ETV Bharat / state

ସୁବର୍ଣ୍ଣପୁରର ଐତିହାସିକ ମହାବଳୀ ଯାତ୍ରା; ସମ୍ପନ୍ନ ହେଲା ଉଁଆସ ବଳି କାର୍ଯ୍ୟ

author img

By

Published : Sep 19, 2020, 7:22 AM IST

Updated : Sep 19, 2020, 10:35 AM IST

ସୁବର୍ଣ୍ଣପୁରର ଐତିହାସିକ ମହାବଳୀ ଯାତ୍ରାର ଉଆଁସ ବଳି କାର୍ଯ୍ୟ ଶେଷ ହୋଇଛି । ପ୍ରତିବର୍ଷ ଆଶ୍ବିନ ଅମାବାସ୍ୟାରୁ ପୂର୍ଣ୍ଣମୀ ଯାଏଁ 16 ଦିନ ଧରି ହେଉଥିବା ଏହି ବଳି ଯାତ୍ରାର ବାଉତି ଛତ୍ର ଶୋଭାଯାତ୍ରା ,ଉଆଁସ ବଳୀ ,ବୁଢାରଜା ବଳୀ କାର୍ଯ୍ୟ ସଂପନ୍ନ ହୋଇଛି । ଅଧିକ ପଢନ୍ତୁ...

ସମ୍ପନ୍ନ ହେଲା ଉଁଆସ ବଳୀ କାର୍ଯ୍ୟ
ସମ୍ପନ୍ନ ହେଲା ଉଁଆସ ବଳୀ କାର୍ଯ୍ୟ

ସୁବର୍ଣ୍ଣପୁର: ଜିଲ୍ଲା ଐତିହାସିକ ମହାବଳୀ ଯାତ୍ରାର ଉଆଁସ ବଳି କାର୍ଯ୍ୟ ଶେଷ ହୋଇଛି । ପ୍ରତିବର୍ଷ ଆଶ୍ବିନ ଅମାବାସ୍ୟାରୁ ପୂର୍ଣ୍ଣମୀ ଯାଏଁ 16 ଦିନ ଧରି ହେଉଥିବା ଏହି ବଳି ଯାତ୍ରାର ବାଉତି ଛତ୍ର ଶୋଭାଯାତ୍ରା ,ଉଆଁସ ବଳୀ ,ବୁଢାରଜା ବଳୀ କାର୍ଯ୍ୟ ସଂପନ୍ନ ହୋଇଛି ।

ଶୁକ୍ରବାର ମଧ୍ୟାହ୍ନରେ ମା‘ ସୁରେଶ୍ବରୀ ମନ୍ଦିରରୁ ବାଉତି ଛତ୍ର ମା ସମଲେଇ ପୀଠକୁ ବିରାଜମାନ କରିଥିଲେ । ଆଜି ରାତିରେ ପୁରୋହିତ ଅରୁଆ ଚାଉଳର ଯନ୍ତ୍ରକାଟି ବରୁଆକୁ ମନ୍ତ୍ରପୂତ କରିଥିଲେ । ମା ସମଲେଇ ପୀଠରେ ଏହି ଉଆଁସ ବଳି କାର୍ଯ୍ୟ ପାଳନ କରାଯିବା ପରେ ଘୋଡାଘାଟ ପଡାର ଯୁଡାଖୁମ୍ବ ଦେଇ ବୁଢାରଜାକୁ ବଳି ପହଞ୍ଚିଥିଲେ । ପରମ୍ପରା ଅନୁଯାୟୀ, ବୁଢ଼ାରାଜା ପୀଠରେ ବି ବଳି କାର୍ଯ୍ୟ ପାଳନ କରାଯାଇଥିଲା ।

ସୁବର୍ଣ୍ଣପୁରର ଐତିହାସିକ ମହାବଳୀ ଯାତ୍ରା; ସମ୍ପନ୍ନ ହେଲା ଉଁଆସ ବଳି କାର୍ଯ୍ୟ

ଏହି ନିଆରା ବଳି ପର୍ବ ପାଳନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେବୋତ୍ତର ବିଭାଗ ପକ୍ଷରୁ ବାରଣ କରାଯାଇଥିଲା । କେବଳ ସେବାୟତ ଓ ସୀମିତ ଶ୍ରଦ୍ଧାଳୁଙ୍କ ଗହଣରେ ଏହି ବଳି ପର୍ବ ମା ସମଲେଇ ତଥା ବୁଢାରଜାଙ୍କ ପୀଠରେ ପାଳନ କରାଯାଇଥିଲା । ଆଶ୍ବିନ ମଳମାସ ପରେ ମା ସମଲେଇ ପୀଠରେ ନିଶା ବଳି କାର୍ଯ୍ୟ ପାଳନ କରାଯିବ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

Last Updated : Sep 19, 2020, 10:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.