ଗରିବ ହିତାଧିକାରୀଙ୍କୁ ଆବାସ ଯୋଗାଇବାକୁ ଦାବି

author img

By

Published : Sep 24, 2021, 8:11 PM IST

Subarnapur  abbas yajona corruption

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଯାଲୋଏ ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଗରିବ ହିତାଧିକାରୀଙ୍କୁ ଆବାସ ଯୋଗାଇବାକୁ ଦାବି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଯାଲୋଏ ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି ।

ଗରିବ ହିତାଧିକାରୀଙ୍କୁ ଆବାସ ଯୋଗାଇବାକୁ ଦାବି

ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଶତାଧିକ ହିତାଧିକାରୀ ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁଫଳ ପାଉଥିବା ବେଳେ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଆବାସ ଯୋଜନା ପାଇଁ ଆବଶ୍ୟକ ହେଉଥିବା ଘରବାରି ପଟ୍ଟା, ଆଧାର କାର୍ଡ ସମତେ ଆବଶ୍ୟକ କରୁଥିବା ଅନ୍ୟାନ୍ୟ କାଗଜପତ୍ର ଗ୍ରାମପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ ବି ହିତାଧିକାରୀଙ୍କ ନାଁ ଆର୍ଥିକ ଓ ସାମାଜିକ ଅନଗ୍ରସର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ ବି ତାଙ୍କ ନାଁରେ ଆବାସ ବଣ୍ଟନ କରାଯାଉ ନାହିଁ । ଆବାସ ଯୋଜନାରେ ବ୍ୟାପକ ଟଙ୍କା କାରବାର ହେଉଥିବା ବେଳେ ଲାଞ୍ଚ ଦେଇ ପାରୁ ନ ଥିବା ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଥିବା ବି ଅଭିଯୋଗ ହେଉଛି ।

ବାରମ୍ବାର ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ କହିବା ପରେ ହିତାଧିକାରୀମାନେ ଉଲୁଣ୍ଡା ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ପଞ୍ଚାୟତ ସମିତି କର୍ତ୍ତୃପକ୍ଷ ହିତାଧିକାରୀଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଆଜି ହିତାଧିକାରୀମାନେ ଜିଲ୍ଲା ପ୍ରଶାସନ ପାଖରେ ନିଜ ଦାବୀ ଉପସ୍ଥାପନ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କୁ ନ୍ୟାୟ ମିଳିବ ବୋଲି ଆଶା କରିବା ସହିତ ଦାବୀ ତୁରନ୍ତ ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.