ମୌଳିକ ସମସ୍ୟାର ସମାଧାନ ଦାବିରେ କମ୍ୟୁନିଷ୍ଟ ଦଳର ବିକ୍ଷୋଭ

author img

By

Published : Sep 17, 2021, 4:59 PM IST

ମୌଳିକ ସମସ୍ୟାର ସମାଧାନ ପାଇଁ ଦାବିରେ କମ୍ୟୁନିଷ୍ଟ ଦଳର ବିକ୍ଷୋଭ

ସୁବର୍ଣ୍ଣପୁର ଜିଲ୍ଲାରେ ଲୋକମାନଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଜିଲ୍ଲାର କମ୍ୟୁନିଷ୍ଟ ଦଳ ପକ୍ଷରୁ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । କମ୍ୟୁନିଷ୍ଟ ନେତା ଗୋବିନ୍ଦ ମହାରଣାଙ୍କ ନେୃତୃତ୍ବରେ କମ୍ୟୁନିଷ୍ଟ ସଭ୍ୟମାନେ ପ୍ଲାକାର୍ଡ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ମୌଳିକ ସମସ୍ୟାର ସମାଧାନ ପାଇଁ ଦାବିରେ କମ୍ୟୁନିଷ୍ଟ ଦଳର ବିକ୍ଷୋଭ

ବର୍ଷର ଆରମ୍ଭରୁ ସ୍ବଳ୍ପ ଓ ଅନିୟମିତ ବୃଷ୍ଟି ପାଇଁ ମାଳ, ଆଟ ଓ କିଛି ବେର୍ଣ୍ଣା ଚାଷଜମି ମରୁଡି ପ୍ରଭାବିତ ହୋଇଛି। ସେହିପରି ଗତ ୨ ଦିନ ତଳେ ଲଗାଣ ବର୍ଷାରେ ଚାଷୀ ଓ ଶ୍ରମିକ ମାନଙ୍କ ଚାଳ ଛପର ଘର ଭାଙ୍ଗିବା ସହିତ ଅନେକ ଗ୍ରାମର ରାସ୍ତା ଶୋଚନୀୟ ହୋଇପଡି଼ଛି । ତେବେ ବନ୍ୟା ରିଲିଫ ପାଣ୍ଠିରୁ ରାସ୍ତା ମରାମତି କରିବା ସହିତ ଘର ଭାଙ୍ଗିଯାଇଥିବା ପରିବାରଗୁଡିକୁ ତୁରନ୍ତ ଆର୍ଥିକ ସହାୟତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି ହୋଇଛି ।

ସେହିପରି ଚାଷୀମାନଙ୍କୁ ଆର୍ଥିକ କୃଷି ସହାୟତା ଯୋଗାଇ ଦେବା ସହିତ ଆଗାମୀ ରବି ଚାଷ ପାଇଁ ମାଗଣାରେ ବିହନ, ରିହାତି ଦରରେ ରାସାୟନିକ ସାର, କୀଟନାଶକ ଔଷଧ ଆଦି ପ୍ରଦାନ କରିବା ପାଇଁ ଦାବି ହୋଇଛି । ତେବେ ବାକି ରହିଯାଇଥିବା ଗରୀବ ହିତାଧିକାରୀଙ୍କ ପାଇଁ ରାସନ କାର୍ଡ ଓ ସ୍ମାଟ କାର୍ଡ ପ୍ରଦାନ କରିବା ପାଇଁ ମଧ୍ୟ ଦାବି ହୋଇଛି । ତୁରନ୍ତ ଏ ଦିଗରେ ଧ୍ୟାନ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.