ରାଜଧାନୀରେ ୨୫ଟଙ୍କାରେ ମିଳୁଛି ପିଆଜ; ଧାଡି ବାନ୍ଧି ବୋହି ନେଲେ ଲୋକେ

By ETV Bharat Odisha Team

Published : Nov 2, 2023, 5:03 PM IST

thumbnail

ଭୁବନେଶ୍ବର: ଏବେ ପିଆଜକୁ ନେଇ ସବୁଠି ପଡିଛି ଭାଳେଣି  । କାର୍ତ୍ତିକ ମାସ ଆରମ୍ଭରୁ ହାଣ୍ଡିଶାଳରୁ ଉଭାନ ହୋଇଛି ପିଆଜ  । ବିଭିନ୍ନ ବଜାରରେ କେଜି ୭୦ ଡେଇଁଲାଣି  । ଏହି ଅହେତୁକ ଦର ବୃଦ୍ଧି ମଧ୍ୟରେ ରାଜଧାନୀରେ ମାତ୍ର ୨୫ ଟଙ୍କାରେ ମିଳୁଛି  ପିଆଜ । ନାଫେଡ଼ ( National agricultural cooperative marketing federation of india) ପକ୍ଷରୁ ରାଜଧାନୀ ଭୁବନେଶ୍ବରର ପ୍ରେସ ଛକଠାରେ କେଜି ପିଛା ୨୫ ଟଙ୍କାରେ ପିଆଜ ବିକ୍ରି ହେଉଛି । ବଜାରରେ ଆକାଶ ଛୁଆଁ ଦର ମଧ୍ୟରେ ନାଫେଡ କମ ଦାମରେ ପିଆଜ ଦେଉଥିବାରୁ ରାଜଧାନୀବାସୀ ବୋହିବାରେ ଲାଗିଛନ୍ତି । ଶସ୍ତାରେ ପିଆଜ କିଣିବାକୁ ପ୍ରେସ ଛକ ଠାରେ ଲୋକଙ୍କ ଲମ୍ବା ଲାଇନ ଲାଗୁଛି  । ଧାଡି ବାନ୍ଧି ପିଆଜ କିଣି ନେଉଛନ୍ତି ଗ୍ରାହକ । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ନାଫେଡ଼ ମୋବାଇଲ ଭ୍ୟାନରେ ବୁଲି ବୁଲି ପିଆଜ ବିକୁଛି  । ଦେଖନ୍ତୁ ଏହି ଭିଡିଓ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.