ମହାନଦୀକୁ ପୋଲ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Sep 17, 2021, 10:58 PM IST

ମହାନଦୀକୁ ପୋଲ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ନଇକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଆଜି ସଂଧ୍ୟାରେ ଜଣେ ଯୁବକ ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ମହାନଦୀ ସେତୁ ଉପରୁ କୌଣସି କାରଣରୁ ଡେଇଁ ପଡ଼ିଥିଲେ । ଅଧିକ ପଢ଼ନ୍ତୁ...

ସୁବର୍ଣ୍ଣପୁର: ନଇକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଆଜି(ଶୁକ୍ରବାର) ସଂଧ୍ୟାରେ ଜଣେ ଯୁବକ ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ମହାନଦୀ ସେତୁ ଉପରୁ କୌଣସି କାରଣରୁ ଡେଇଁ ପଡ଼ିଥିଲେ । ଉପସ୍ଥିତ ଥିବା ଲୋକେ ଯୁବକ ଜଣକୁ ମହାନଦୀକୁ ଡେଇଁ ଦେଖି ସଦର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ ।

ମହାନଦୀକୁ ପୋଲ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଯୁବକ ଜଣକଙ୍କ ଏଭଳି କାଣ୍ଡ ଯୋଗୁଁ ସେତୁ ଉପରେ ଶହଶହ ଲୋକ ଜମା ହୋଇ ଯାଇଥିଲେ । ମହାନଦୀ ସେତୁ ଉପରେ ଗୋଟିଏ ଏଟିଏମ, ମୋବଇଲ, ଚପଲ ଓ ସାଇକେଲ ରଖା ଯାଇଥିବାରୁ ଯୁବକ ଆତ୍ମହତ୍ୟା ପାଇଁ ନଦୀକୁ ଡେଇଁଥିବା ସ୍ପଷ୍ଟ ହୋଇଥିଲା । ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଶେଷରେ ମହାନଦୀ ଗର୍ଭରେ ଥିବା ଏକ ଢାପୁରୁ ଯୁବକକୁ ଉଦ୍ଧାର କରାଯାଇଥିଲା ।

ସୁରକ୍ଷିତ ଭାବେ ମହାନଦୀ ଗର୍ଭରୁ ଉଦ୍ଧାର ହୋଇଥିବା ଏହି ଯୁବକ ଜଣକ ସୋନପୁର ଶାନ୍ତିନଗର ପଡାର ସାରଥି ତାଣ୍ଡି ବୋଲି ଜଣାପଡ଼ିଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁବକଙ୍କୁ ଭର୍ତ୍ତି କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.