ETV Bharat / state

ଆସନ୍ତାକାଲି ବ୍ଲକ୍‌ ଘେରାଉ କରିବ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି

author img

By

Published : Aug 17, 2023, 6:30 PM IST

ଆସନ୍ତାକାଲି ବ୍ଲକ ଘେରାଉ କରିବ 6 ଗୋଟି ବ୍ଲକର ଜିଲ୍ଲା କଂଗ୍ରେସ କମିଟି । ଏନେଇ ପ୍ରୋଗ୍ରେସ ଇନ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

congress to protest in front of  6 block office
congress to protest in front of 6 block office

ବ୍ଲକ ଘେରାଉ କରିବ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି

ସୁବର୍ଣ୍ଣପୁର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ ହେଉଛି କଂଗ୍ରେସ । ଆସନ୍ତାକାଲି ବ୍ଲକ୍‌ ଘେରାଉ କରିବ 6 ଗୋଟି ବ୍ଲକର ଜିଲ୍ଲା କଂଗ୍ରେସ କମିଟି । ଏନେଇ ଗତକାଲି ପ୍ରୋଗ୍ରେସ୍‌ ଇନ୍‌ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି ।

ଜିଲ୍ଲା କଂଗ୍ରେସ କମିଟିର ସଭାପତି ଗୌରୀଶ୍ୟାମ ପଣ୍ଡା ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଆସନ୍ତାକାଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମସ୍ତ ବ୍ଲକ୍‌ ଘେରାଉ କରାଯିବ ବୋଲି ସୂଚନା ଦେଇଛନ୍ତି । ଜିଲ୍ଲାର ସମସ୍ତ 6 ଗୋଟି ବ୍ଲକରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ଲକ୍‌ ଘେରାଉ କରାଯିବ । ଏଥିସହ କଂଗ୍ରେସ କମିଟି ପ୍ରତିଟି ବ୍ଲକ୍‌ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନେବାକୁ ଥିବା ବେଳେ ଜନସାଧାରଣ ବି ଏହି ଆନ୍ଦୋଳନରେ ସାମିଲ ହେବାକୁ ଜିଲ୍ଲା କଂଗ୍ରେସ ସଭାପତି ଅନୁରୋଧ କରିଛନ୍ତି ।

ରାଜ୍ୟ ସରକାର ସମସ୍ତ କ୍ଷେତ୍ରରେ ବିଫଳ ହୋଇଥିବା ବେଳେ ନାରୀ ନିର୍ଯାତନା ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଛି ସୂବର୍ଣ୍ଣପୁର କଂଗ୍ରେସ । ସେହିପରି ଦୈନନ୍ଦିନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦର ହୁ ହୁ ହୋଇ ଦରଦାମ ବୃଦ୍ଧି ହେଉଥିବା ବେଳେ ଦରଦାମ ସରକାର ନିୟନ୍ତ୍ରଣ କରି ପାରୁ ନାହାଁନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ବେକାରୀ ସମସ୍ୟା ଲାଗି ରହିଥିବା ବେଳେ ଯୁବ ଗୋଷ୍ଠୀଙ୍କୁ ଶିକ୍ଷାଗତ ଯୋଗ୍ୟତା ଓ ପ୍ରଶିକ୍ଷଣ ଆଧାରରେ ନିଯୁକ୍ତି ଦିଆଯାଇ ପାରୁନଥିବା କଂଗ୍ରେସ ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ - ପିସିସି ସଭାପତିଙ୍କ ସୂଚନା; ୧୮ରେ ରାଜ୍ୟର ସମସ୍ତ ବ୍ଲକ ଘେରିବ କଂଗ୍ରେସ

ଅନ୍ୟପଟେ ଟାଟା ପାୱାର କମ୍ପାନୀ ଗ୍ରାହକମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଆସୁଛି । ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବା ପାଇଁ ଆନ୍ଦୋଳନ ତଥା ବ୍ଲକ୍‌ ଘେରାଉ କାର୍ଯ୍ୟକ୍ରମ ମାଧ୍ୟମରେ ଚାପ ପ୍ରୟୋଗ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି । ତେବେ ଆଗାମୀ 2024 ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା କଂଗ୍ରେସ କମିଟି ଜନସାଧାରଣଙ୍କ ନିକଟତର ହେବାକୁ ଚେଷ୍ଟା କରୁଛି । ଏହାର ରୋଡ୍‌ମ୍ୟାପ୍‌ ସ୍ବରୂପ କଂଗ୍ରେସର ବିକ୍ଷୋଭ କରିବାକୁ ଘୋଷଣା କରିଥିବା ଆଲୋଚନା ହେଉଛି । ସେହିପରି ଜିଲ୍ଲାରେ ଦୀର୍ଘ ଦିନ ପରେ କଂଗ୍ରେସର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଥିବାରୁ ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ରାଜନୈତିକ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.