ETV Bharat / state

ହାତୀଙ୍କୁ ସୁରକ୍ଷା ଦେବେ ଗଜସାଥି

author img

By

Published : Dec 8, 2022, 4:49 PM IST

ହାତୀଙ୍କୁ ସୁରକ୍ଷା ଦେବେ ଗଜସାଥି । ଜିଲ୍ଲା ବନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଗଜସାଥୀଙ୍କୁ ପ୍ରଦାନ କରାଯାଇଛି ନିଯୁକ୍ତି । ଅଧିକ ପଢନ୍ତୁ

ହାତୀଙ୍କୁ ସୁରକ୍ଷା ଦେବେ ଗଜସାଥି
ହାତୀଙ୍କୁ ସୁରକ୍ଷା ଦେବେ ଗଜସାଥି

ସୁବର୍ଣ୍ଣପୁର: ହାତୀଙ୍କୁ ସୁରକ୍ଷା ଦେବେ ଗଜସାଥି । ଜିଲ୍ଲା ବନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଗଜସାଥୀଙ୍କୁ ପ୍ରଦାନ କରାଯାଇଛି ନିଯୁକ୍ତି । ଜଙ୍ଗଲିଆ ଗାଁ ତଥା ଜଙ୍ଗଲ ନିକଟବର୍ତ୍ତି ଗାଁ ଗୁଡିକରେ ପ୍ରତିଟି ଗାଁ ରେ ୫ଜଣ ଗଜସାଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ସରକାର ଧାର୍ଯ୍ୟ କରିଥିବା ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

ହାତୀଙ୍କୁ ସୁରକ୍ଷା ଦେବେ ଗଜସାଥି

ଏନେଇ ଗଜସାଥୀଙ୍କୁ ୟୁନିଫର୍ମ, ଏଲିଫାଣ୍ଟ ମୁଭମେଣ୍ଟ ଟ୍ରାକିଂ ଟୁଲ ସହିତ ତାଲିମ ପ୍ରଦାନ କରାଯାଉଛି । ହାତୀ-ମଣିଷ ଲଢେଇକୁ ଶୂନ୍ୟକୁ ଆଣିବା, ହାତୀଙ୍କ ଗତି ଅନୁଧ୍ୟାନ ଓ ନିୟନ୍ତ୍ରଣ କରିବା, ଗୃହ ଓ ଫସଲ ହାନି ଉପରେ ନଜର ରଖିବା ତଥା ଧନଜୀବନର ସୁରକ୍ଷା ପାଇଁ ବନ କର୍ମଚାରୀମାନଙ୍କ ସହିତ ମିଶି କାର୍ଯ୍ୟ କରିବା ପାଇଁ ଗଜସାଥୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ବିଶେଷକରି ଗଜ ସାଥୀମାନେ ଗାଁ ଗାଁରେ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବି କାର୍ଯ୍ୟ କରିବେ । ଗାଁ ଗୁଡିକରେ ଥିବା ଗ୍ରାମ ଜଙ୍ଗଲ କମିଟି ଗୁଡିକ ସହିତ ସଂପର୍କ ସ୍ଥାପନ କରି ହାତୀଙ୍କ ଗତିପଥ ଉପରେ ନଜର ରଖିବା ସହିତ ଧନଜୀବନ କ୍ଷୟକ୍ଷତି ଶୂନ୍ୟକୁ ଆଣିବା ପାଇଁ ପ୍ରୟାସ କରିବେ ବୋଲି ଡିଏଫଓ ସୂଚନା ଦେଇଛନ୍ତି । ଏଥିସହ ଜିଲ୍ଲାରେ ପ୍ରଥମ କରି ଗଜସାଥୀ ନିଯୁକ୍ତି ଦିଆ ଯାଇଥିବାରୁ ଏବେ ହାତୀ ସୁରକ୍ଷା ଦିଗରେ ବନ ବିଭାଗ ବେଶ ତତ୍ପର ଓ ଯତ୍ନଶୀଳ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.