ETV Bharat / state

ବେକାବୁ ସ୍କ୍ରବ୍ ଟାଇଫସ ! ସ୍ଥିତି ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍

author img

By ETV Bharat Odisha Team

Published : Oct 1, 2023, 10:48 AM IST

Updated : Oct 1, 2023, 11:10 AM IST

ସୁନ୍ଦରଗଡ଼ରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍ । ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ ଦେଖାଦେଇଛି । ସ୍ଥିତି ବେକାବୁ ହେଉଥିବା ଦେଖି ଏବେ କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି । ଅଧିକ ପଢ଼ନ୍ତୁ

ବେକାବୁ ସ୍କ୍ରବ୍ ଟାଇଫସ
ବେକାବୁ ସ୍କ୍ରବ୍ ଟାଇଫସ

ବେକାବୁ ସ୍କ୍ରବ୍ ଟାଇଫସ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିବାରେ ଲାଗିଛି ସ୍କ୍ରବ୍ ଟାଇଫସର ଆତଙ୍କ । ପ୍ରତ୍ୟେକ ଦିନ ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ନେଇ ସୁନ୍ଦରଗଡ଼ରେ ସ୍ୱାସ୍ଥ୍ୟ ବିଭାଗର 6 ଜଣିଆ ଟିମ୍‌ । ତେବେ ଏହି ଛଅ ଜଣିଆ ଟିମ୍‌ରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ ଟିମ୍ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ୍‌ ଆସି ସ୍ଥିତି ପରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ସୁନ୍ଦରଗଡ଼ରେ ଉପରମୁହାଁ ସ୍କ୍ରବ ଟାଇଫସ ମାମଲା, ସ୍ଥିତି ପରଖିଲେ କେନ୍ଦ୍ର ଓ ରାଜ୍ୟ ମିଳିତ ଟିମ୍

ସ୍ୱାସ୍ଥ୍ୟ ବିଭାଗର ଏହି ଟିମ୍‌ ସୁନ୍ଦରଗଡ଼ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଅନ୍ୟପଟେ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 20 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 292ରେ ପହଞ୍ଚିଛି । ଗତକାଲି ଜିଲ୍ଲାରେ ପଜିଟିଭ୍‌ ହାର ୨୭.୦୨ ରହିଥିଲା । ତେବେ ଜିଲ୍ଲାରେ ପ୍ରଥମେ ଜାନୁଆରୀ ମାସରେ ପ୍ରଥମ ସ୍କ୍ରବ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ - ବଲାଙ୍ଗୀରରେ ବଢୁଛି ସ୍କ୍ରବ ଟାଇଫସ ମାମଲା, ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

କିନ୍ତୁ ପରବର୍ତ୍ତୀ ସମୟରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲା । ଅଗଷ୍ଟ ମାସରୁ ସଂକ୍ରମଣ ସଂଖ୍ୟା ଉପରମୁହାଁ ରହିଛି । ଗତ ତିନି ଦିନରେ ୪୨ ଜଣ ନୂଆ ସ୍କ୍ରବ୍ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତ ଗୁରୁବାର ମୋଟ ୪୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଶୁକ୍ରବାର ଜିଲ୍ଲାରେ ୭୪ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୦ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି । ସେହିଭଳି ବୁଧବାର ୬୯ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୩ଟି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେପଟେ ବର୍ତ୍ତମାନ ଜିଲ୍ଲାରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ସୁନ୍ଦରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ତତ୍ପର ରହିଥିବା କହିଛନ୍ତି ସିଡିଏମଓ । ଚିଗର ପୋକ କାମୁଡ଼ିବା ଦ୍ୱାରା ବ୍ୟାପୁଥିବା ଏହି ରୋଗ ଏବେ ଚିନ୍ତାର କାରଣ ପାଲିଟିଛି ।

ଇଟିଭି ଭାରତ, ରାଉରକେଲା

Last Updated : Oct 1, 2023, 11:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.