ETV Bharat / state

ଅପହରଣ ଓ ଦୁଷ୍କର୍ମ ମାମଲା: 6ବର୍ଷ ପରେ ମହିଳା ଉଦ୍ଧାର, ଦୋଷୀକୁ 12 ବର୍ଷ ଦଣ୍ଡାଦେଶ

author img

By

Published : Jul 30, 2023, 3:42 PM IST

ଦୀର୍ଘ 6 ବର୍ଷ ପରେ ଅପହୃତ ପୀଡ଼ିତା ଉଦ୍ଧାର ହେବା ସହ ତାଙ୍କୁ ମିଳିଛି ନ୍ୟାୟ । ଦୋଷୀକୁ 12 ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

Etv Bharat
Etv Bharat

ରାଉରକେଲା: ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ 12 ବର୍ଷ ଦଣ୍ଡାଦେଶ ମିଳିଛି । ଏହି ଘଟଣାରେ ଦୀର୍ଘ 6 ବର୍ଷ ଧରି ନିର୍ଯାତିତ ହେବା ପରେ ଶେଷରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି । ବହୁ ପ୍ରତୀକ୍ଷିତ ରାୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଭିୟୁକ୍ତକୁ ଦଣ୍ଡାଦେଶ ସହ 15 ହଜାର ଟଙ୍କା ଜୋରିମାନା ଭରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ 2017 ମସିହାରେ ମହିଳାଙ୍କ ସମେତ ତାଙ୍କର ନାବାଳିକା ଝିଅକୁ ଅପହରଣ କରି ନେଇଥିବା ଜଣାପଡ଼ିଥିଲା ।

ମିଳିଥିବା ସୂଚନା ଅନୁସାରେ ଦୋଷୀ ଜଣକ ଅନୁଗୋଳ ଜିଲ୍ଲା ଠାକୁରଗଡ଼ର ମିତ୍ରଭାନୁ ପାତ୍ର ବୋଲି ଜଣାପଡ଼ିଛି । ଏହି ଜଘନ୍ୟ ଅପରାଧ ପାଇଁ 10 ବର୍ଷ ସଶ୍ରମ କାରାଦଣ୍ଡ ଓ ଜୋରିମାନା ସହିତ ମହିଳାଙ୍କୁ ଅପହରଣ କରିବା ଲାଗି ଆଉ 2 ବର୍ଷ ସଶ୍ରମ କାରାଦଣ୍ଡ ଏବଂ ପରିବାର ସଦସ୍ୟଙ୍କୁ ଟଙ୍କା ମାଗିବା ଅଭିଯୋଗରେ 5 ହଜାର ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହା ବି ପଢନ୍ତୁ- ଚର୍ଚ୍ଚିତ ରାଜଗାଙ୍ଗପୁର ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

କଣ ଥିଲା ଘଟଣା ? :- ଗତ 2017 ମସିହା ମାର୍ଚ୍ଚ 12 ତାରିଖରେ ରାଉରକେଲା ବିଶ୍ରା ଥାନା ଅଞ୍ଚଳରୁ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅକୁ ନିଶା ଦେଇ ଅପହରଣ କରିଥିଲା ଅନୁଗୋଳ ଜିଲ୍ଲା ଠାକୁରଗଡ଼ର ମିତ୍ରଭାନୁ ପାତ୍ର । ଉଭୟଙ୍କୁ ବଳପୂର୍ବକ ଭୁବନେଶ୍ବର ଚାନ୍ଦି ବସ୍ତିକୁ ନେଇଯାଇଥିଲା । ସେଠାରେ ମହିଳାଙ୍କୁ ଲଗାତାର ଧମକ ଦେବା ସହ ଦୁଷ୍କର୍ମ ମଧ୍ୟ କରୁଥିଲା । ମହିଳାଙ୍କ ପରିବାର ଲୋକେ ବିଶ୍ରା ଥାନାରେ ଅପହରଣ ସମ୍ପର୍କରେ ଜଣାଇବା ପରେ ଏହି ଲୋମହର୍ଷଣକାରୀ ଘଟଣା ପଦାକୁ ଆସିଥିଲା । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ମିତ୍ରଭାନୁକୁ ଧରିବା ପାଇଁ ଏକ ସୁଚିନ୍ତିତ ଜାଲ ବିଛାଇଥିଲା । ତେବେ ବାରମ୍ବାର ତଦନ୍ତ ପରେ ମଧ୍ୟ ପୋଲିସକୁ ଧରାଛୁଆଁ ଦେଇନଥିଲା ମିତ୍ରଭାନୁ ।

ଏହା ପରେ ପରିବାର ଲୋକେ ଶେଷରେ ମହିଳାଙ୍କୁ ଛାଡ଼ିବା ବଦଳରେ ଟଙ୍କା ଦେବା ବାହାନାରେ ଅଭିଯୁକ୍ତଙ୍କୁ ରାଉରକେଲା ଡାକିଥିଲେ । ଅଭିଯୁକ୍ତ ଜଣକ ରାଉରକେଲାରେ ପହଞ୍ଚିବା ପରେ ଚଳିତ ବର୍ଷ ମେ' 13 ତାରିଖରେ ପୋଲିସ ମିତ୍ରଭାନୁଙ୍କୁ ଗିରଫ କରି ପଚରାଉଚରା କରି ପୀଡିତାଙ୍କ ନିକଟରେ ପହଞ୍ଚିଥିଲା। ପୋଲିସ ଅନୁଗୋଳରୁ ଗତ ମେ' 20 ତାରିଖରେ ମହିଳା ଓ ତାଙ୍କ ନାବାଳିକା ଝିଅକୁ ଉଦ୍ଧାର କରିଥିଲା । ତେବେ ଏହି ମାମଲାର ବିଚାର କରି କୋର୍ଟ ଅଭଯୁକ୍ତକୁ ସଶ୍ରମ କରାଦାଣ୍ଡରେ ଦଣ୍ଡିତ କରିଛନ୍ତି ।

ତତ୍କାଳୀନ ବିଶ୍ରା ଥାନା ଅଧିକାରୀ ଏହି ଅପହରଣ ମାମଲାକୁ ସଠିକ ଢଙ୍ଗରେ ତଦନ୍ତ କରିଥିଲେ । ତେବେ ବିଳମ୍ବରେ ହେଉ ପଛେ ଶେଷରେ ମହିଳାଙ୍କୁ ନ୍ୟାୟ ମିଳିଛି । ବିଶ୍ରା ଥାନା ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେବା ଫଳରେ ଅଭିୟୁକ୍ତ ଜଣକ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଛି । ତେବେ ବର୍ତ୍ତମାନ ଏହି ଘଟଣାରେ ପୋଲିସ ଓ ନ୍ୟାୟ ବ୍ୟବସ୍ଥା ମହିଳା ଏବଂ ତାଙ୍କର ପରିବାରକୁ ନ୍ୟାୟ ଦେବାରେ ସଫଳ ହୋଇଛନ୍ତି।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.