ପର୍ଯ୍ୟଟନୀୟ ବିଭବ ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଚରମ ଅବହେଳା

author img

By

Published : Oct 19, 2021, 8:17 PM IST

Subarnapur district

ପର୍ଯ୍ୟଟନୀୟ ବିଭବରେ ଭରପୁର ସୁବର୍ଣ୍ଣପୁର ଜିଲ୍ଲା । କୃଷିକୁ ବାଦ ଦେଲେ ପର୍ଯ୍ୟଟନ ଓ ହସ୍ତତନ୍ତ ଜିଲ୍ଲାର ଆର୍ଥିକ ବିକାଶରେ ସହାୟକ ହୋଇ ପାରିଛି । ହେଲେ ଆବଶ୍ୟକ ଅନୁସାରେ ପର୍ଯ୍ୟଟନ କ୍ଷେତ୍ର ଗୁଡିକର ଭିତ୍ତିଭୂମିର ବିକାଶ ହୋଇନଥିବା ଅଭିଯୋଗ ହୋଇଆସୁଛି । ସହରରେ ଅଷ୍ଟ ଶମ୍ଭୁ ,ଅଷ୍ଟ ବିଷ୍ଣୁ, ଅଷ୍ଟ ଚଣ୍ଡୀଙ୍କ ସମେତ ଅଷ୍ଟୋତ୍ତର 108 ମନ୍ଦିର ରହିଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ପର୍ଯ୍ୟଟନୀୟ ବିଭବରେ ଭରପୁର ସୁବର୍ଣ୍ଣପୁର ଜିଲ୍ଲା । କୃଷିକୁ ବାଦ ଦେଲେ ପର୍ଯ୍ୟଟନ ଓ ହସ୍ତତନ୍ତ ଜିଲ୍ଲାର ଆର୍ଥିକ ବିକାଶରେ ସହାୟକ ହୋଇ ପାରିଛି । ହେଲେ ଆବଶ୍ୟକ ଅନୁସାରେ ପର୍ଯ୍ୟଟନ କ୍ଷେତ୍ର ଗୁଡିକର ଭିତ୍ତିଭୂମିର ବିକାଶ ହୋଇନଥିବା ଅଭିଯୋଗ ହୋଇଆସୁଛି । ସହରରେ ଅଷ୍ଟ ଶମ୍ଭୁ ,ଅଷ୍ଟ ବିଷ୍ଣୁ, ଅଷ୍ଟ ଚଣ୍ଡୀଙ୍କ ସମେତ ଅଷ୍ଟୋତ୍ତର 108 ମନ୍ଦିର ରହିଛି ।

ପର୍ଯ୍ୟଟନୀୟ ବିଭବ ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଚରମ ଅବହେଳା

ଏହାବାଦ ଜିଲ୍ଲାର ଧାର୍ମିକ, ଶକ୍ତୀପୀଠ ଓ ପର୍ଯ୍ୟଟନ କ୍ଷେତ୍ର କହିଲେ ସଦର ମହକୁମାର ଅନତି ଦୂରରେ ରହିଛି କୋଟସମଲାଇର ପାତାଳୀ ଶ୍ରୀକ୍ଷେତ୍ର । ଯେଉଁଠି ମହାପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କୁ ନେଇ 144 ବର୍ଷ ପାତାଳୀ ହୋଇଥିଲେ । ଏହାବାଦ ଖଲିଆପାଲିର ଭୀମଭୋଇ ସମାଧୀ ପୀଠ ,ଚରଦାର କପିଳେଶ୍ବର ଶୈବପୀଠ , ବୈଦ୍ୟନାଥର କୋଶଳେଶ୍ବର ଶୈବପୀଠ ସହିତ ବୀରମହାରାଜପୁର ଗୋଧନେଶ୍ବର ଓ ହରିହରଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ରହିଛି । ଖାଲି ଏତିକି ନୁହେଁ ଏବେ ମାଁ ମେଟାକାନୀଙ୍କ ମନ୍ଦିର ରାଜ୍ୟର ଅନ୍ୟତମ ପର୍ଯ୍ୟଟନ ପୀଠର ମାନ୍ୟତା ପାଇଛି । ତେବେ ସଦର ମହକୁମାର ପ୍ରାଚୀନ ସୁବର୍ଣ୍ଣମେରୁ ଓ ରାମେଶ୍ବରଙ୍କ ସମେତ ଇଷ୍ଟଦେବୀ ମାଁ ସୁରେଶ୍ବରୀଙ୍କ ପୀଠକୁ ବର୍ଷସାରା ହଜାର ହଜାର ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ଗବେଷକଙ୍କ ସୂଅ ଛୁଟୁଛି ।

ସେହିପରି ସଦର ମହକୁମାର ଦୁଇଟି ପାର୍ଶ୍ବରେ ଚୀରସ୍ରୋତା ମହାନଦୀ ଓ ଅନ୍ୟ ପାର୍ଶ୍ବରେ ତେଲନଦୀ ପ୍ରବାହିତ ହେଉଛି । ଉଭୟ ନଦୀର କୂଳର ବିକାଶ କରିବା ପାଇଁ ଦାବି ହେଉଛି । ତେବେ ପର୍ଯ୍ୟଟନ କ୍ଷେତ୍ର ଗୁଡିକର ବିକାଶ କରିବା ସହିତ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ପାଇଁ ସର୍ବନିମ୍ନ ବ୍ୟବସ୍ଥା କଲେ ଜିଲ୍ଲାର ଅର୍ଥନୈତିକ ବିକାଶ ହୋଇ ପାରିବ । ହେଲେ ରାଜ୍ୟ ସରକାର ଅବା ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି ।

ଅପରପକ୍ଷରେ ଉଭୟ ନଦୀ କୂଳର ବିକାଶ ସହିତ ପର୍ଯ୍ୟଟନ ପୀଠ ଗୁଡିକର ବିକାଶ କୋରୋନା ପାଇଁ ମନ୍ଥର ହୋଇଥିବା ବେଳେ ଏବେ ପର୍ଯ୍ୟଟନ କ୍ଷେତ୍ର ଓ ଉଭୟ ନଦୀର ସୌନ୍ଦର୍ଯ୍ୟ କରଣ ପାଇଁ ଜିଲ୍ଲା ପ୍ରଶାସନ ଯୋଜନା ପ୍ରସ୍ତୁତ କରୁଥିବା ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.