ETV Bharat / state

ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ପ୍ରକଳ୍ପ ପାଇଁ ପୁଣି ଉଠିଲା ଦାବି

author img

By

Published : Aug 22, 2022, 10:19 AM IST

ଖୋର୍ଦ୍ଧା-ବଲାଙ୍ଗୀରର ରେଲୱେ ଲାଇନ ତୁରନ୍ତ ସଂପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବାକୁ ଦାବି । ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ହେଲା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ରାଜନୈତିକ ଉଦାସୀନତା ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉନ ଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

railaway project work delayed in subarnapur
ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ପ୍ରକଳ୍ପ ପାଇଁ ପୁଣି ଉଠିଲା ଦାବି

ସୁବର୍ଣ୍ଣପୁର: ରେଲୱେ ପ୍ରକଳ୍ପରେ ବିଳମ୍ବ ନେଇ ଅଭିଯୋଗ (Khordha balangir railway project) । ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗୀରର ରେଲୱେ ଲାଇନ ତୁରନ୍ତ ସଂପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ହେଲା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ରାଜନୈତିକ ଉଦାସୀନତା ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି । ତେବେ ପଶ୍ଚିମ ଓଡିଶାର ତିନୋଟି ଜିଲ୍ଲା ସହିତ ପୂର୍ବ ଓଡିଶାକୁ ଯୋଡିବା ଓ ରେଳ ପ୍ରକଳ୍ପ ହେଲେ ପଶ୍ଚିମ ଓଡିଶାର ପଛୁଆ ଜିଲ୍ଲା ଗୁଡିକର ଅର୍ଥନୈତିକ ବିକାଶକୁ ଆଖି ଆଗରେ ରଖି ଏହି ପ୍ରକଳ୍ପ 2001 ମସିହାରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ପ୍ରକଳ୍ପ ପାଇଁ ପୁଣି ଉଠିଲା ଦାବି

ମାତ୍ର 100 କୋଟି ବ୍ୟୟ ରଖାଯାଇଥିବା ଏହି ପ୍ରକଳ୍ପ ଏବେ ହଜାର ହଜାର କୋଟିରେ ପହଞ୍ଚି ସାରିଲାଣି । ଅଥଚ ସଂପୂର୍ଣ୍ଣ ରେଳଲାଇନର 50 ପ୍ରତିଶତ କାର୍ଯ୍ୟ ବି ଶେଷ କରାଯାଇ ପାରିନାହିଁ । ତେବେ ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବା ଦିଗରେ ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ ଲାଇନ କ୍ରିୟାନୁ୍ଷ୍ଠାନ କମିଟି ପୁଣି ଦାବି ଉପସ୍ଥାପନ କରିଛି । ଏନେଇ ରବିବାର ସହରର ହୋଟେଲ ଗ୍ରୀନ ପାର୍କ ସମ୍ମିଳନୀ କକ୍ଷରେ ବଲାଙ୍ଗୀର-ସୁବର୍ଣ୍ଣପୁର ଓ ବୌଦ୍ଧର କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ରେଳ ବିଭାଗ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ସହମତ ହୋଇଛନ୍ତି । ପୁଣି ଏହି ପ୍ରକଳ୍ପ ପାଇଁ ଦୁର୍ବାର ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନିଆଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.