ବର୍ଷାରେ ଭାଙ୍ଗିଲା ନିର୍ମାଣାଧୀନ ପାଚେରୀ

author img

By

Published : Sep 15, 2021, 4:25 PM IST

ବର୍ଷାରେ ଭାଙ୍ଗିଲା ନିର୍ମାଣାଧୀନ ପାଚେରୀ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି କାଳୀନ ଚିକିତ୍ସା କେନ୍ଦ୍ରର ନାଳ ନିକଟରେ ତିଆରି ହେଉଥିବା ପାଚେରୀ ଭୁଶୁଡି ପଡିଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତିକାଳୀନ ଚିକିତ୍ସା କେନ୍ଦ୍ରର ନାଳ ନିକଟରେ ତିଆରି ହେଉଥିବା ପାଚେରୀ ଭୁଶୁଡି ପଡିଛି । ନାଳ ଭିତରେ ଅର୍ଦ୍ଧେକ ଭାଙ୍ଗି ପଡିଥିବାବେଳେ ଆଉ ଅର୍ଦ୍ଧେକ ଭଗ୍ନ ଅବସ୍ଥାରେ ରହିଛି । ତେବେ ଚିକିତ୍ସା କେନ୍ଦ୍ର ଉଦଘାଟନ ହେବା ପୂର୍ବରୁ ପାଚେରୀଟି ନିର୍ମାଣାଧିନ ଅବସ୍ଥାରେ ଭାଙ୍ଗି ପଡିଛି ।

ବର୍ଷାରେ ଭାଙ୍ଗିଲା ନିର୍ମାଣାଧୀନ ପାଚେରୀ

ପ୍ରାୟ 16 କୋଟି ଟଙ୍କା ବ୍ୟୟ ବ୍ୟୟରେ ସ୍ତ୍ରୀ ଓ ପ୍ରସୂତି କାଳୀନ ଚିକିତ୍ସା କେନ୍ଦ୍ର ତିଆରି ହୋଇଥିବା ବେଳେ ପ୍ରାୟ ସାଢେ ତିନି କୋଟି ଟଙ୍କା ବ୍ୟୟ ଅଟକଳରେ ଷ୍ଟାଫ କ୍ବାର୍ଟର୍ସ ଓ ଅନ୍ୟାନ୍ୟ କାର୍ଯ୍ୟ ଚାଲୁଛି । ମହାନଦୀ ନିକଟରେ ଏହି ସ୍ବାସ୍ଥ୍ୟ କେନ୍ଦ୍ରଟି ତିଆରି ହୋଇଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରାୟ 10 ଫୁଟ ବ୍ୟବଧାନରେ ରହିଛି ବାଇଗଣଯୋରି ନାଳ । ତେବେ ସ୍ଥାନ ନିରୂପଣ ସମୟରେ ମହାନଦୀ ଓ ନାଳ ନିକଟରେ ଏହି ଚିକିତ୍ସା କେନ୍ଦ୍ର ତିଆରି ନକରିବାକୁ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଅନୁରୋଧ କରାଯାଇଥିଲା ।ହେଲେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ଦୂରଦୃଷ୍ଟିର ଅଭାବ ଯୋଗୁଁ ମହାନଦୀ କୂଳରେ ଏହି ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯାଇଛି ।

ତେବେ ମହାନଦୀ ଓ ନାଳର ବଢିପାଣି ଯୋଗୁଁ ସ୍ବାସ୍ଥ୍ୟ କେନ୍ଦ୍ରରୁ ଜନସାଧାରଣ ଆବଶ୍ୟକ ସ୍ବାସ୍ଥ୍ୟ ସେବା ପାଇବାକୁ ନେଇ ସନ୍ଦେହ ଦେଖାଦେଇଛି । ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ରର ସୁରକ୍ଷା ପାଇଁ ମହାନଦୀରେ ଆଡିବନ୍ଧ ନିର୍ମାଣ କରିବା ସହିତ ନାଳର ଆଡିବନ୍ଧ କରି ମାଟି କାମ କରିବାକୁ ଦାବି ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.