ETV Bharat / state

ପଞ୍ଚାୟତିରାଜ ବିଭାଗରେ ଚାକିରି କରାଇବା ନାଁରେ ଠକେଇ ଅଭିଯୋଗ

author img

By ETV Bharat Odisha Team

Published : Nov 5, 2023, 8:38 PM IST

ଚାକିରି କରାଇ ଦେବା ନାଁରେ ଠକେଇ । ୧୫ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଛନ୍ତି ଯୁବକ ଯୁବତୀ । ଅଧିକ ପଢନ୍ତୁ

bjp mla kusum tete
bjp mla kusum tete

bjp mla kusum tete

ରାଉରକେଲା: ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ । ଚାକିରି କରାଇ ଦେବା କହି ୧୫କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ ।

ସୂଚନା ଅନୁଯାୟୀ, ଜିଲ୍ଲାର ମୋଟ ୧୨୦୦ ଯୁବକ ଯୁବତୀଙ୍କୁ ଚାକିରି ଲୋଭ ଦେଖାଇ ୧୫ କୋଟିରୁ ଅଧିକ ଟଙ୍କା ଚୂନା ଲଗାଇ ଦେଇଛି ଠକମାନେ । ସରକାରୀ ଚାକିରି କରାଇଦେବ ନାମରେ ହୋଇଛି ଏହି ସ୍କାମ । ପଞ୍ଚାୟତିରାଜ ବିଭାଗରେ ଚାକିରି କରାଇ ଦେବା ନେଇ ଏକ ଅଫିସିଆଲ ଭାବରେ ନକଲି ଚିଠିକୁ ଦେଖାଇ ପିଲାଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇଥିଲା ଠକ ମାଷ୍ଟର । ଏହି ଲେଟରରେ ପଞ୍ଚାୟତିରାଜ ବିଭାଗର ଏଜେନ୍ସି ଭାବେ ‘ଧର୍ମା’ ଏନଜିଓକୁ ମନୋନୀତ କରାଯାଇଛି । ଏହି ଏନଜିଓ ଦ୍ୱାରା ପିଲା ନିଯୁକ୍ତି ହେବ ବୋଲି କହି ପିଲାଙ୍କୁ ଚିଠି ଦେଖାଇଥିଲେ ଠକମାନେ ।

ତେବେ ଭୁବନେଶ୍ୱରରେ ଖୋଲିଥିଲା ‘ଧର୍ମା’ ଏନଜିଓର ଏକ ଅଫିସ । ଏନଜିଓରେ ଏମଡି ଓ ଡାରେକ୍ଟରଙ୍କ ସମେତ ପ୍ରତି ଜିଲ୍ଲା ଓ ବ୍ଲକ ପାଇଁ ଏଜେଣ୍ଟ ନିଯୁକ୍ତ କରାଯାଇଥିଲା । ସମସ୍ତ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ସେମାନଙ୍କୁ ଠକେଇର ଶିକାର କରିଥିଲେ । ଭୁବନେଶ୍ୱର କାର୍ଯ୍ୟାଳୟକୁ ପିଲାମାନଙ୍କୁ ଡକାଯାଇ ମୁଲଚାଲ୍ କରାଯାଉଥିଲା । ପ୍ରଥମେ ନିଜ ନିଜ ପୋଷ୍ଟ ଅନୁସାରେ ପଇସା ଦିଅ ଓ ଅଫର ଲେଟର ନିଅ ବୋଲି କୁହାଯାଇଥିଲା । ଆଉ ସବୁ ପୋଷ୍ଟ ପାଇଁ ରେଟ୍ ମଧ୍ୟ ଫିକ୍ସ କରାଯାଇଥିଲା । ପଞ୍ଚାୟତ ମିତ୍ର ପାଇଁ ୧ ଲକ୍ଷ ୨୦ ହଜାର, ବ୍ଲକ କୋର୍ଡିନେଟର ପାଇଁ ୧ଲକ୍ଷ ୭୦ହଜାର ଏବଂ ଜିଲ୍ଲା କୋର୍ଡିନେଟର ପାଇଁ ରହିଥିଲା ୨ଲକ୍ଷ ଟଙ୍କା ।

ଏହା ମଧ୍ୟ ପଢନ୍ତୁ- ସରକାରୀ ଚାକିରି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ, 6 ଅଭିଯୁକ୍ତ ଗିରଫ

ତେବେ ସମସ୍ତ ପିଲାମାନେ ଟଙ୍କା ଦେଇ ଚାରିମାସ ପର୍ଯ୍ୟନ୍ତ ଭର୍ଚୁଆଲ ଟ୍ରେନିଂ ନେଇଥିଲେ । ହେଲେ ପରେ ଯୁବକ ଯୁବତୀ ଠକାମୀର ଶିକାର ହୋଇଥିବା ଜାଣିପାରି ପଶ୍ଚିମ ଓଡିଶା ଡାଇରେକ୍ଟର ବୋଲାଉଥିବା ସୁନ୍ଦରଗଡ ଲୁହୁରାଢିପା ସ୍ଥିତ ଆର୍ଜୁ ନାୟକଙ୍କ ଘରେ ପହଞ୍ଚି ଟଙ୍କା ଫେରାଇବାକୁ ଦାବି କରିଥିଲେ । ଅନ୍ୟପଟେ ଏହି ମାମଲାରେ ମୁହଁ ଖୋଲିଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ । ଏଭଳି ସ୍କାମ ଆଗରୁ ଚାଲି ଆସୁଛି । ଏଭଳି ଘଟଣା ବହୁ ବାର ଘଟିଛି । କିଭଳି ଏହି ଠକାମୀ ସମ୍ପର୍କରେ ଟେର ପାଇ ପାରୁନାହିଁ ପୋଲିସ ବା ଗୁଇନ୍ଦା ବିଭାଗ ବୋଲି କହିଛନ୍ତି ବିଧାୟିକା କୁସୁମ ଟେଟେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.