ETV Bharat / state

ଚର୍ଚ୍ଚିତ ରାଜଗାଙ୍ଗପୁର ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

author img

By

Published : May 12, 2023, 2:05 PM IST

ବହୁ ଚର୍ଚ୍ଚିତ ରାଜଗାଙ୍ଗପୁର ଗଣଦୁଷ୍କର୍ମ ମାମଲା । ୩ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଅଧିକ ପଢନ୍ତୁ

rajgangpur gangrape case
rajgangpur gangrape case

rajgangpur gangrape case

ରାଇରଙ୍ଗପୁର: ବହୁ ଚର୍ଚ୍ଚିତ ରାଜଗାଙ୍ଗପୁର ଗଣଦୁଷ୍କର୍ମ ମାମଲା । ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି । ୩ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୫ହଜାର ଜରିମାନା ଆଦେଶ ଦେଲେ ଜିଲ୍ଲା ଦୌରାଜଜ । 3 ଅଭିଯୁକ୍ତ ହେଲେ ସୋନୁ ସୋଏ, ଇନ୍ଦ୍ରୁ କେରକେଟା ଓ ପ୍ରବୀଣ ବାର୍ଲା ।

ବହୁ ଚର୍ଚ୍ଚିତ ସୁନ୍ଦରଗଡ଼ ଜିଲ୍ଲାର ଚଳନ୍ତା କାର ଗଣଦୁଷ୍କର୍ମ ମାମଲାରେ ପ୍ରକାଶ ପାଇଲା ରାୟ । ଅଭିଯୁକ୍ତଙ୍କୁ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରା ଜଜ । ପ୍ରାୟ ଆଠ ବର୍ଷର ସଂଘର୍ଷ ପରେ ଗଣ ଦୁଷ୍କର୍ମ ମାମଲାରେ ନ୍ୟାୟ ପାଇଲେ ପୀଡିତା । ଚଳନ୍ତା କାରରେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଆଦେଶ ହୋଇଛି । ଗୁରୁବାରଠୁ ଆଠ ବର୍ଷ ତଳେ ଘଟିଥିଲା ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା । ୨୦୧୫ ମସିହା ରାଜଗାଙ୍ଗପୁର ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଚଳନ୍ତା କାରରେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ ।

ତେବେ ସୂଚନା ଅନୁସାରେ ବିଧବା ମହିଳା ଜଣଙ୍କ ଉପରେ ପଡ଼ୋଶୀ ଅଞ୍ଚଳରେ ରହୁଥିବା କିଛି ଦୁର୍ବୃତ୍ତ ତାଙ୍କ ଉପରେ କୁଦୃଷ୍ଟି ପକାଇଥିଲେ। ମହିଳା ଜଣକ ରାଜଗାଙ୍ଗପୁର ଅଞ୍ଚଳରେ ନିଜ ସମ୍ପର୍କୀୟ ଘରକୁ ଯାଇ ନିଜ ଘରକୁ ଫେରୁଥିବା ସମୟରେ ପଡୋଶୀ ତିନି ଜଣ ଯୁବକ ତାଙ୍କୁ କାରରେ ଲିଫ୍ଟ ଦେବାକୁ କହିଥିଲେ । ପ୍ରଥମେ ମହିଳା ଜଣକ ମନା କରିଥିଲେ କିନ୍ତୁ ବାରମ୍ବାର କହିବାରୁ ମହିଳା ଜଣକ ନିଜ ପଡ଼ୋଶୀ ଭାବରେ ଆସି କାରରେ ବସି ଲିଫ୍ଟ ପାଇଁ ରାଜି ହୋଇଥିଲେ ।

ତେବେ ଲିଫ୍ଟ ଦେବା ବାହାନାରେ ଏଭଳି ଜଘନ୍ୟକାଣ୍ଡ ଭିଆଇବା ପାଇଁ ପ୍ଲାନିଂ କରିଥିଲେ ତିନି ଜଣ ଦୁର୍ବୃତ୍ତ । ଘରକୁ ଯିବା ବାଟରେ ମହିଳାଙ୍କ ସହ ଅସଦାଚରଣ କରିବା ସହ ଚଳନ୍ତା କାରରେ ଦୁଷ୍କର୍ମ କରିଥିଲେ । ଏହାପରେ ଘର ନିକଟ ରାସ୍ତା କଡ଼ରେ ମହିଳାଙ୍କୁ ଚଳନ୍ତା ଗାଡିରୁ ଫୋଫାଡି ଦେଇ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ । ତେବେ ଘଟଣା ଘଟିବା ପରେ କିଛି ଲୋକେ ମହିଳାଙ୍କୁ ଉଦ୍ଧାର କରିଥିଲେ ଏବଂ ଏହାପରେ ପୋଲିସରେ ଅଭିଯୋଗ କରିଥିଲେ ଦୁଷ୍କର୍ମ ପୀଡିତା ମହିଳା ।

ପୋଲିସ ଘଟଣାର ତଦନ୍ତ କରି ତିନି ଜଣ ଅଭିଯୁକ୍ତକୁ ଗିରଫ କରିଥିଲା ଏବଂ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ତେବେ ପ୍ରାୟ ଆଠ ବର୍ଷ ପରେ ଏହି ଘଟଣାର ମାମଲାରେ ରାୟ ପ୍ରକାଶ ପାଇଛି । ୨୧ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.