ETV Bharat / state

ଜମ୍ମୁ କାଶ୍ମୀର ସୁରକ୍ଷା ସମ୍ଭାଳିବେ ରାଉରକେଲା ପୁଅ, ପରିବାରରେ ଖୁସିର ମାହୋଲ

author img

By ETV Bharat Odisha Team

Published : Oct 28, 2023, 10:10 PM IST

ବର୍ତ୍ତମାନ ରାଉରକେଲା ସହରରେ କେବଳ ରଶ୍ମି ରଞ୍ଜନଙ୍କ ବାପା ଓ ବଡ ଭଉଣୀ ବସବାସ କରୁଛନ୍ତି । ରଶ୍ମି ରଞ୍ଜନଙ୍କ ନୂଆ ନିଯୁକ୍ତି ପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ପରିବାର ସହ ରାଉରକେଲାବାସୀ ଖୁସି ମନାଉଛନ୍ତି । ବାପା ଓ ବଡ ଭଉଣୀଙ୍କ କହିବା ଅନୁଯାୟୀ ପିଲାଟି ବେଳରୁ ଉଚ୍ଚାଭିଳାଷୀ ଥିଲେ ରଶ୍ମି । କିଛି ଅଲଗା କରିବା ଓ ଦେଶ ସେବା ସହ ଏକ ନିଡର ଭୂମିକା ନିଭାଇବାକୁ ତାଙ୍କର ଇଚ୍ଛା ଥିଲା । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀର ସୁରକ୍ଷା ସମ୍ଭାଳିବେ ରାଉରକେଲା ପୁଅ, ପରିବାରରେ ଖୁସିର ମାହୋଲ
ଜମ୍ମୁ କାଶ୍ମୀର ସୁରକ୍ଷା ସମ୍ଭାଳିବେ ରାଉରକେଲା ପୁଅ, ପରିବାରରେ ଖୁସିର ମାହୋଲ

ଜମ୍ମୁ କାଶ୍ମୀର ସୁରକ୍ଷା ସମ୍ଭାଳିବେ ରାଉରକେଲା ପୁଅ, ପରିବାରରେ ଖୁସିର ମାହୋଲ

ରାଉରକେଲା: ଭାରତବର୍ଷର ମୁକୁଟର ସୁରକ୍ଷା ଦାୟିତ୍ବ ସମ୍ଭାଳିବେ ଓଡିଆ ପୁଅ । ବର୍ତ୍ତମାନ ଜାମ୍ମୁକାଶ୍ମୀରର ସ୍ବତନ୍ତ୍ର ସିଆଇଡି ନିର୍ଦ୍ଦେଶକ ଥିବା ଓଡିଆ ଆଇପିଏସ ରଶ୍ମି ରଞ୍ଜନ ସ୍ବାଇଁ ଆସନ୍ତା ନଭେମ୍ବର ପହିଲାରୁ ହେବେ ଭାରତର ଭୂସ୍ବର୍ଗ କୁହାଯାଉଥିବା ଜମ୍ମୁ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ । ବର୍ତ୍ତମାନର ଡିଜିପି ଦିଲବାଗ ସିଂଙ୍କ ଚଳିତ ମାସ ଶେଷରେ ଅବସର ନେବେ । ଏହା ପରେ ଓଡିଆ ପୁଅ ତଥା ଜମ୍ମୁକାଶ୍ମୀରର କ୍ୟାଡର ଆଇପିଏସ ରାଜ୍ୟର ପୋଲିସ ଡିଜି ଭାବେ ନେବେ ଦାୟିତ୍ବ । 1991 ବ୍ୟାଚ ଆଇପିଏସ ଅଧିକରୀ ରଶ୍ମି ରଞ୍ଜନ ସ୍ବାଇଁ ରାଉରକେଲାର ମୂଳନିବାସ । ଏବେ ତାଙ୍କ ନୂଆ ନିଯୁକ୍ତି ପରେ ପରିବାରରେ ଖୁସିରେ ମାହୋଲ । ଏନେଇ ତାଙ୍କ ଆଇପିଏସ ରଶ୍ମି ରଞ୍ଜନଙ୍କ ବାପା କହିଛନ୍ତି ମୋର ମନ ଭିତରେ ଥିବା ଇଛା ପୂରଣ ହୋଇଛି । ପୁଅ ପାଇଁଣ ଆମେ ଗର୍ବିତ ।

ବର୍ତ୍ତମାନ ରାଉରକେଲା ସହରରେ କେବଳ ରଶ୍ମି ରଞ୍ଜନଙ୍କ ବାପା ଓ ବଡ ଭଉଣୀ ବସବାସ କରୁଛନ୍ତି । ରଶ୍ମି ରଞ୍ଜନଙ୍କ ନୂଆ ନିଯୁକ୍ତି ପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ପରିବାର ସହ ରାଉରକେଲାବାସୀ ଖୁସି ମନାଉଛନ୍ତି । ବାପା ଓ ବଡ ଭଉଣୀଙ୍କ କହିବା ଅନୁଯାୟୀ ପିଲାଟି ବେଳରୁ ଉଚ୍ଚାଭିଳାଷୀ ଥିଲେ ରଶ୍ମି । କିଛି ଅଲଗା କରିବା ଓ ଦେଶ ସେବା ସହ ଏକ ନିଡର ଭୂମିକା ନିଭାଇବାକୁ ତାଙ୍କର ଇଚ୍ଛା ଥିଲା। ଏବେ ସେହି ଇଛା ପୂରଣ ହୋଇଥିବାରୁ ଗର୍ବରେ ଛାତି କୁଣ୍ଡେମୋଟ ହୋଇଯାଇଛି ବୋଲି କହିଛନ୍ତି ରଶ୍ମିଙ୍କ ବାପାଙ୍କର । ତିନି ଭାଇ ଭଉଣୀଙ୍କ ମଧ୍ୟରେ ରଶ୍ମି ରଞ୍ଜନ ସାନ ହୋଇଥିବା ବେଳେ, ସୈନିକ ସ୍କୁଲରୁ ପ୍ରାଥମିକ ଶିକ୍ଷା ପରେ ରାଉରକେଲା କଲେଜରୁ ଉଚ୍ଚ ଶିକ୍ଷା ଲାଭ ଗ୍ରହଣ କରିଥିଲେ । ଏହା ପରେ ରାଜ୍ୟ ବାହାରେ ଶିକ୍ଷା ଗ୍ରହଣ କରି ସିଭିସ ସର୍ଭିସରେ ଯୋଗଦେଇଥିଲେ ।

ବାପା କ୍ୟାପଟେନ କାମଦେବ ସ୍ବାଇଁ କହିଛନ୍ତି, ‘‘ଯେତେବେଳେ ଜମ୍ମୁ କାଶ୍ମୀର କ୍ୟାଡର ଆଲଟମେଣ୍ଟ ହେଲା ଟିକେ ଡରି ଯାଇଥିଲୁ । ହେଲେ ସମୟକ୍ରମ ସବୁ କିଛି ଠିକ ହୋଇଯାଇଥିଲା । ଧୀରେ ଧୀରେ ଆଇପିଏସ ରଶ୍ମି ଜମ୍ମୁକାଶ୍ମୀରରେ ଲୋକପ୍ରିୟତା ଅର୍ଜନ କରିଥିଲା ।’’ ସେହିପରି ରଶ୍ମିଙ୍କ ବଡ ଭଉଣୀ କହିଛନ୍ତି, ‘‘ସେ ପୋଲିସ ଡିଜି ହେବାକୁ ଯାଉଥିବାରୁ ଆମେ ପରିବାରରେ ବହୁତ ଖୁସି । ଆମର ବିଶ୍ବାସ ଡିଜି ଭାବେ ତାରି ଯେଉଁ ଦାୟିତ୍ବ ରହିଛି ସେ ସଠିକ ଭାବେ ତୁଳାଇବ ।’’

ଅଧିକ ପଢନ୍ତୁ- Jammu Kashmir New DGP: ଓଡିଆ ପୁଅ ରଶ୍ମି ରଞ୍ଜନ ସ୍ବାଇଁ ଜମ୍ମୁ କାଶ୍ମୀରର ନୂଆ ପୋଲିସ ମୁଖ୍ୟ

ଚଳିତ ମାସ ଶେଷରେ ଜମ୍ମୁକାଶ୍ମୀରର ବର୍ତ୍ତମାନ ଡିଜି ଦିଲବାଗ ସିଂଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତାଙ୍କ ଉତ୍ତରାଧିକାରୀ ଭାବେ ଓଡିଆ ପୁଅ ତଥା 1991 ବ୍ୟାଚ ଆଇପିଏସ ରଶ୍ମିରାଞ୍ଜନ ସ୍ବାଇଁ ନୂଆ ଡିଜିପି ହେବେ । ଏନେଇ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଣେ ପୋଲିସ ଅଧିକାରୀ ଭାବେ ଜମ୍ମୁ କାଶ୍ମୀରରେ ରଶ୍ମି ରଞ୍ଜନଙ୍କ ବହୁ ଅଭିଜ୍ଞତା ରହିଛି। ସେ 2001ରୁ 2003 ପର୍ଯ୍ୟନ୍ତ ଶ୍ରୀନଗର ଏସଏସପି ଭାବେ କାର୍ଯ୍ୟ କରିଛନ୍ତି । ଏହାପରେ 2003- 04 ପର୍ଯ୍ୟନ୍ତ ଏସଏସପି ଜମ୍ମୁ ଭାବେ କାର୍ଯ୍ୟ କରିଛନ୍ତି । କେବଳ ଶ୍ରୀନଗର କି ଜମ୍ମୁ ନୁହେଁ ସେ ରାମବନ, ପୁଞ୍ଚ ଓ ଲେହରେ ମଧ୍ୟ ଏସଏସପି ଭାବେ କାର୍ଯ୍ୟ କରି ଅଭିଜ୍ଞତା ସାଉଁଟିଛନ୍ତି । ଏହାସହ ସେ ରିସର୍ଚ୍ଚ ଏଣ୍ଡ ଅନାଲିସିସି ୱିଙ୍ଗ ‘ର’ ଜଏଣ୍ଟ ସେକ୍ରେଟାରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେହିପରି 2004- 06 ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରର ସତର୍କତା ସଙ୍ଗଠନ ବଳର ସହାୟକ ମହାନୀରିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି ।

ଏତତ ବ୍ୟତୀତ ରଶ୍ମି ରଞ୍ଜନ 15 ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଥିବା ବେଳେ 2020 ଜୁନ ମାସରେ ଜମ୍ମୁ କାଶ୍ମୀର ପ୍ରଶାସନର ଅନୁରୋଧ କ୍ରମେ ତାଙ୍କୁ ପୁଣି ନିଜ ମୂଳ କ୍ୟାଡରରେ ନିଯୁକ୍ତି ମିଳିଥିଲା । କାରଣ 2019 ରେ ରାଜ୍ୟରୁ ଧାରା 370 ଉଚ୍ଛେଦ ପରେ ତାଙ୍କର ଆବଶ୍ୟକତା ଅନୁଭବ କରିଥିଲା ରାଜ୍ୟ ପ୍ରଶାସନ । କେନ୍ଦ୍ରୀୟ ଟେପୁଟସନରୁ ଫେରିବା ପରେ ଗୁଇନ୍ଦା ମୁଖ୍ୟ ଭାବେ ନୂଆ ଦାୟିତ୍ବ ମିଳିଥିଲା । ପରେ ତାଙ୍କର ଜମ୍ମୁ କାଶ୍ମୀର ସ୍ପେସିଆଲ ସିଆଇଡିକୁ ବଦଳି ହୋଇଥିଲା । ଗତ 29 ମାସ ହେଲା ସେହି ପଦବୀରେ କାର୍ଯ୍ୟରତ ଅଛନ୍ତି ଏହି ଓଡିଆ ଆଇଏପିଏସ ଅଧିକାରୀ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.