ETV Bharat / state

ସମ୍ବଲପୁରରେ ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ

author img

By

Published : Oct 30, 2022, 11:45 AM IST

ବିଭିନ୍ନ ଦାବି ନେଇ ସମ୍ବଲପୁରରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଶାଳ ରାଲି । ସାମିଲ ହେଲେ ଶହ ଶହ ଶିକ୍ଷକ ଓ ଶିକ୍ଷୟିତ୍ରୀ ।

ସମ୍ବଲପୁରରେ ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ ପ୍ରଦର୍ଶନ
ସମ୍ବଲପୁରରେ ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର: ଚାରି ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଲା ପ୍ରାଥମିକ ଶିକ୍ଷକ ସଂଘ । ପ୍ରାଥମିକ ଶିକ୍ଷକ ମାନଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ଆଣି ସମ୍ବଲପୁରରେ ପ୍ରାଥମିକ ଶିକ୍ଷକ ସଂଘ ଏକ ବିଶାଳ ରାଲି କରିଥିଲା । ଏକ ବିଶାଳ ଶୋଭାଯାତ୍ରା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସଂଘର ସଦସ୍ୟ । ଶନିବାର ଅପରାହ୍ନ 3 ଟାରୁ ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଏକ ଶୋଭଯାତ୍ରା ଜେଲ ଛକରୁ ବାହାରି ଭୁତାପଡା ଛକ, ଜିଲ୍ଲା ସ୍କୁଲ ଛକ, ଭିଏସଏସ ମାର୍ଗ, ଲକ୍ଷ୍ମୀ ଟକିଜ ଛକ, ଗୋଲବଜାର ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଥିଲା ।

ସମ୍ବଲପୁରରେ ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ ପ୍ରଦର୍ଶନ

ସଂଘର ଦାବି ହେଉଛି 2001 ମସିହା ଠାରୁ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, ପାରା ଟିଚର, ଶିକ୍ଷା ସହାୟକ, ଜୁନିୟର ଟିଚର କଣ୍ଟ୍ରାକଚୁଆଲ, ଜୁନିୟର ଟିଚର, ଗଣ ଶିକ୍ଷକ, MLE ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଚୁକ୍ତି ଭିତ୍ତିକ ଅବଧିକୁ ନିୟମିତ କରିବା, ଏକ୍ସ କ୍ୟାଡର ଉଚ୍ଛେଦ କରି କତ୍ୟାଡର ଭୁକ୍ତ କରାଇବା, ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା ଓ ସପ୍ତମ ବେତନ କମିଶନ ଆଧାରରେ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯିବା ନେଇ ଦାବି କରିଥିଲା ପ୍ରାଥମିକ ଶିକ୍ଷକ ସଂଘ ।

ଦାବି ପୁରଣ ନହେଲେ ଆଗାମୀ ଦିନରେ ଭୁବନେଶ୍ୱର ଠାରେ ସାରା ରାଜ୍ୟର ପ୍ରାଥମିକ ଶିକ୍ଷକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ସଂଘ । ଆଜିର ଆନ୍ଦୋଳନରେ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ । ସେହିପରି ଆଜି ରାୟଗଡା ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କୁ ଉପଯୁକ୍ତ ମାନ୍ୟତା ପ୍ରଦାନ ନୀତିରେ ରାଜ୍ୟ ସରକାର ଟାଳଟୁଳ ନୀତି ଆପଣାଉଥିବାରୁ ଏହାକୁ ପ୍ରତିବାଦ କରିଥିଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ । ଏନେଇ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ପ୍ରାଥମିକ ଶିକ୍ଷକ ସଂଘର ସଦସ୍ୟ ।

ଏହା ମଧ୍ୟ ପଢନ୍ତୁ-ନୟାଗଡ ବନ ବିଭାଗକୁ ସଫଳତା, ଜବତ ହେଲା କଲରାପତରିଆ ବାଘ ଛାଲ, ଶିକାରୀ ଗିରଫ

୬ବର୍ଷର ବର୍ଷର ଠିକା ଚାକିରୀଆଙ୍କୁ ସ୍ଥାୟୀମାନ୍ୟତା ଦେବା, ବିଦ୍ୟାଳୟରେ ନିଯୁକ୍ତ ବିଭିନ୍ନ ବର୍ଗର ଶିକ୍ଷକଙ୍କୁ ମାନ୍ୟତା ପ୍ରଦାନ କରିବା, ପେନସନର ପୁନଃ ପ୍ରଚଳନ ଏବଂ ଏକ୍ସ କ୍ୟାଡର ପ୍ରଥାକୁ କ୍ୟାଡର ଭୁକ୍ତ କରିବା ନେଇ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ।
ସମ୍ବଲପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.