ETV Bharat / state

Onion Price Hike: କଂଗ୍ରେସର ନିଆରା ପ୍ରତିବାଦ, ଅଧା ଦରରେ ପିଆଜ ବିକିଲେ ଦଳୀୟ କର୍ମୀ

author img

By ETV Bharat Odisha Team

Published : Nov 2, 2023, 7:36 PM IST

ରାଜରାସ୍ତାରେ ଆସି ଅଧା ଦରରେ ପିଆଜ ବିକ୍ରି କରି ପ୍ରତିବାଦ କଲା କଂଗ୍ରେସ । ରାଉରକେଲାରେ ଏଭଳି ନିଆରା ପ୍ରତିବାଦ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

mahila congress sells onion
କଂଗ୍ରେସର ନିଆରା ପ୍ରତିବାଦ

କଂଗ୍ରେସର ନିଆରା ପ୍ରତିବାଦ

ରାଉରକେଲା: ଦର ବୃଦ୍ଧିକୁ ନେଇ କଂଗ୍ରେସର ନିଆରା ପ୍ରତିବାଦ । ରାଜରାସ୍ତାରେ ଆସି ଅଧା ଦରରେ ପିଆଜ ବିକ୍ରି କରି ପ୍ରତିବାଦ କଲା କଂଗ୍ରେସ । ରାଉରକେଲା ସହରରେ ବର୍ତ୍ତମାନ ପିଆଜ ଦର ୭୦ ଟଙ୍କା ପାର୍ କରି ସାରିଲାଣି । ଏହି ପିଆଜ ଦର ବୃଦ୍ଧି ହେବା ଯୋଗୁ ସାଧାରଣ ବର୍ଗ ଓ ଗରିବ ବର୍ଗର ଲୋକେ ବହୁତ ହଇରାଣ ହେଉଛନ୍ତି । ଏହାର ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା ଓ ଯୁବ କଂଗ୍ରେସ । ପିଆଜ ବିକ୍ରି କରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ବିରୋଧ କରାଯାଇଛି । ତେବେ ପିଆଜ କିଲୋ ପ୍ରତି ୩୦ ଟଙ୍କା ହିସାବରେ ରାଜରାସ୍ତାରେ ବସି ବିକ୍ରି କରିଛନ୍ତି ଯୁବ ଏବଂ ମହିଳା କଂଗ୍ରେସ । ସେପଟେ ପିଆଜ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

ଆଉ ଏହି ପିଆଜକୁ ସାଧାରଣ ଲୋକେ କିଣି ନେଇଥିବା ମଧ୍ୟ ଦେଖିବାକୁ ମିଳିଛି । ପିଆଜ କିଲୋ ବର୍ତ୍ତମାନ ୭୦ ଟଙ୍କା ହୋଇଥିବାବେଳେ କଂଗ୍ରେସ କିଲୋ ପିଛା 30 ଟଙ୍କାରେ ବିକ୍ରି କରିଥିଲେ । କମ୍ ଦରରେ ପିଆଜ ବିକ୍ରି ହେଉଥିବା ଦେଖିବା ପରେ ପିଆଜକୁ ବୋହି ନେଇଯାଇଥିଲେ ଲୋକେ । ତେବେ ପିଆଜ ଦର କିଲୋ ପିଛା 70 ଟଙ୍କା ଛୁଇଁବା ପରେ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇଛି । ଏନେଇ ମହିଳା କଂଗ୍ରେସ ଏବଂ ଯୁବ କଂଗ୍ରେସ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭରେ ସାଧାରଣ ଜନତାଙ୍କୁ ପିଆଜ କମ୍ ଦରରେ ବିକ୍ରି କରାଯାଇଛି ।

ଏହା ବି ପଢନ୍ତୁ...ରାଜଧାନୀରେ ୨୫ଟଙ୍କାରେ ମିଳୁଛି ପିଆଜ; ଧାଡି ବାନ୍ଧି ବୋହି ନେଲେ ଲୋକେ

ଏହା ବି ପଢନ୍ତୁ...Onion Price Hike: ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍, କହିଲା ଫେଲ୍ ମାରିଛି 'ପିଆଜ ମିଶନ'

ରାଉରକେଲା ମହିଳା କଂଗ୍ରେସ ସଭାପତି ନିରୂପମା ବଳିଆରସିଂ କହିଛନ୍ତି, "ଏହି ପ୍ରତିବାଦର ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ।" ରାଉରକେଲାର ବ୍ୟସ୍ତବହୁଳ ରାଜରାସ୍ତାରେ ଯୁବ ଓ ମହିଳା କଂଗ୍ରେସ ସଦସ୍ୟମାନେ ଦୋକାନ କରି କିଲୋ ପିଛା ମାତ୍ର 30 ଟଙ୍କାରେ ଅର୍ଥାତ୍ ଅଧା ଦରରେ ପିଆଜ ଦେଇଥିଲେ । ତେବେ ରାଜରାସ୍ତାରେ କଂଗ୍ରେସର ଏହି ପ୍ରତିବାଦ ପଥଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କଂଗ୍ରେସ କର୍ମୀଙ୍କ ପିଆଜ ଷ୍ଟଲରୁ କମ୍ ଦରରେ ପିଆଜ କିଣିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.