ETV Bharat / state

General Elections: ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହେବେ ଧର୍ମେନ୍ଦ୍ର !

author img

By

Published : Aug 4, 2023, 10:39 PM IST

ବର୍ତ୍ତମାନ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଚିକିତ୍ସା ପାଇଁ ଅଧିକାଂଶ ସମୟ ରାଜ୍ୟ ବାହାରେ ରହୁଛନ୍ତି । ସାଂସଦ ନୀତେଶ ଗଙ୍ଗଦେବ ସମ୍ବଲପୁର ଜିଲ୍ଲାକୁ ଏକ ପ୍ରକାର ଭୁଲିଯାଇଛନ୍ତି । ନିର୍ବାଚନ ପରଠାରୁ ନିତେଶ କ୍ବିଚିତ ନିଜ ସଂସଦୀୟ କ୍ଷେତ୍ରରେ ଦେଖାଯାଉଛନ୍ତି । ଏଭଳି ସ୍ଥିତିରେ ଜିଲାରେ ବିଜେପି ପ୍ରତି ଜନଆକ୍ରୋଶ ଥିଲେ ବି ଦଳୀୟ ଭୋଟ ବ୍ୟାଙ୍କ ରହିଛି l ଅଧିକ ପଢନ୍ତୁ

ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହେବେ ଧର୍ମେନ୍ଦ୍ର!
ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହେବେ ଧର୍ମେନ୍ଦ୍ର!

ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହେବେ ଧର୍ମେନ୍ଦ୍ର!

ସମ୍ବଲପୁର: ପଶ୍ଚିମ ଗଡ ଜଗିବେ କି ଧର୍ମେନ୍ଦ୍ର ? ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ହେବେ କି ମହାରାଜା ? କିଏ ହେବେ ଆଗାମୀ ନିର୍ବାଚନରେ ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ? ବିଜେପିର ଗଡ ସମ୍ବଲପୁରରେ କାହାକୁ ପ୍ରାର୍ଥୀ କରିବ ବିଜେପି? ଧର୍ମେନ୍ଦ୍ର ନା ଆଉ କିଏ? କାରଣ ଆଗାମୀ ନିର୍ବାଚନରେ ବର୍ତ୍ତମାନର ସାଂସଦ ନିତେଶ ଗଙ୍ଗଦେବଙ୍କ ଟିକଟ କଟିବା ନିଶ୍ଚିତ ବୋଲି ଚର୍ଚ୍ଚା ଚାଲିଛି । ଏଭଳି ସ୍ଥିତିରେ ସମ୍ବଲପୁର ଭଳି ସଂସଦୀୟ କ୍ଷେତ୍ରରେ କିଏ ହେବେ ବିଜେପି ସାଂସଦ ପ୍ରାର୍ଥୀ ତାହାକୁ ନେଇ ଯୋରଦାର ଚର୍ଚ୍ଚା ଚାଲିଛି।

ଏହାବି ପଢନ୍ତୁ- ଓଡିଶାର ଶାସନ ଠିକାରେ ଦେଇ ଦିଆଯାଇଛି: ଧର୍ମେନ୍ଦ୍ର ପ୍ରଧାନ

ବର୍ତ୍ତମାନ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଚିକିତ୍ସା ପାଇଁ ଅଧିକାଂଶ ସମୟ ରାଜ୍ୟ ବାହାରେ ରହୁଛନ୍ତି । ସାଂସଦ ନୀତେଶ ଗଙ୍ଗଦେବ ସମ୍ବଲପୁର ଜିଲ୍ଲାକୁ ଏକ ପ୍ରକାର ଭୁଲିଯାଇଛନ୍ତି । ନିର୍ବାଚନ ପରଠାରୁ ନିତେଶ କ୍ବିଚିତ ନିଜ ସଂସଦୀୟ କ୍ଷେତ୍ରରେ ଦେଖାଯାଉଛନ୍ତି । ଏଭଳି ସ୍ଥିତିରେ ଜିଲାରେ ବିଜେପି ପ୍ରତି ଜନଆକ୍ରୋଶ ଥିଲେ ବି ଦଳୀୟ ଭୋଟ ବ୍ୟାଙ୍କ ରହିଛି l ସାଧାରଣ ନିର୍ବାଚନକୁ ଆଉ 6 ମାସ ରହିଛି । ନିର୍ବାଚନର ଯଥେଷ୍ଟ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମ ରଖି ଆସୁଥିବା ବେଳେ ସମ୍ବଲପୁର ଲୋକସଭା ଆସନରୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ସମ୍ବଲପୁର ଗଳି କନ୍ଦିରେ ଚର୍ଚ୍ଚା ଚାଲିଛି ।

କାରଣ ବିଗତ କେଇ ମାସ ହେଲା ସମ୍ବଲପୁରକୁ ବାରମ୍ବାର ଗସ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଆଗକୁ ମଧ୍ୟ ଅନେକ କାର୍ଯ୍ୟକ୍ରମ ରହିଛି l ଏହି ଗସ୍ତ ପଛରେ ଧର୍ମେନ୍ଦ୍ରଙ୍କ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି । ସମ୍ବଲପୁର ଜିଲ୍ଲା ବିଜେପିର ଗଡ ହୋଇଥିବା ବେଳେ ଏଠାରେ ସବୁବେଳେ ବିଜେପିର ଏକ ଲହର ରହି ଆସିଛି l ଗତ 2019 ନିର୍ବାଚନରେ ମଧ୍ୟ ତାରି ପ୍ରତିଫଳନ ଦେଖିବାକୁ ମିଳିଛି । ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା ସହ ଲୋକସଭା ଆସନ ଦଖଲ କରିଥିଲା ବିଜେପି । ଏଭଳି ସ୍ଥିତିରେ ବର୍ତ୍ତମାନ ସମ୍ବଲପୁର ଲୋକସଭା ଆସନ ଧର୍ମେନ୍ଦ୍ରଙ୍କ ପାଇଁ ସବୁଠାରୁ ସୁରକ୍ଷିତ ହେବ ବୋଲି ରାଜନୈତିକ ବିଶ୍ଲେଷକଙ୍କ ଧାରଣା l

ଏହାବି ପଢନ୍ତୁ- ଜନ୍ମମାଟିର ବିକାଶ ପାଇଁ କିଛି କରିନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ଢେଙ୍କାନାଳ ସାଂସଦ

ସେପଟେ ବିଜେପି ଜାତୀୟ ନେତୃତ୍ବ ଧର୍ମେନ୍ଦ୍ରଙ୍କୁ ଢେଙ୍କାନାଳ, ଅନୁଗୁଳ, ସମ୍ବଳପୁର ଓ ଦେବଗଡ ଜିଲ୍ଲାର ଦାୟିତ୍ବ ଦେଇଥିବା ବେଳେ ସେ ଢେଙ୍କାନାଳ ଲୋକସଭା ଆସନରେ ରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଢେଙ୍କାନାଳ ଅପେକ୍ଷା ଧର୍ମେନ୍ଦ୍ରଙ୍କ ପାଇଁ ସମ୍ବଲପୁର ଲୋକସଭା ଆସନ ସହଜ ଓ ସୁରକ୍ଷିତ ହେବ ବୋଲି ରାଜନୀତି ବିଶ୍ଳେଷକ କହିଛନ୍ତି ।

ଅନ୍ୟପଟେ ରାଜନୀତି ବିଶ୍ଳେଷକ ସତ୍ୟଜିତ ମହାପାତ୍ର କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଏକ ସଂଗଠନ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାର ଗ୍ରାମାଞ୍ଚଳରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରୁଛି । ଏହାସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଯାହା ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରାର୍ଥୀତ୍ବ ଚର୍ଚ୍ଚାକୁ ବଳ ଯୋଗାଉଛି । ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ କହିଛନ୍ତି ‘‘ସେ ମଧ୍ୟ ସମ୍ବଲପୁରରୁ ଧର୍ମେନ୍ଦ୍ରଙ୍କ ପ୍ରାର୍ଥୀତ୍ବ ନେଇ ଶୁଣୁଛନ୍ତି l ଯଦି ଧର୍ମେନ୍ଦ୍ର ସମ୍ବଲପୁର ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ହୁଅନ୍ତି ତାହାହେଲେ ସମ୍ବଲପୁରବାସୀଙ୍କ ପାଇଁ ଭଲ ହେବ ।’’

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.