଳ ସମସ୍ୟା ଦୂର କରେ ତୁଳସୀ ମଞ୍ଜି

author img

By

Published : Sep 21, 2022, 10:11 AM IST

Basil Seeds Health Benefits: କୋଷ୍ଠକାଠିନ୍ୟ, ଉଦାସୀନତା ଭଳି ଜଟିଳ ସମସ୍ୟା ଦୂର କରେ ତୁଳସୀ ମଞ୍ଜି

ତୁଳସୀ ଔଷଧୀୟ ଗୁଣର ଏକ ଭଣ୍ଡାର ଭାବରେ ବିବେଚନା କରାଯାଏ, ଏହାର ପତ୍ର ଥଣ୍ଡା-କାଶ ଦୂର କରିଥାଏ । କିନ୍ତୁ ଆପଣ ଜାଣନ୍ତି କି ତୁଳସୀ ମଞ୍ଜି ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ(Basil Seeds Health Benefits) ? ଏହି ମଞ୍ଜିଗୁଡିକୁ କିପରି ଉପଯୋଗୀ କରିପାରିବ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

ହାଇଦ୍ରାବାଦ: ଅଧିକାଂଶ ଲୋକଙ୍କ ଘରେ ତୁଳସୀ ଗଛ ନିଶ୍ଚିତ ଭାବେ ଥାଏ, ଏହାକୁ ଘର ଅଗଣାରେ କିମ୍ବା ମାଠିଆରେ ଲଗାଇବାକୁ ପସନ୍ଦ କରିଥାନ୍ତି ଲୋକେ, କାରଣ ଏହି ଉଦ୍ଭିଦର ଆୟୁର୍ବେଦିକ ଏବଂ ଧାର୍ମିକ ଗୁରୁତ୍ୱ ବହୁତ ଅଧିକ ଥାଏ । ତୁଳସୀ ଔଷଧୀୟ ଗୁଣର ଏକ ଭଣ୍ଡାର ଭାବରେ ବିବେଚନା କରାଯାଏ, ଏହାର ପତ୍ର ଥଣ୍ଡା-କାଶ ଦୂର କରିଥାଏ । କିନ୍ତୁ ଆପଣ ଜାଣନ୍ତି କି ତୁଳସୀ ମଞ୍ଜି ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ(Basil Seeds Health Benefits) ?

ତୁଳସୀ ମଞ୍ଜିରେ ପ୍ରୋଟିନ୍, ଫାଇବର ଏବଂ ଆଇରନ୍ ପ୍ରଚୁର ପରିମାଣରେ ମିଳିଥାଏ । ଏହି ମଞ୍ଜିଗୁଡିକ କିପରି ଉପଯୋଗୀ ହୋଇପାରିବ ସେ ବାବଦରେ ନିମ୍ନରେ ଆଲୋଚନା କରାଯାଇଛି...

1. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି:-

ରୋଗ ପ୍ରତିରୋଧକ ଶକ୍ତି ସର୍ବଦା ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଆମକୁ ଅନେକ ରୋଗ ଏବଂ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କୋରୋନା ମହାମାରୀ ପରଠାରୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ, ଆପଣ ତୁଳସୀ ମଞ୍ଜିରୁ ଏକ କାଢା ପ୍ରସ୍ତୁତ କରି ପିଇପାରିବେ ।

2. ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ:-

ଯଦି ଆପଣଙ୍କର କୋଷ୍ଠକାଠିନ୍ୟ, ଅମ୍ଳତା, ଗ୍ୟାସର ସମସ୍ୟା ଅଛି, ତେବେ ଏଥିପାଇଁ ତୁଳସୀ ମଞ୍ଜି ବହୁତ ଲାଭଦାୟକ । କିଛି ତୁଳସୀ ମଞ୍ଜିକୁ ପାଣିରେ ଭିଜାଇ ରଖନ୍ତୁ । ଏହି ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହୋଇଥାଏ ।

3. ଓଜନ ହ୍ରାସ କରେ ତୁଳସୀ ମଞ୍ଜି:-

ଯେଉଁମାନେ ଓଜନ ବୃଦ୍ଧି ପାଇଁ ସମସ୍ୟାରେ ପଡନ୍ତି, ସେମାନଙ୍କ ପାଇଁ ତୁଳସୀ ମଞ୍ଜି ଅତ୍ୟନ୍ତ ଉପକାରୀ । କାରଣ ତୁଳସୀ କ୍ୟାଲୋରୀରେ ବହୁତ କମ୍ ଏବଂ ଫାଇବରରେ ଭରପୂର । ଏହି ମଞ୍ଜି ଖାଇବା ଦ୍ୱାରା ଜଣେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରେ ନାହିଁ, ଯେଉଁ କାରଣରୁ ଓଜନ ଧୀରେ ଧୀରେ କମିବା ଆରମ୍ଭ କରେ ।

4. ଟେନସନ ଦୂର କରେ ତୁଳସୀ ମଞ୍ଜି:-

ବହୁତ କମ୍ ଲୋକ ଜାଣିଛନ୍ତି ଯେ, ତୁଳସୀ ମଞ୍ଜି ମାନସିକ ଚାପକୁ ହ୍ରାସ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ । ଯଦି ଆପଣ ଉଦାସୀନତା କିମ୍ବା ଚାପର ସମ୍ମୁଖୀନ ହେଉଛନ୍ତି, ତେବେ ନିଶ୍ଚିତ ଭାବରେ ତୁଳସୀ ମଞ୍ଜି ଖାଆନ୍ତୁ, ଏହା ଦ୍ୱାରା ଚିନ୍ତା ଦୂର ହୋଇଥାଏ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ସୂଚନା, ସାଧାରଣ ରୋଗ ନିରାକରଣ ପାଇଁ, ଅଧିକ ସୂଚନା ପାଇଁ ଡାକ୍ତରଙ୍କ ପରାମର୍ଶ କରାଇନେବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.