ସହାୟତା ନିମନ୍ତେ ଟ୍ରେଡ଼ ୟୁନିଅନର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

author img

By

Published : Sep 15, 2021, 4:58 PM IST

ସହାୟତା ନିମନ୍ତେ ଟ୍ରେଡ଼ ୟୁନିଅନର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ସୁବର୍ଣ୍ଣପୁର ଜିଲ୍ଲାର ଟ୍ରେଡ ୟୁନିୟନ ସମନ୍ବୟ ସମିତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଟ୍ରେଡ ୟୁନିୟନ ନେତା ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଅଣସଂଗଠିତ ଶ୍ରମିକ, ପ୍ରବାସୀ ଶ୍ରମିକ ଓ ନିର୍ମାଣ ଶ୍ରମିକମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଜିଲ୍ଲାର ଟ୍ରେଡ ୟୁନିୟନ ସମନ୍ବୟ ସମିତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଟ୍ରେଡ ୟୁନିୟନ ନେତା ଗୋବିନ୍ଦ ମହାରଣାଙ୍କ ନେତୃତ୍ତ୍ବରେ ଅଣସଂଗଠିତ ଶ୍ରମିକ, ପ୍ରବାସୀ ଶ୍ରମିକ ଓ ନିର୍ମାଣ ଶ୍ରମିକମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ସହାୟତା ନିମନ୍ତେ ଟ୍ରେଡ଼ ୟୁନିଅନର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଗତ ଜୁନ 30 ତାରିଖରେ ଦେଇଥିବା ଗୁରୁତ୍ବପୂର୍ଣ୍ଣ ରାୟକୁ କାର୍ଯ୍ୟକାରୀ କରିବା, ଅଣସଂଗଠିତ ଶ୍ରମିକଙ୍କ ପାଇଁ ୱେଲଫେୟାର ବୋର୍ଡ ଗଠନ କରିବା, ଅଣସଂଗଠିତ ଓ ପ୍ରବାସୀ ଶ୍ରମିକଙ୍କ ଆକଳନ ଓ ପଞ୍ଜିକରଣ କରିବା, ନିର୍ମାଣ ଶ୍ରମିକଙ୍କ ସମସ୍ତ ବକେୟା ପ୍ରାପ୍ୟ, ଶିକ୍ଷା, ବିବାହ, ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା, ପ୍ରବାସୀ ଶ୍ରମିକ ପରିବାର ବର୍ଗଙ୍କୁ ଜିଲ୍ଲାରେ ଆତ୍ମନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବା ତଥା ପ୍ରବାସୀ ଶ୍ରମିକ, ଅଣ ସଂଗଠିତ ଶ୍ରମିକ ଓ ନିର୍ମାଣ ଶ୍ରମିକଙ୍କୁ ନୂତନ ଘୋଷିତ ସ୍ମାର୍ଟ କାର୍ଡ ଆଦି ପ୍ରଦାନ କରିବା ଦାବିରେ ଏହି ଆନ୍ଦୋଳନ କରାଯାଇଛି ।

ଗତ ତିନି ଦିିନ ଧରି ଲଗାଣ ବର୍ଷାରେ ଶ୍ରମିକଙ୍କ ଘର ଭାଙ୍ଗି ଯାଇଥିବାବେଳେ ତାହା ଆକଳନ କରି ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି କରିଛନ୍ତି । ସାତଦଫା ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ତୁରନ୍ତ ଏ ଦିଗରେ ପ୍ରଶାସନ ପଦକ୍ଷେପ ନନେଲେ ଆନ୍ଦୋଳନ ଭୟାବହ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.