ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ

author img

By

Published : Nov 22, 2022, 10:28 PM IST

ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ

ସମ୍ବଲପୁରରେ କାଶ୍ମୀରୀ କେଶର ଉତ୍ପାଦନ କଲେ ଯୁବ ବୈଜ୍ଞାନିକ ଦିବ୍ୟରାଜ ବେରିହା । କାଶ୍ମୀର ପରି ଥଣ୍ଡା ଓ ଶୁଷ୍କ ସ୍ଥାନରେ ଏହି କେଶର ଫୁଲ ଫୁଟିଥାଏ । ତେବେ ସେ ନିଜ ଟିସୁ କଲଚର ଲ୍ୟାବରେ ଏହିଭଳି ପରିବେଶ ସୃଷ୍ଟି କରି ଏହି ଫୁଲ ଫୁଟାଇଛନ୍ତି । ଅଧିକ ପଢ଼ନ୍ତୁ

ସମ୍ବଲପୁର: ନିଜ ଟିସୁ କଲଚର ଲ୍ୟାବରେ କାଶ୍ମୀରୀ କେଶର ଉତ୍ପାଦନ କଲେ ସମ୍ବଲପୁରର ଯୁବ ବୈଜ୍ଞାନିକ ଦିବ୍ୟରାଜ ବେରିହା । ସାଧାରଣତଃ କାଶ୍ମୀର ପରି ଥଣ୍ଡା ଓ ଶୁଷ୍କ ସ୍ଥାନରେ ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ଏହା ଉତ୍ପାଦନ ହେଉଥିବାବେଳେ ନିଜ ଲ୍ୟାବରେ ୩ ମାସ ମଧ୍ୟରେ ଏହି କେଶର ଫୁଲ ଫୁଟାଇଛନ୍ତି ଦିବ୍ୟରାଜ । ଏହି ସଫଳତା ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏହି ଯୁବ ବୈଜ୍ଞାନିକ ।

ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ

ନିଜ ଲ୍ୟାବରେ ସୃଷ୍ଟି କଲେ କାଶ୍ମୀର ପରିବେଶ

ମୁଖ୍ୟତଃ କାଶ୍ମୀର ପରି ଥଣ୍ଡା ଓ ଶୁଷ୍କ ସ୍ଥାନରେ ଏହି କେଶର ଫୁଲ ଫୁଟିଥାଏ । ସେ ନିଜ ଲ୍ୟାବରେ ଏହିଭଳି ପରିବେଶ ସୃଷ୍ଟି କରି ଏହି ଫୁଲ ଫୁଟାଇଛନ୍ତି । ସେ ଦିନେ ଇଣ୍ଟରନେଟରେ ଇଜରାଏଲ ଓ ସାଉଦି ଆରବରେ ଲ୍ୟାବରେ ବୈଜ୍ଞାନିକମାନେ ଏହି ଫୁଲ ଫୁଟାଇ ଥିବା ଦେଖି ନିଜେ ଏହା କରିବାକୁ ପ୍ରେରିତ ହୋଇଥିଲେ । ଏହାପରେ କାଶ୍ମୀରରୁ କେଶରର ଚାରା (crocus) ଆଣି ନିଜ ଟିସୁ କଲଚର ଲ୍ୟାବରେ ଗବେଷଣା ଆରମ୍ଭ କରିବା ସହ କାଶ୍ମୀର ପରି ପରିବେଶ ସୃଷ୍ଟି କରି ଏହି କେଶର ଫୁଲ ଫୁଟାଇଛନ୍ତି ।

ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ
ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ
ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ
ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ

'ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ'

ବୈଜ୍ଞାନିକମାନେ ଏଭଳି କରୁଥିବା ଇଣ୍ଟରନେଟରେ ଦେଖି ସୁଦୂର କାଶ୍ମୀରର ପୁଲୱାମା ଓ ଅନନ୍ତନାଗରୁ କେଶରର ଚାରା (crocus) ଆଣି ଏଭଳି କାର୍ଯ୍ୟ କରିବାରେ ସଫଳ ହୋଇଛନ୍ତି ଦିବ୍ୟରାଜ । ଏନେଇ ସେ କହିଛନ୍ତି, "ପ୍ରାକୃତିକ ଭାବେ କାଶ୍ମୀରରେ ଫୁଟୁଥିବା ଏହି ଫୁଲ ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ଫୁଟିଥାଏ । କିନ୍ତୁ ଲ୍ୟାବରେ ଏହା ୩ ମାସ ଧରି ଫୁଟି ପାରିବ । କେବଳ ଭାରତ ନୁହେଁ, ଆଗ୍ରହ ଓ ଇଚ୍ଛାଶକ୍ତି ଥିଲେ ପୃଥିବୀର ଯେକୌଣସି ସ୍ଥାନରେ ଏହା ଫୁଟି ପାରିବ ।"

ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ
ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ
ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ
ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ

ପୂର୍ବରୁ କଳା ଧାନ, ଗହମ ଓ ହଳଦୀ ଉତ୍ପାଦନ କରି ରହିଥିଲେ ଚର୍ଚ୍ଚାରେ

ଯୁବ ବୈଜ୍ଞାନିକ ଦିବ୍ୟରାଜ ବେରିହା ନିଜ ଲ୍ୟାବରେ କାଶ୍ମୀର କେଶର ଫୁଲ ଉତ୍ପାଦନ କରି ପ୍ରଥମ ଥର ପାଇଁ ଚର୍ଚ୍ଚାକୁ ଆସିନାହାନ୍ତି । ସେ ପୂର୍ବରୁ ମଧ୍ୟ କଳା ହଳଦୀ, କଳା ଗହମ ଓ କଳା ଧାନ ଉତ୍ପାଦନ କରି ଚର୍ଚ୍ଚାର କେନ୍ଦ୍ରକୁ ଆସିଥିଲେ । ନିଜ ଫାର୍ମ ହାଉସରେ ଏହି ଚାଷର ଫିଲ୍ଡ ଟ୍ରାଏଲ କରି ସଫଳ ହେବା ସହ ପ୍ରଶଂସା ସାଉଁଟିଥିଲେ ଦିବ୍ୟରାଜ । ତେବେ ଏଥର କାଶ୍ମୀର କେଶର ଫୁଟାଇବା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଛୁଚିଛି ସଫଳତାର ସୁଅ ।

ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ
ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ
ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ
ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ

'ଲାଭବାନ ହୋଇପାରିବେ ଚାଷୀ'

ଦିବ୍ୟରାଜଙ୍କ ଟିସୁ କଲଚର ଲ୍ୟାବରେ ଫୁଟିଥିବା କାଶ୍ମୀରୀ କେଶରର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୫ ଲକ୍ଷ ଟଙ୍କା । ତେବେ ଯୁବ ବୈଜ୍ଞାନିକଙ୍କ ଏହି ସଫଳତା ପାଇଁ ଉଦ୍ଭିଦ ବିଜ୍ଞାନର ବହୁ ପ୍ରଫେସର ତାଙ୍କର ପ୍ରଶଂସା କରିଛନ୍ତି । ଏଭଳି ସ୍ଥିତିରେ ଆଗକୁ ଗବେଷଣା କରି ଓଡିଶା ଭଳି ଜଳବାୟୁରେ ସୁହାଉଥିବା କେଶରର ନୂତନ କିଶମ ସୃଷ୍ଟି କରାଯାଇପାରିବ ବୋଲି ଉଦ୍ଭିଦ ବିଜ୍ଞାନୀ କହିଛନ୍ତି । ଏହା ଦ୍ବାରା ସ୍ଥାନୀୟ ଯୁବ ବୈଜ୍ଞାନିକ ତଥା ଚାଷୀମାନେ ଲାଭବାନ ହୋଇପାରିବେ ବୋଲି ଉଦ୍ଭିଦ ବିଜ୍ଞାନୀ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.