ଭୈରବୀ ବେଶରେ ଦର୍ଶନ ଦେଲେ ଦେବୀ ମାଆ ସୁରେଶ୍ୱରୀ

author img

By

Published : Oct 10, 2021, 9:24 PM IST

devi Maa Sureshwari appeared as Bhairavi in subarnpur

ସୋନପୁର ଗଡ଼ଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀ ଭୈରବୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତାକାଲି(ସୋମବାର) ଦେବୀ ମାଆ ଭୁବନେଶ୍ଵରୀ ବେଶ ଧାରଣ କରିବେ । ଅଧିକ ପଢ଼ନ୍ତୁ...

ସୁବର୍ଣ୍ଣପୁର: ସୋନପୁର ଗଡ଼ଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀ ଭୈରବୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତାକାଲି(ସୋମବାର) ଦେବୀ ମାଆ ଭୁବନେଶ୍ଵରୀ ବେଶ ଧାରଣ କରିବେ । ଦେବୀ ମାଆ ସୁରେଶ୍ବରୀ ଆଶ୍ବିନ ମହାଳୟାଠାରୁ ଆରମ୍ଭ କରି ଦଶମୀ ତିଥି ଯାଏଁ ଭିନ୍ନଭିନ୍ନ ବେଶ ଧାରଣ କରିଥାନ୍ତି । ମହାଳୟାରେ ଦେବୀ ମାଆ ଧବଳମୁଖୀ ବେଶ ଧାରଣ କରିଥିବାବେଳେ ପ୍ରତିପଦରେ କାଳୀ, ଦ୍ଵିତୀୟାରେ ତାରା, ତୃତୀୟାରେ ଷୋଡ଼ଶୀ ବେଶ ଧାରଣ କରିବାର ପରମ୍ପରା ରହିଛି ।

devi Maa Sureshwari appeared as Bhairavi in subarnpur
ଭୈରବୀ ବେଶରେ ଦର୍ଶନ ଦେଲେ ଦେବୀ ମାଆ ସୁରେଶ୍ୱରୀ

ଏହି ପୀଠରେ ମହାଷ୍ଟମୀ ତିଥିରେ ମାଆ ମହିଷା ମର୍ଦ୍ଦିନୀ ଓ ମହାନବମୀ ତିଥିରେ ରାଜରାଜେଶ୍ୱରୀ ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ବର୍ଷ ତମାମ୍‌ ଦେବୀଙ୍କ ସଶରୀର ସିନ୍ଦୁର ପ୍ରଲେପ କରାଯିବା ସହିତ ଗାଢ ନାଲି ରଂଗର ବସ୍ତ୍ର ପରିଧାନ କରାଯାଉଥିବାବେଳେ ଭୈରବୀ ବେଶରେ ଦେବୀ ମାଆ ସୁନାରୁପା ଆଭୂଷଣରେ ସଜ୍ଜିତ ହୋଇ ସବୁଜ ପାଟ ବସ୍ତ୍ର ପରିଧାନ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁରର ଐତିହାସିକ ବଳୀଯାତ୍ରା ଆରମ୍ଭ ହୋଇଛି । ଏହି ଶକ୍ତିପୀଠକୁ ଶ୍ରଦ୍ଧାଳୁମାନେ ବଳୀଯାତ୍ରାରେ ସାମିଲ ହୋଇ ଦେବୀ ମାଆ ସୁରେଶ୍ବରୀଙ୍କ କୃପା ଭିକ୍ଷା ସାଉଁଟିବାକୁ ଛୁଟି ଆସୁଛନ୍ତି । ଦେବୀଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରି ଦେବୀ କୃପା ଲାଭ କରୁଛନ୍ତି ଭକ୍ତ । ଶୃଙ୍ଖଳିତ ସନ୍ଧ୍ୟା ଆଳତୀ ଦର୍ଶନ ଓ କୋଭିଡ ନିୟମ ଅନୁପାଳନ କରିବାକୁ ସେବାୟତ ଓ ମନ୍ଦିର କମିଟିକୁ ଦେବୋତ୍ତର ବିଭାଗ ନିର୍ଦ୍ଦେଶ ଦେଇଛି ।

ଭୈରବୀ ବେଶରେ ଦର୍ଶନ ଦେଲେ ଦେବୀ ମାଆ ସୁରେଶ୍ୱରୀ

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.