ETV Bharat / state

ଆମ୍ବ ଚାଷ ଦେଇଛି ପରିଚୟ, ସଫଳ ଚାଷୀ ପାଲଟିଛନ୍ତି କିନୁ ସିଂ

author img

By

Published : Jun 7, 2023, 9:31 PM IST

ଆମ୍ବ ଚାଷ ଦେଇଛି ପରିଚୟ। ଆମ୍ବ ଚାଷ କରି ପାଲଟିଛନ୍ତି ଜଣେ ସଫଳ ଚାଷୀ। ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକରେ ସଫଳ ଚାଷୀ ପାଲଟିଛନ୍ତି କିନୁ ସିଂ। ଅଧିକ ପଢ଼ନ୍ତୁ

ଆମ୍ବ ଚାଷ କରି ପାଲଟିଛନ୍ତି ଜଣେ ସଫଳ ଚାଷୀ
ଆମ୍ବ ଚାଷ କରି ପାଲଟିଛନ୍ତି ଜଣେ ସଫଳ ଚାଷୀ

ଆମ୍ବ ଚାଷ କରି ପାଲଟିଛନ୍ତି ଜଣେ ସଫଳ ଚାଷୀ

ରାଉରକେଲା: ଆଦିବାସୀ ବହୁଳ ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲା । ଏହି ଆଦିବାସୀ ବହୁଳ ଜିଲ୍ଲାରେ ଲୋକେ ଚାଷକୁ ଦେଉଛନ୍ତି ଗୁରୁତ୍ୱ । ବର୍ତ୍ତମାନ ବାର ମାସିଆ ଚାଷ କରି ଭଲ ଦି ପଇସା ରୋଜଗାର କରୁଛନ୍ତି । କେବଳ ଆମ୍ବ ଚାଷ କରି କରୁଛନ୍ତି ଲକ୍ଷାଧିକ ଟଙ୍କା ଉପାର୍ଜନ । ଏକ ଛୋଟ ଗାଁର କୃଷକ କିନୁ ସିଂ ବର୍ତ୍ତମାନ ଜଣେ ସଫଳ ଆମ୍ବ ଚାଷୀ ହୋଇପାରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଘୋଡାବନ୍ଧ ଗ୍ରାମର ବାସିନ୍ଦା ହେଉଛନ୍ତି କିନୁ ସିଂ । ତାଙ୍କର କଠିନ ପରିଶ୍ରମ, ନିଷ୍ଠା ଏବଂ କୃଷି ପ୍ରତି ଉତ୍ସାହ ଯୋଗୁଁ ଆଜି ପାଲଟିଛନ୍ତି ଜଣେ ସଫଳ ଚାଷୀ । କିନୁ ସିଂ ଏକ କ୍ଷୁଦ୍ର ଜମି ସହିତ କୃଷକ ଭାବରେ ଯାତ୍ରା ଆରମ୍ଭ କରିଥିଲେ । ସେ ପ୍ରଥମେ ଧାନ ଏବଂ ପନିପରିବା ଚାଷ କରିଥିଲେ ।

କିନୁ ସିଂ ଆମ୍ବ ଚାଷ ଯାତ୍ରା: ରାଉରକେଲା କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରିଥିଲେ । ଏହାପରେ ତିନି ହେକ୍ଟର ଜମିରେ ସେ ଆରମ୍ଭ କରିଥିଲେ ଆମ୍ବ ଚାଷ । ବହୁ ପରିଶ୍ରମ ପରେ କିନୁ ସିଂ ଶେଷରେ ଆମ୍ବ ଚାଷ ପାଇଁ ଉପଯୁକ୍ତ ପଦ୍ଧତି ପାଇଲେ । ସେ ଜୈବିକ ସାର ଏବଂ କୀଟନାଶକ ନିୟନ୍ତ୍ରଣ ପ୍ରଣାଳୀ ବ୍ୟବହାର କରିବା ଆରମ୍ଭ କରିଥିଲେ । ଯାହା ତାଙ୍କୁ ଆମ୍ବ ବଢାଇବାରେ ସାହାଯ୍ୟ କଲା ଯାହା କେବଳ ସୁସ୍ଥ ନୁହେଁ ବରଂ ସ୍ୱାଦିଷ୍ଟ ମଧ୍ୟ ଥିଲା । ଆମ୍ବ ମଧ୍ୟରେ ବିଭିନ୍ନ ଭେରାଇଟି ରୂପରେ ଦଶେରୀ, ବାଇଗଣ ପଲ୍ଲୀ, ଅମ୍ରପାଲି, ମଲ୍ଲିକା ଆଦି ବିଭିନ୍ନ ପ୍ରଜାତିର ସୁନ୍ଦର ସୁସ୍ୱାଦୁ ଆମ୍ବ ଲଗାଇ ରୋଜଗାର କରୁଛନ୍ତି ବର୍ଷକୁ ଲକ୍ଷାଧିକ ଟଙ୍କା । ସମୟ ସହିତ କିନୁ ସିଂ ତାଙ୍କ ଆମ୍ବ ପାଇଁ ସ୍ୱୀକୃତି ପାଇବା ଆରମ୍ଭ କରିଛନ୍ତି ।

ସଫଳ ଚାଷୀ କିନୁ ସିଂ କହିଛନ୍ତି,‘‘2019 ମସିହାରୁ ମୁଁ ଆମ୍ବ ଚାଷ ଆରମ୍ଭ କରିଛି । ମାତ୍ର 2 ବର୍ଷ ମଧ୍ୟରେ ଗଛରେ ଆମ୍ବ ଫଳିଥିଲା । ଯାହାପରେ ମୁଁ କେବେ ପଛକୁ ଫେରି ଚାହିଁନି । ଏବେ 250 ଟି ଆମ୍ବ ଗଛ ରହିଛି। ପ୍ରତ୍ୟେକ ବର୍ଷ 2 ଲକ୍ଷ ପଖାପାଖି ଇନକମ୍ ହୋଇଥାଏ ।’’ ଅନ୍ୟପଟେ କୃଷି ବୈଜ୍ଞାନିକ ଡ଼ଃ. ସଞ୍ଜୟ ପ୍ରଧାନ କହିଛନ୍ତି,‘‘କିନୁ ସିଂ ନିଜ ପରିଶ୍ରମ ବଳରେ ସଫଳ ଚାଷୀ ହୋଇ ପାରିଛନ୍ତି । ଏହାସହ ନିଜ ଗାଁ ଲୋକଙ୍କ ପାଇଁ ମଧ୍ୟ ସେ ପ୍ରରଣା ପାଲଟିଛନ୍ତି । ଯୁବପିଢି ତାଙ୍କୁ ଦେଖି ଚାଷ କରିବା ପାଇଁ ଉତ୍ସାହ ପ୍ରକାଶ କରୁଛନ୍ତି ।’’

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.