ଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣ କୋର୍ଟ ଚାଲାଣ

author img

By

Published : Sep 20, 2021, 10:58 PM IST

ଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣ କୋର୍ଟ ଚାଲାଣ

ସୁବର୍ଣ୍ଣପୁର ସହରରେ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଦୁଷ୍କର୍ମ ତଥା ଅନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଦୁଷ୍କର୍ମ ତଥା ଅନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସହରର ରାସ୍ତାରୁ ନିଶାସକ୍ତ ଯୁବତୀକୁ ପୋଲିସ ଉଦ୍ଧାର କରି ପିସିଆର ଭ୍ୟାନରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ନିଶା ଛାଡିବା ପରେ ଯୁବତୀଙ୍କ ବୟାନକୁ ଆଧାର କରି ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପୋଲିସ ସହରର ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣ କୋର୍ଟ ଚାଲାଣ

ଯୁବତୀ ଜଣକ ସମ୍ବଲପୁର ଯାଉଥିବାବେଳେ ଯୁବତୀଙ୍କୁ ବାଟରୁ ଫେରେଇ ଆଣି ନିଶାସକ୍ତ କରି ଏକ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅତ୍ୟଧିକ ନିଶା ହୋଇଯିବାରୁ ଯୁବତୀ ଜଣକ ଘରୁ ପଦାକୁ ବାହାରି ଆସି ହଙ୍ଗାମା କରିଥିଲେ। ତେବେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଯୁବତୀକୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ଦୁଇ ଯୁବକ ସେହି ଯୁବତୀ ସହିତ ଅସଦାଚରଣ କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ପୋଲିସ ପ୍ରିଭେନସନ ଅଫ ଇମମୋରାଲ ଟ୍ରାଫିକିଂ ଆକ୍ଟ ଓ ଭାରତୀୟ ପିଙ୍ଗଳ ଆଇନ 370(2) ଧାରାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦୁଇ ଜଣ ସହରର ସ୍ବେଚ୍ଛାସେବୀ ବୋଲାଉଥିବା ଗଣେଶ ସାହୁ ଓ ବିଦ୍ୟୁତ ବିଭାଗର ଜଣେ ଯନ୍ତ୍ରୀ ଶଶୀକାନ୍ତ ସେଠୀ ବୋଲି ପୋଲିସ ସୂଚନା ଦେଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.