ଧ୍ୟାନଚାନ୍ଦଙ୍କ ଜୟନ୍ତୀରେ ପାଳନ ହେଲା ଜାତୀୟ କ୍ରୀଡା ଦିବସ

author img

By

Published : Aug 29, 2021, 7:13 PM IST

ଧ୍ୟାନଚାନ୍ଦଙ୍କ ଜୟନ୍ତୀ ,ରାଷ୍ଟ୍ରୀୟ କ୍ରୀଡା ଦିବସ ତଥା ପାଳିତ

ହକିର ଗଡ ସୁନ୍ଦରଗଡରେ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ତଥା ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ପାଳନ ହେଲା ଉତ୍ସବ। ଆୟୋଜିତ ହେଲା ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ। ଅଧିକ ପଢନ୍ତୁ...

ସୁନ୍ଦରଗଡ: ହକିର ଗଡ ସୁନ୍ଦରଗଡରେ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ତଥା ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ହକି ଆସୋସିଏସନ ମିଳିତ ଭାବେ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ। କୋଭିଡ କଟକଣା ମଧ୍ୟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଧ୍ୟାନଚାନ୍ଦଙ୍କ ଜୟନ୍ତୀ ,ରାଷ୍ଟ୍ରୀୟ କ୍ରୀଡା ଦିବସ ତଥା ପାଳିତ

କାର୍ଯ୍ୟକ୍ରମ ଅବସରରେ ହକି କିମ୍ବଦନ୍ତୀ ପୁରୁଷ ତଥା ଧ୍ୟାନଚାନ୍ଦଙ୍କୁ ସମ୍ମାନ ଜଣାଇ ସାଇ ହଷ୍ଟେଲରେ ହକି ପ୍ରଶିକ୍ଷଣ ନେଉଥିବା କ୍ରୀଡାବିତମାନେ ଏକ ସୌହାର୍ଦ୍ଧ୍ଯପୂର୍ଣ୍ଣ ହକି ମ୍ୟାଚ ଖେଳିଥିଲେ । ଉତ୍ସବରେ ହକିପ୍ରେମୀ, ସମାଜସେବୀ, ବରିଷ୍ଠ ନାଗରିକ ଯୋଗଦେଇ ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ସହ ମ୍ୟାଚ ଉପଭୋଗ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ, ଜିଲ୍ଲା ହକି ଆସୋସିଏସନର ଉପ ସଭାପତି ରାମେଶ୍ବର ଟୋପ୍ପୋ, ବରିଷ୍ଠ ନାଗରିକ ଭିକ୍ଟର କୁଜୁର , ଅବସରପ୍ରାପ୍ତ ଉପ ଆରକ୍ଷୀ ଅଧୀକ୍ଷକ ଏନ୍.ସି.ଦଣ୍ଡସେନା, ଜିଲ୍ଲା କ୍ରୀଡା ଅଧିକାରୀ ମିଲନ ବିଲୁଙ୍ଗ ,ବରିଷ୍ଠ ହକି ପ୍ରଶିକ୍ଷକ ପି.କେ. ଷଡଙ୍ଗୀ,ସୁନ୍ଦରଗଡ ସାଇ ଅଧ୍ୟକ୍ଷ ଆବ୍ରାହମ କିଶପଟ୍ଟା ,ବରିଷ୍ଠ ହକି କୋଚ ତେଜ କୁମାର ଖେସ୍ ,ହକି ପ୍ରେମୀ ତ୍ରିନାଥ ଖାଲକୋ, ଜିଲ୍ଲା ହକି ଆସୋସିଏସନର ସମ୍ପାଦକ ସିଲଭାଷ୍ଟର ତିର୍କୀ ପ୍ରମୁଖ ଯୋଗ ଦେଇଥିଲେ ।

ସୁନ୍ଦରଗଡରୁ ହରିହାର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.