ETV Bharat / state

ରାସ୍ତା ନଥିବାରୁ ଅଟକିଲା ଆମ୍ବୁଲାନ୍ସ , 1 କିମି ବୁହା ହେଲେ ସାପ କାମୁଡ଼ାରେ ଗୁରୁତର ବୃଦ୍ଧ

author img

By

Published : Aug 3, 2023, 6:30 PM IST

ଷ୍ଟ୍ରେଚରରେ ବୁହା ହେଲେ ଗୁରୁତର ବୃଦ୍ଧ
ଷ୍ଟ୍ରେଚରରେ ବୁହା ହେଲେ ଗୁରୁତର ବୃଦ୍ଧ

ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ରାସ୍ତା ନଥିବାରୁ ସାପ କାମୁଡ଼ାରେ ଗୁରୁତର ବୃଦ୍ଧଙ୍କୁ ପ୍ରାୟ 1 କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ନିଆଯାଇଛି। ଅଧିକ ପଢନ୍ତୁ

ଷ୍ଟ୍ରେଚରରେ ବୁହା ହେଲେ ଗୁରୁତର ବୃଦ୍ଧ

ରାଉରକେଲା: ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହା ହେଲେ ବୃଦ୍ଧ । ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ପ୍ରାୟ 1 କିଲୋମିଟର ପର୍ଯ୍ୟନ୍ତ ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଛି । ତେବେ ଆମ୍ବୁଲାନ୍ସ ଆସି ନପାରିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି । ଲାଠିକଟା ବ୍ଲକର ବାଲିଯୋଡି ବସ୍ତିରେ ଘଟିଥିବା ଏଭଳି ଅଭାବନୀୟ ଘଟଣା ସରକାରଙ୍କ ଅସଲ ଚିତ୍ରକୁ ପଦାରେ ପକାଇଛି । ସାପ କାମୁଡାର ଶିକାର ହୋଇଥିବା ବୃଦ୍ଧଙ୍କୁ ଚିକିତ୍ସା ପାଇଁ ଷ୍ଟ୍ରେଚର ସାହାଯ୍ୟରେ ପ୍ରାୟ 1 କିଲୋମିଟର ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଛି । ସୂଚନା ଅନୁସାରେ, ଗୁରୁବାର ଭୋର ସମୟରେ ସର୍ପ ଦଂଶନର ଶିକାର ହୋଇଥିଲେ ବୃଦ୍ଧ ।

ସୂଚନା ମୁତାବକ, ଗୁରୁତର ବୃଦ୍ଧ ଜଣକ ହେଲେ ଚାରି ତିର୍କୀ । ତାଙ୍କର ବୟସ ପ୍ରାୟ ୬୫ ହୋଇଥିବା ସୂଚନା ରହିଛି । ସେ ଶୋଇଥିବା ବେଳେ ହଠାତ ସାପ କାମୁଡ଼ିଥିବା ଜାଣିବାକୁ ପାଇଥିଲେ । ଏହାପରେ ଆମ୍ବୁଲାନ୍ସକୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା । ତେବେ ରାସ୍ତା ଠିକ ନଥିବାରୁ ଆମ୍ବୁଲାନ୍ସ ବସ୍ତି ଭିତରକୁ ଆମ୍ବୁଲାନ୍ସ ଆସି ଅଧା ବାଟରେ ଅଟକି ରହିଥିଲା । ତେଣୁ ବାଧ୍ୟ ହୋଇ ଷ୍ଟ୍ରେଚର ସାହାଯ୍ୟରେ ବୃଦ୍ଧଙ୍କୁ ବୋହି ବୋହି ଅଣାଗଲା । ଗୁରୁତର ବୃଦ୍ଧଙ୍କୁ ଷ୍ଟ୍ରେଚରରେ ପ୍ରାୟ 1 କିଲୋମିଟର ପର୍ଯ୍ୟନ୍ତ ଆମ୍ବୁଲାନ୍ସ କର୍ମଚାରୀମାନେ ବୋହି ନେଇଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ ପ୍ରଥମେ ଲାଠିକଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ବୃଦ୍ଧକୁ ଷ୍ଟ୍ରେଚରରେ ଶୁଆଇ 1 କିଲୋମିଟର ପର୍ଯ୍ୟନ୍ତ ବୋହି ବୋହି ଷ୍ଟ୍ରେଚରରେ ଅଣାଯିବା ଘଟଣା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଲାଠିକଟା ବ୍ଲକ୍‌ ବାଲଯୋଡ଼ି ଉପକଣ୍ଠ ବସ୍ତିକୁ ଯାଇଥିବା ରାସ୍ତାର ଏଭଳି ଦୟନୀୟ ସ୍ଥିତି ସରକାରଙ୍କ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାସ୍ତାର ଏଭଳି ଅବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଦାୟୀ କରିଛନ୍ତି ବସ୍ତିବାସିନ୍ଦା । ଏନେଇ ରାଉରକେଲା ସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, "ବର୍ତ୍ତମାନ ବୃଦ୍ଧଙ୍କ ଚିକିତ୍ସା ଚାଲିଛି । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବାବେଳେ ଅଧିକ ଚିକିତ୍ସା ପରେ ସେ ସୁସ୍ଥ ହୋଇଯିବେ ।"

ଏହା ବି ପଢନ୍ତୁ...କେଉଁଠି ବିକାଶ: ଆଦର୍ଶ ଗାଁରେ ନାହିଁ ରାସ୍ତା, ଚୌକିରେ ବୁହା ହେଲେ ପ୍ରସୂତି

ତେବେ ଲାଠିକଟା ବ୍ଲକର ଏକ ବସ୍ତିକୁ ରାସ୍ତା ନଥିବାରୁ ବସ୍ତି ଭିତରକୁ ପହଞ୍ଚି ପାରିନି ଆମ୍ବୁଲାନ୍ସ । ଫଳରେ ସାପ କାମୁଡ଼ାରେ ଗୁରୁତର ବୃଦ୍ଧଙ୍କୁ ଷ୍ଟ୍ରେଚରରେ ପ୍ରାୟ ୧ କିଲୋମିଟର ନେବାକୁ ପଡିଥିଲା । ତେବେ ଏଭଳି ଏକ ଖବର ବର୍ତ୍ତମାନ ସମ୍ପୂର୍ଣ୍ଣ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ପ୍ରଶାସନ ରାସ୍ତାର ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.