ବିଜୟା ଦଶମୀ: ସିନ୍ଦୁର ଖେଳରେ ମସଗୁଲ ସମ୍ବଲପୁରର ବଙ୍ଗୀୟ ମହିଳା

author img

By

Published : Oct 5, 2022, 2:20 PM IST

ବିଜୟା ଦଶମୀ: ସିନ୍ଦୁର ଖେଳରେ ମସଗୁଲ ସମ୍ବଲପୁରର ବଙ୍ଗୀୟ ମହିଳା

ଆଜି ପବିତ୍ର ବିଜୟା ଦଶମୀ । ସମ୍ବଲପୁରର ବଡ଼ବଜାର ବଙ୍ଗାଳୀପଡା ପୂଜା ମଣ୍ଡପରେ ସିନ୍ଦୁର ଖେଳରେ ମସଗୁଲ ହେଲେ ବଙ୍ଗୀୟ ମହିଳା । ଅଧିକ ପଢନ୍ତୁ

ସମ୍ବଲପୁର: ଆଜି ହେଉଛି ବିଜୟା ଦଶମୀ(Vijayadashami) । ମା' ମହିଷାମର୍ଦ୍ଦିନୀ ଦୁର୍ଗାଙ୍କ ନବଦିନାତ୍ମକ ପୂଜାର ଶେଷ ଦିନ । ଏହି ଅବସରରେ ସମ୍ବଲପୁରର ବଡ଼ବଜାର ବଙ୍ଗାଳୀପଡା ଦୁର୍ଗାପୂଜା ମଣ୍ଡପରେ ବଙ୍ଗୀୟ ସମ୍ପ୍ରଦାୟର ସିନ୍ଦୁର ଖେଳ ପର୍ବ(Sindur Khela Utsav) ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ରୀତିନୀତିରେ ଆଜି ଦିନ ସାଢେ ୧୧ଟା ସମୟରେ ସଧବା ବଙ୍ଗୀୟ ମହିଳାମାନେ ପୂଜା ମଣ୍ଡପରେ ସିନ୍ଦୁର ଖେଳି ମା' ଦୁର୍ଗାଙ୍କୁ ବିଦାୟ ଦେଇଛନ୍ତି ।

ବିଜୟା ଦଶମୀ: ସିନ୍ଦୁର ଖେଳରେ ମସଗୁଲ ସମ୍ବଲପୁରର ବଙ୍ଗୀୟ ମହିଳା

ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନରେ ସମ୍ବଲପୁରର ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ଦଶମୀ ପୂଜା ଅନୁଷ୍ଠିତ ହୋଇଛି । ବଡ଼ବଜାର ବଙ୍ଗଳୀପଡା ପୂଜା ମଣ୍ଡପରେ ମଧ୍ୟ ଦଶମୀ ପୂଜାର୍ଚ୍ଚନା କରାଯାଇଛି । ଚଳିତ ବର୍ଷ ଏହି ପୂଜା କମିଟିର ଦୁର୍ଗାପୂଜା 52 ବର୍ଷରେ ପହଞ୍ଚିଛି । ବିଜୟା ଦଶମୀ ଅବସରରେ ସ୍ଥାନୀୟ ସାଧବା ମହିଳାମାନେ ଦଶମୀ ପୂଜା ପରେ ପରମ୍ପରା ଅନୁସାରେ ମା' ଦୁର୍ଗାଙ୍କୁ ନିଜର ଝିଅ ପରି ମିଠା ଖୁଆଇ, ଗାଲରେ ପାନ ସେକ ଦେଇ ମା'ଙ୍କୁ ସିନ୍ଦୁର ଲଗାଇଛନ୍ତି । ଏହାପରେ ସଧବା ମହିଳାମାନେ ପରସ୍ପରଙ୍କୁ ସିନ୍ଦୁର ଲଗାଇ ନିଜ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି । ଏହାସହ ମା' ଜଗତଜନନୀଙ୍କୁ ବିଦାୟ ଦେଇ ଆସନ୍ତା ବର୍ଷ ପୁଣି ଆସିବାକୁ ପ୍ରାର୍ଥନା କରିଛନ୍ତି । ସମ୍ବଲପୁରର ବଡ଼ବଜାରର ବଙ୍ଗାଳୀପଡାର ଏହି ଦୁର୍ଗାପୂଜା ସମ୍ପୂର୍ଣ୍ଣ ରୂପେ ବଙ୍ଗୀୟ ରୀତିନୀତିରେ ଅନୁଷ୍ଠିତ ହୋଇଥାଏ ।

ସିନ୍ଦୁର ଖେଳ ବିଜୟା ଦଶମୀରେ ବଙ୍ଗୀୟ ସମ୍ପ୍ରଦାୟର ଖୁବ୍ ଗୁରୁତ୍ବପୂର୍ଣ୍ଣ ପର୍ବ ଅଟେ । ଏହା ପଶ୍ଚିମବଙ୍ଗ ବ୍ୟତୀତ ଓଡିଶା, ଆସାମ, ତ୍ରିପୁରା ଓ ଝାଡଖଣ୍ଡ ଆଦି ରାଜ୍ୟରେ ପାଳିତ ହୋଇଥାଏ ।

ବିଜୟା ଦଶମୀ ମାହାତ୍ମ୍ୟ:

ତ୍ରେତୟା ଯୁଗରେ ମା' ଜଗତଜନନୀଙ୍କ ଆଶିଷରୁ ପ୍ରଭୁ ରାମଚନ୍ଦ୍ର ରାବଣର ଦଶମୁଣ୍ଡ ହରଣ କରିଥିଲେ ଏବଂ ରାବଣକୁ ବଦ୍ଧ କରି ସୀତାଙ୍କୁ ଫେରାଇ ଆଣିଥିଲେ । ଏଥିପାଇଁ ଆଜିର ଦିନକୁ ଦଶହରା କୁହାଯାଉଥିବା ପୁରାଣରେ ଉଲ୍ଲେଖ ଅଛି । ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ଶରତ ଋତୁର ଆଶ୍ବିନ ମାସ ଶୁକ୍ଲପକ୍ଷର ପୂଜାକୁ ଦେବୀ ପୂଜା ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଲପକ୍ଷର ପୂଜାକୁ ବାସନ୍ତୀ ପୂଜା କୁହାଯାଏ । ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦୁର୍ଗାପୂଜା ହିଁ ଅଧିକ ଲୋକପ୍ରିୟ ।

ଏହାମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ବିଜୟାଦଶମୀ ନୀତି, ରାଜରାଜେଶ୍ବର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.