ETV Bharat / state

ବର୍ଷା ଦିନେ ଉତ୍ତମ ବିଦ୍ୟୁତ ସେବା ପାଇଁ TPWODLର ପ୍ରସ୍ତୁତି, ସବୁ କର୍ମଚାରୀଙ୍କ ଛୁଟି ବାତିଲ

author img

By

Published : Jun 28, 2023, 11:52 AM IST

ବର୍ଷା ଦିନେ ପଶ୍ଚିମ ଓଡ଼ିଶାରେ ଉତ୍ତମ ବିଦ୍ୟୁତ ସେବା ଯୋଗାଣ ପାଇଁ ପ୍ରସ୍ତୁତ TPWODL । ସବୁ କର୍ମଚାରୀଙ୍କ ଛୁଟି ବାତିଲ କଲା ବିତରଣକାରୀ ସଂସ୍ଥା । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ TPWODL ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ଅଧିକ ପଢନ୍ତୁ

TPWODL press meet in Sambalpur
TPWODL press meet in Sambalpur

କର୍ମଚାରୀଙ୍କ ଛୁଟି ବାତିଲ

ସମ୍ବଲପୁର: ଓଡ଼ିଶାରେ ସକ୍ରିୟ ହୋଇଛି ମୌସୁମୀ । ସାରା ରାଜ୍ୟରେ ଏବେ ବର୍ଷା ଜାରି ରହିଛି । ଏହିଭଳି ସ୍ଥିତିରେ ବର୍ଷା ପବନ ଯୋଗୁଁ ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳୁଛି । ତେଣୁ ବିଭିନ୍ନ ସମୟରେ ସାଧରଣ ଲୋକ ତଥା ବିରୋଧୀ ଦଳର ଟାର୍ଗେଟରେ ରହୁଛି ବିଦ୍ୟୁତ ବିତରଣକାରୀ ସଂସ୍ଥା TPWODL । ଏହି ପରିପ୍ରେକ୍ଷୀରେ ବୁଧବାର ସମ୍ବଲପୁରରେ TPWODL ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବର୍ଷା ଦିନରେ କେଉଁ ପରିସ୍ଥିତିରେ ପାୱାର କଟ୍ ହେଉଛି ଓ ଏହାକୁ ରୋକିବା ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଇଛି ସେନେଇ ସୂଚନା ଦେଇଛନ୍ତି TPWODLର CEO ଗଜାନନ କାଲେ ।

ଏହାମଧ୍ୟ ପଢନ୍ତୁ: ବିଦ୍ୟୁତ ବିଭ୍ରାଟ: TPWODL କାର୍ଯ୍ୟାଳୟ ଘେରିଲା କଂଗ୍ରେସ

ପଶ୍ଚିମ ଓଡିଶାରେ ବର୍ଷା ଦିନେ ହେଉଥିବା ବିଦ୍ୟୁତ ବିଭ୍ରାଟ ଏବଂ ଏନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଦ୍ୟୁତ ବିତରଣକାରୀ ସଂସ୍ଥାର CEO ସୂଚନା ଦେଇଛନ୍ତି l କାଲେ କହିଛନ୍ତି ଯେ, ପଶ୍ଚିମ ଓଡିଶାରେ ହେଉଥିବା କାଳ ବୈଶାଖୀ ବର୍ଷା ଓ ପବନ ଯୋଗୁଁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହୋଇଥାଏ l ଗତବର୍ଷ ପଶ୍ଚିମ ଓଡିଶାରେ 52ଟି କାଳବୈଶାଖୀ ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ 140ଟି କାଳବୈଶାଖୀ ବର୍ଷା ହୋଇଛି l ଏଥିପାଇଁ ବିଦ୍ୟୁତ ବିଭ୍ରାଟ ହୋଇଥାଏ l ତେବେ ଆଗାମୀ ବର୍ଷା ଦିନ ପାଇଁ TPWODL ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଓ ବିଭିନ୍ନ ପଦକ୍ଷେପ ନେଇଛି । ଯେକୌଣସି ଅସୁବିଧା ତଥା ଅଭିଯୋଗ ପାଇଁ କମ୍ପାନୀ ପକ୍ଷରୁ 24 ଘଣ୍ଟିଆ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି l

ପୂର୍ବରୁ ଦୈନିକ 500ଟି କଲ ରିସିଭ କରାଯିବାର ବ୍ୟବସ୍ଥା ଥିବାବେଳେ ଏଥର 5000ଟି କଲ ରିସିଭ କରାଯିବ ବୋଲି ସୂଚନା ଦିଆଯାଇଛି l ମୌସୁମୀ ଋତୁରେ ବିଦ୍ୟୁତ ସେବା ଯୋଗାଣ ପାଇଁ ପଶ୍ଚିମ ଓଡିଶାରେ 7000 କର୍ମଚାରୀ ନିୟୋଜିତ କରାଯାଇଛି l ବିଦ୍ୟୁତ ବିଭ୍ରାଟ ସଜାଡ଼ିବା ପାଇଁ ସହରାଞ୍ଚଳରେ 3ଟି ସିପ୍ଟ ଓ ଗ୍ରାମାଞ୍ଚଳରେ 2ଟି ସିପ୍ଟରେ କର୍ମଚାରୀ କାମ କରୁଥିବା ବିତରଣକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି l

କର୍ମଚାରୀଙ୍କୁ ସବୁ ପ୍ରକାର ଉପକରଣ ଓ ଯନ୍ତ୍ରପାତି ପ୍ରଦାନ କରାଯାଇଛି l 2100ଟି ପାୱାର ଟ୍ରାନ୍ସଫରମର ମହଜୁଦ ରଖାଯିବା ସହ କର୍ମଚାରୀଙ୍କୁ ସାଟେଲାଇଟ ଫୋନ ଦିଆଯାଇଛି l 3000 ସର୍କିଟ କିଲୋମିଟରର କଣ୍ଡକ୍ଟର କେବୁଲ ରଖାଯାଇଛି l 5000ଟି ବିଦ୍ୟୁତ ଖୁଣ୍ଟ ଜରୁରୀକାଳୀନ ପରିସ୍ଥିତି ପାଇଁ ମହଜୁଦ ରହିଛି l ଏହାସହ 9ଟି ମ୍ୟାନ ଲିଫ୍ଟର, 25ଟି ପୋଲ ମାଷ୍ଟର, 65ଟି ହାଇଡ୍ରା ରଖାଯାଇଥିବା ସୂଚନା ଦିଆଯାଇଛି l ରାଜ୍ୟ ସରକାରଙ୍କ ପାଣିପାଗ ବିଭାଗ ଓ ଜିଲ୍ଲା ପ୍ରଶାସନ ସହ ସାମନ୍ବୟ ରକ୍ଷା କରାଯାଇ ବିଦ୍ୟୁତ କାର୍ଯ୍ୟ ପରିଚାଳନା କରାଯାଉଛି l ଅନ୍ୟପଟେ ଉତ୍ତମ ବିଜୁଳ ସେବା ଯୋଗାଣ ପାଇଁ ବର୍ଷା ଦିନ ଯାକ ସାମଗ୍ର ପଶ୍ଚିମ ଓଡିଶାର TPWODL କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.