ETV Bharat / state

ଧାନ ବିକ୍ରିକୁ ନେଇ ବଢୁଛି ଚାଷୀ ଅସନ୍ତୋଷ

author img

By

Published : Jun 9, 2021, 3:55 PM IST

ସୁବର୍ଣ୍ଣପୁରରେ ଟୋକନ ସମସ୍ୟା ନେଇ ଚାଷୀଙ୍କ ଅଭିଯୋଗ । ତୁରନ୍ତ ସମାଧାନ ପାଇଁ ରାଜସ୍ବ ନିରୀକ୍ଷକଙ୍କ ନିକଟରେ ଚାଷୀଙ୍କ ଦାବି । ଅଧିକ ପଢନ୍ତୁ...

ଧାନ ବିକ୍ରିକୁ ନେଇ ବଢୁଛି ଚାଷୀ ଅସନ୍ତୋଷ
ଧାନ ବିକ୍ରିକୁ ନେଇ ବଢୁଛି ଚାଷୀ ଅସନ୍ତୋଷ

ସୁବର୍ଣ୍ଣପୁର: ଜିଲ୍ଲାରେ ଚଳିତ ରବି ଋତୁ ଧାନ ବିକ୍ରୟରେ ଅଚଳାବସ୍ଥା ଦେଖା ଦେଇଛି । ଚାଷୀମାନେ ନିଜ ଉତ୍ପାଦିତ ଧାନ ବିକ୍ରି କରିବାରେ ଟୋକନ ସମସ୍ୟାର ସମ୍ନୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଯେତିକି ପରିମାଣ ଚାଷଜମିରେ ଧାନ ଉତ୍ପାଦନ ହୋଇଛି ସେତିକି ପରିମାଣ ଚାଷଜମିର ଉତ୍ପାଦନ ବିକ୍ରି କରିବାକୁ ଟୋକନ ମିଳୁନାହିଁ । ଫଳରେ ଚାଷୀ ଅମଳ କରିଥିବା ଧାନ ବିକ୍ରି କରିପାରୁ ନଥିବା ଅଭିଯୋଗ କରିଛନ୍ତି ।

ଧାନ ବିକ୍ରିକୁ ନେଇ ବଢୁଛି ଚାଷୀ ଅସନ୍ତୋଷ

ବିଶେଷକରି ଜିଲ୍ଲାର ଶୁଖା ରାଜସ୍ବ ନୀରିକ୍ଷକଙ୍କ ଅଧିନରେ ଥିବା ଚାଷଜମିର ପ୍ରକୃତ ଆକଳନ କରାଯାଇ ନ ଥିବାରୁ ଚାଷୀ ଅସନ୍ତୋଷ ଦେଖା ଦେଇଛି । ତେବେ ଚେରୁପାଲି ସମବାୟ ସମିତି ମାଧ୍ୟମରେ ଧାନ କ୍ରୟ କରାଯାଉଥିବାରୁ ସମିତି ସମ୍ପାଦକ ରାଜସ୍ବ ନିରୀକ୍ଷକ ଦେଇଥିବା ରିପୋର୍ଟ ଅନୁଯାୟୀ ଧାନ ସଂଗ୍ରହ କରୁଛନ୍ତି । ଚାଷଜମିରେ ଚାଷ ହୋଇଥିବା ଜମିର ପରିମାଣରେ ତ୍ରୁଟି ହେଉଥିବାରୁ ଚାଷୀ ନିଜ ଧାନ ବିକ୍ରି କରିନପାରି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି । ରବି ଋତୁରେ ଆଟ, ପଡିଆ, ମାଳ ଆଦି କିସମର ଚାଷଜମିରେ ଉଠା ଜଳସେଚନ ମାଧ୍ୟମରେ ଚାଷୀମାନେ ଚାଷ କରୁଛନ୍ତି । ହେଲେ ରାଜସ୍ବ କର୍ମଚାରୀମାନେ ଚାଷୀମାନଙ୍କ ପଟ୍ଟା ଦେଖି କେବଳ ବାହାଲ କିସମ ଜମିରେ ଚାଷ କରୁଥିବାରୁୁ ଚାଷୀ ଧାନ ବିକ୍ରି କରିନପାରି ସିଏସଓ ଏବଂ ଜିଲ୍ଲାପାଳଙ୍କ ଅଫିସକୁ ଦୌଡୁଥିବା ଅଭିଯୋଗ କରିଛନ୍ତି । ତେବେ ଚାଷୀଙ୍କ ଏହି ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଶୁଖା ରାଜସ୍ବ ନିରୀକ୍ଷକଙ୍କ ଅଧିନରେ ଥିବା ଚାଷୀମାନେ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.