ETV Bharat / state

ଐତିହାସିକ ବଳିଯାତ୍ରା; ବଳି କହିଲେ ହତ୍ୟା ନୁହେଁ ବରଂ ବରୁଆ ଓ ସମର୍ପଣ

author img

By

Published : Oct 8, 2021, 5:10 PM IST

ସୋନପୁର ଗଡଜାତରେ ଆଶ୍ବୀନ ମହାଳୟାଠାରୁ ଆରମ୍ଭ ହୁଏ ଐତିହାସିକ ବଳିଯାତ୍ରା । ଇଷ୍ଟଦେବୀ ମା’ ସୁରେଶ୍ବରୀଙ୍କ ମନ୍ଦିରରୁ ବାଉତି ଛତ୍ର ଶୋଭାଯାତ୍ରା ସମ୍ପନ୍ନ ହେବା ପରେ ନିଶାର୍ଦ୍ଧରେ ୧୫ ଗୋଟି ବଳି କାର୍ଯ୍ୟ ସମ୍ପନ୍ନ ହୋଇଥାଏ । ଅଧିକ ପଢନ୍ତୁ...

ବଳି କହିଲେ ହତ୍ୟା ନୁହେଁ ବରଂ ବରୁଆ ଓ ସମର୍ପଣ
ବଳି କହିଲେ ହତ୍ୟା ନୁହେଁ ବରଂ ବରୁଆ ଓ ସମର୍ପଣ

ସୁବର୍ଣ୍ଣପୁର: ସୋନପୁର ଗଡଜାତରେ ଆଶ୍ବୀନ ମହାଳୟାଠାରୁ ଆରମ୍ଭ ହୁଏ ଐତିହାସିକ ବଳିଯାତ୍ରା । ୧୬ ଦିନରେ ୧୫ ଗୋଟି ବଳି କାର୍ଯ୍ୟ ସମ୍ପନ୍ନ ହୁଏ । ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ, ମା’ ସମଲେଇ ଓ ଦେବୀ ମା’ ଖମ୍ବେଶ୍ବରୀଙ୍କୁ ନେଇ ଏହି ବଳିକାର୍ଯ୍ୟ ହେଉଥିବା ବେଳେ ଏଥିରେ ୩୬ଟି ସମ୍ପ୍ରଦାୟର ଶହଶହ ସେବାୟତ ସାମିଲ ହୋଇଥାନ୍ତି ।

ବଳି କହିଲେ ହତ୍ୟା ନୁହେଁ ବରଂ ବରୁଆ ଓ ସମର୍ପଣ

ଇଷ୍ଟଦେବୀ ମା’ ସୁରେଶ୍ବରୀଙ୍କ ମନ୍ଦିରରୁ ବାଉତି ଛତ୍ର ଶୋଭାଯାତ୍ରା ସମ୍ପନ୍ନ ହେବା ପରେ ନିଶାର୍ଦ୍ଧରେ ୧୫ ଗୋଟି ବଳି କାର୍ଯ୍ୟ ସମ୍ପନ୍ନ ହୋଇଥାଏ । ତେବେ ଅନ୍ୟତ୍ର ବଳି କହିଲେ ଛେଳି ଅବା ମହିଷି ହତ୍ୟାକୁ ବୁଝାଉଥିବା ବେଳେ ସୁବର୍ଣ୍ଣପୁରରେ ବଳି କହିଲେ ବରୁଆ ତଥା ଶ୍ରଦ୍ଧାଳୁଙ୍କ ସମର୍ପଣକୁ ବୁଝାଇଥାଏ ।

ତେବେ ଦେବୀ ମା’ ଇଷ୍ଟଦେବୀ ସୁରେଶ୍ବରୀ ମହାଳୟାରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଥିବା ବେଳେ ବଳିଯାତ୍ରାର ଅଧିକାଂଶ କାର୍ଯ୍ୟ ଏହି ପୀଠରେ ହିଁ ସମ୍ପନ୍ନ ହୋଇଥାଏ ।

ଦେବୀ ମା’ଙ୍କ ପୀଠରେ ମହାନବମୀ ରାତ୍ରୀରେ ହେଉଥିବା ମହାବଳି ପର୍ବର ପୂର୍ଣ୍ଣାହୂତୀ ବରୁଆର ଚୁଳବନ୍ଧନ ପର୍ବରେ ଦଶମୀ ତିଥିରେ ଇଷ୍ଟଦେବୀଙ୍କ ପାଖରେ ସମ୍ପନ୍ନ ହୁଏ । ତେବେ ଗାୟନ ବଳି, ଡାଙ୍ଗୁଆ ବଳି ତଥା ମହାନବମୀର ମହାବଳି କାର୍ଯ୍ୟର ପ୍ରଥମ ସୋପାନ ଦେବୀ ମା’ ଖମ୍ବେଶ୍ବରୀଙ୍କ ପୀଠରେ ପାଳନ କରାଯାଏ ।

ତେବେ ରାଜାରାଜୁଡା ଅମଳରୁ ପାଳିତ ହେଉଥିବା ଏହି ବଳିଯାତ୍ରାରେ ଅଲୌକିକ ତନ୍ତ୍ରମାଟିର ପ୍ରୟୋଗ, ଷୋହଳଭର୍ଣ୍ଣି ବାଦ୍ୟ, ମାଲେଶ୍ରୀ ସଂଗୀତ ଆଦି ସୁବର୍ଣ୍ଣପୁର ବ୍ୟତୀତ ଅନ୍ୟତ୍ର ଦେଖିବାକୁ ମିଳେନାହିଁ ।

ତେବେ ଦେବୀ ମା’ ସମଲେଇ, ଖମ୍ବେଶ୍ବରୀ ଓ ସୁରେଶ୍ବରୀଙ୍କୁ ନେଇ ପାଳିତ ହେଉଥିବା ଏହି ବଳିଯାତ୍ରାରେ ଅନେକ ମହିମାମୟ, ଅଲୌକିକ, ଅବିଶ୍ବସନୀୟ ଘଟଣା ଦେଖିବାକୁ ମିଳେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.