ETV Bharat / state

କୋଭିଡ କଟକଣା ମଧ୍ୟରେ ସୁବର୍ଣ୍ଣପୁର ସହରରେ ଗଜଲକ୍ଷ୍ମୀ ପୂଜା

author img

By

Published : Oct 20, 2021, 10:29 PM IST

ସୁବର୍ଣ୍ଣପୁର ସହରର ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା । ଘୋଡାଘାଟପଡାସ୍ଥିତ ବ୍ୟାସ ଆଶ୍ରମରେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ପୂଜା ପାଉଛନ୍ତି ମା’। ଅଧିକ ପଢନ୍ତୁ...

କୋଭିଡ କଟକଣା ମଧ୍ୟରେ ସୁବର୍ଣ୍ଣପୁର ସହରରେ ଆରମ୍ଭ ହେଲା ଗଜଲଷ୍ମୀ ପୂଜା
କୋଭିଡ କଟକଣା ମଧ୍ୟରେ ସୁବର୍ଣ୍ଣପୁର ସହରରେ ଆରମ୍ଭ ହେଲା ଗଜଲଷ୍ମୀ ପୂଜା

ସୁବର୍ଣ୍ଣପୁର: ସହରର ଘୋଡାଘାଟପଡାସ୍ଥିତ ବ୍ୟାସ ଆଶ୍ରମରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି । ଆଜି ଆଶ୍ବିନ ପୂର୍ଣ୍ଣମୀ ତିଥିରେ ଅଧିବାସ କୁମ୍ଭ ସ୍ଥାପନ, ମଣ୍ଡଳ ପୂଜା, ନବଗ୍ରହ ପୂଜା, ଇନ୍ଦ୍ରାଦି ଦଶଦିଗପାଳ ପୂଜା ସହିତ ମା’ ଲକ୍ଷ୍ମୀ ,ମହାସରସ୍ବତୀ ,ମହାକାଳୀ ,ଇନ୍ଦ୍ରଦେବ ଓ ଗଜଙ୍କୁ ଆବାହନ କରାଯାଇଛି ।

କୋଭିଡ କଟକଣା ମଧ୍ୟରେ ସୁବର୍ଣ୍ଣପୁର ସହରରେ ଆରମ୍ଭ ହେଲା ଗଜଲଷ୍ମୀ ପୂଜା
କୋଭିଡ କଟକଣା ମଧ୍ୟରେ ସୁବର୍ଣ୍ଣପୁର ସହରରେ ଆରମ୍ଭ ହେଲା ଗଜଲଷ୍ମୀ ପୂଜା

କୁମ୍ଭ ସ୍ଥାପନ ପରେ ଆଦ୍ୟଦେବ ଶ୍ରୀ ଗଣେଶଙ୍କୁ ଆବାହନ କରି ମା’ ଗଜଲକ୍ଷୀଙ୍କ ସମେତ ପାର୍ଶ୍ବ ଦେବଦେବୀଙ୍କ ପୂଜା ଆରାଧନା ଆରମ୍ଭ କରାଯାଇଛି । ତେବେ ଏହି ପୂଜା କାର୍ତ୍ତିକ କୃଷ୍ଣ ଦଶମୀ ତିଥି ଯାଏଁ ଚାଲିବ । ଆଜି ହୋମ ଓ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପାରମ୍ପରିକ ରୀତିନୀତିରେ ପୂଜା ଆରାଧନା ଚାଲିଛି । ତେବେ କୋଭିଡ କଟକଣା ଭିତରେ ମା’ଙ୍କ ପୂଜା ଆରାଧନା କରାଯାଉଥିବାବେଳେ ୧୦ଦିନ ବ୍ୟାପୀ ସନ୍ଧ୍ୟାରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ବାତିଲ କରାଯାଇଛି । ସେହିପରି ମା’ଙ୍କ ଭସାଣ ଉତ୍ସବ ନିରାଡମ୍ବରେ ଭାବେ ପାଳନ କରିବା ପାଇଁ ବ୍ୟାସ ଆଶ୍ରମ ପୂଜା କମିଟିକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

କୋଭିଡ କଟକଣା ମଧ୍ୟରେ ସୁବର୍ଣ୍ଣପୁର ସହରରେ ଆରମ୍ଭ ହେଲା ଗଜଲଷ୍ମୀ ପୂଜା
କୋଭିଡ କଟକଣା ମଧ୍ୟରେ ସୁବର୍ଣ୍ଣପୁର ସହରରେ ଆରମ୍ଭ ହେଲା ଗଜଲଷ୍ମୀ ପୂଜା

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.