ETV Bharat / state

ବିଶ୍ରାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଗଲେ ଯୁବକ

author img

By

Published : Jun 13, 2023, 9:01 AM IST

ରାଉରକେଲାରେ ଯୁବକଙ୍କ ଉପରକୁ ଗୁଳିମାଡ। ଅଳ୍ପକେ ବର୍ତ୍ତିଗଲେ ଯୁବକ । ପୋଲିସର ତନାଘନା ଜାରି। ଅଧିକ ପଢନ୍ତୁ

miscreants open fire on youth in rourkela
miscreants open fire on youth in rourkela

ଅଳ୍ପକେ ବର୍ତ୍ତିଗଲେ ଯୁବକ

ରାଉରକେଲା: ବିଶ୍ରା ଥାନା ଅଞ୍ଚଳରେ ଫୁଟିଲା ଗୁଳି। ଯୁବକଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ କଲେ ଦୁର୍ବୃତ୍ତ । ଜମିଜମା ବିବାଦକୁ ନେଇ ଗୁଳିମାଡ଼ ହୋଇଥିବା ସୂଚନା । ସୋମବାର ସନ୍ଧ୍ୟା ସମୟରେ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲ ନିକଟରେ ଗୁଳିକାଣ୍ଡ ଘଟିଥିବା ବେଳେ ଯୁବକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାର ତନାଘନା କରୁଛି ପୋଲିସ । ପ୍ରାଥମିକ ତଦନ୍ତ ପରେ ଜମିଜମା ବିବାଦରୁ ଗୁଳିକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି । ବର୍ତ୍ତମାନ ସୁଦ୍ଧା ଗୁଳିକାଣ୍ଡ ଘଟଣାଇଥିବା ବ୍ୟକ୍ତିଙ୍କୁ ଧରିବାରେ ସଫଳ ହୋଇ ନାହିଁ ପୋଲିସ । ଗୁଳିମାଡର ଶିକାର ହୋଇଥିବା ଯୁବକ ହେଉଛନ୍ତି ବିକି ସିଂ ।

ଯୁବକଙ୍କ କହିବା ଅନୁଯାୟୀ, ସୋନୁ ନାମକ ଜଣେ ଯୁବକ ବିକି ସିଂଙ୍କ ଉପରକୁ ଗୁଳିମାଡ଼ କରିଥିଲା । ପୂର୍ବରୁ ମଧ୍ୟ ବହୁବାର ସୋନୁ ବିକିଙ୍କ ଉପରେ ଆକ୍ରମଣ କରିବା ସହ ଧମକ ମଧ୍ୟ ଦେଇଥିବା ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ଯୁବକ । ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା କହିଛନ୍ତି ବିକି ସିଂ। ସୋମବାର ସନ୍ଧ୍ୟା ସମୟରେ ସୋନୁ ଏବଂ ଅମର ନାମକ ଯୁବକ ଆସି ବିକିଙ୍କ ଉପରକୁ ହଠାତ ଗୁଳିମାଡ଼ କରିଥିଲେ। ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିଲା ତେବେ ତିନି ରାଉଣ୍ଡ ଗୁଳିମାଡ଼ ସମୟରେ ଗୁଳିଟି ଅଟକି ଯାଇଥିଲା । ଫଳରେ ଯୁବକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ । ଗୁଳିମାଡ଼ର ଶବ୍ଦ ଶୁଣିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ ।

ଗୁଳିମାଡ଼ ପରେ ନ୍ୟାୟ ଆଶାରେ ଥାନାର ଦ୍ୱାରସ୍ଥ ହୋଇଥିଲେ ଯୁବକ ଜଣକ । ଖବର ଲେଖା ହେବା ସୁଦ୍ଧା ଗୁଳିମାଡ଼ ଘଟଣାରେ ପୋଲିସ ଦୁର୍ବୃତ୍ତଙ୍କୁ ଗିରଫ କରିନଥିବା ଜଣାପଡିଛି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରକାର ସୂଚନା ମିଳିପାରିନାହିଁ । ତଦନ୍ତ ଜାରି ରହିଛି । ଦୁର୍ବୃତ୍ତଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି ।

ଗତ 8 ତାରିଖ ଦିନ ଖୋର୍ଦ୍ଧା ସାମନ୍ତରାୟପୁର ଛକରେ ବି ଗୁଳିକାଣ୍ଡ ଘଟିଥିଲା । କିଛି ଦୁର୍ବୃତ୍ତ କୁଖ୍ୟାତ ନିଶା ବେପାରି ସୋମନାଥ ଭୁଜବଳଙ୍କୁ ଗୁଳିମାଡ଼ କରିଥିଲେ । ପୂର୍ବ ବିବାଦକୁ କେନ୍ଦ୍ରକରି ଏହି ଗୁଳିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଆଦର୍ଶ ଥାନା ପୋଲିସ ସନ୍ଦେହ କରିଥିଲା । ଆହତ ସୋମନାଥଙ୍କ ଦେହରେ 3 ରାଉଣ୍ଡ ଗୁଳି ବାଜିଥିଲା । ତାଙ୍କ ଛାତିରେ ଦୁଇଟି ଏବଂ ଡାହାଣ ହାତରେ ଗୋଟିଏ ଗୁଳି ବାଜିଥିବା ଜଣାପଡ଼ିଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.