କଇଁଛ ମାରିବାକୁ ଯାଇ ବାପ-ପୁଅ ଓ ଭିଣୋଇ ମୃତ, ଗାଁରେ ଶାେକାକୁଳ ପରିବେଶ

author img

By

Published : Sep 14, 2021, 10:31 PM IST

କୂଅ ଭିତରୁ ୩ଜଣଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

କଇଁଛ ମାରିବାକୁ ଯାଇ କୂଅ ଭିତରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୩ ମୂଲ୍ୟବାନ ଜୀବନ । ଘଟଣାସ୍ଥଳରେ ଲଚ୍ଛିପୁର ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଆନନ୍ଦପୁର ଗାଁରେ ଏକ ଆଭାବନୀୟ ଘଟଣା । କୂଅ ଭିତରୁ ତିନି ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ସୂଚନାନୁସାରେ ଆନନ୍ଦପୁର ଗାଁର ଆଲୋକ କାଲସେ ତାଙ୍କ ବାପା ଓ ଭିଣୋଇଙ୍କ ସହ କୂଅ ଭିତରକୁ କଇଁଛ ମାରିବା ପାଇଁ ଯାଇଥିବାବେଳେ କୂଅ ଭିତରେ ଶ୍ଵାସରୁଦ୍ଧ ହୋଇ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

କୂଅ ଭିତରୁ ୩ଜଣଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ତେବେ ଏହି ଘଟଣା ଜଣାପଡିବା ପରେ ଗାଁ ଲୋକେ ଏହି ଘଟଣା ସଂପର୍କରେ ତାଙ୍କ ପରିବାରକୁ ଖବର ଦେବା ସହିତ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ତିନି ଜଣଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଡାକ୍ତର ତିନିଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଛନ୍ତି । ତେବେ ମୃତ ଆଲୋକ କାଲସେ, ତାଙ୍କ ବାପା ସୁରୁ ଓ ଭିଣୋଇ ନବୀନ ମଟାରୀଙ୍କ ଶ୍ଵାସ ରୁଦ୍ଧ ହେବା ଫଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଲଛିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବୁଧବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.