ମା ସମଲେଶ୍ବରୀଙ୍କ ଦର୍ଶନ ସହ ସ୍ବତନ୍ତ୍ର ଆଳତୀ କଲେ ରାଷ୍ଟ୍ରପତି

ମା ସମଲେଶ୍ବରୀଙ୍କ ଦର୍ଶନ ସହ ସ୍ବତନ୍ତ୍ର ଆଳତୀ କଲେ ରାଷ୍ଟ୍ରପତି
ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିରକୁ ଆସି ମାଙ୍କ ଦର୍ଶନ କରିଥିଲେ। ଏଥିସହ ମାଙ୍କ ମନ୍ଦିରରେ ମା ସମଲେଶ୍ଵରୀଙ୍କ ସ୍ବତନ୍ତ୍ର ଆଳତି ମଧ୍ୟ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଉପସ୍ଥିତ ଥିଲେ। ଅଧିକ ପଢନ୍ତୁ
ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କୁ ପୂଜାପାଠ ସହ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସଂଧ୍ୟାରେ ମାଙ୍କ ମନ୍ଦିର ଆସି ପୂଜାର୍ଚ୍ଚନା ସହ ଆଳତୀ କରି ଆଶିଷ ନେଇଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସରସତିଆ ଓ ଆରିଷା ପିଠାର ଭୋଗ ଲଗାଯିବା ସହ ରାଷ୍ଟ୍ରପତିଙ୍କୁ ମଧ୍ୟ ଏହି ଭୋଗ ପ୍ରଦାନ କରାଯାଇଥିଲା ।
ଆଜି ସନ୍ଧ୍ୟାରେ ମହାମହିମ ରାଷ୍ଟ୍ରପତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିରକୁ ଆସି ମାଙ୍କ ଦର୍ଶନ କରିଥିଲେ। ଏଥିସହ ମାଙ୍କ ମନ୍ଦିରରେ ମା ସମଲେଶ୍ଵରୀଙ୍କ ସ୍ବତନ୍ତ୍ର ଆଳତି ମଧ୍ୟ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଉପସ୍ଥିତ ଥିଲେ। ମା ସମଲେଶ୍ଵରୀଙ୍କ ମନ୍ଦିରରେ ରାଷ୍ଟ୍ରପତି ସମଲେଇ ଯୋଜନାରେ ହେଉଥିବା ଉନ୍ନୟନ କାର୍ଯ୍ୟ ସହ ମନ୍ଦିର ଇତିହାସ ନେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଦସ୍ୟଙ୍କୁ ପଚାରି ବୁଝିଥିଲେ। ଏହି ଅବସରରେ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ରାଷ୍ଟ୍ରପତିଙ୍କୁ ହସ୍ତକଳାର ପ୍ରସ୍ତୂତ ସ୍ବତନ୍ତ୍ର ସ୍ମୃତି ଚିତ୍ର ପ୍ରଦାନ କରାଯାଇଥିଲା । ସମଲେଇ ଯୋଜନାରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟକୁ ଦେଖି ରାଷ୍ଟ୍ରପତି ବେଶ ଖୁସି ଥିବା ପୂଜକ କହିଛନ୍ତି । ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ସୁରକ୍ଷା ଦୃଷ୍ଟିରୁ ଅପରାହ୍ନ 2ଟାରୁ ସଂଧ୍ୟା ଯାଏଁ ସାଧାରଣ ଦର୍ଶନ ବନ୍ଦ ଥିଲା ।
ସମ୍ବଲପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗସ୍ତର ଆଜି ପ୍ରଥମ ଦିନରେ ଏମସିଏଲ ହେଲିପ୍ୟାଡରେ ଓହ୍ଲାଇବା ପରେ ସିଧା ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରକୁ ଯାଇ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତୀମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ଏହା ପରେ କିଛି ସମୟର ବିଶ୍ରାମ ପରେ ଅପରାହ୍ନରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିକ୍ଷାନ୍ତ ଭାଷଣ ଦେଇଥିଲେ । ଏହାସହ ଛାତ୍ରଛାତ୍ରୀଙ୍କୁ ମେଡାଲ ପ୍ରଦାନ କରିଥିଲେ । ଆସନ୍ତାକାଲି ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଶାସନ ସ୍ଥିତ ପ୍ଲାବନ ସରୋବରରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ନୂତନ ଭାରତର ନୂତନ ଶିକ୍ଷା ନୀତି ଅଭିଯାନର ଶୁଭାରମ୍ଭ କରିବେ । ଏହାପରେ ପଧାନପାଲି ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଅତିଥୀ ଭାବେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମ ଶେଷ ହେବା ପରେ ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆନ୍ଧ୍ର ପ୍ରଦେଶ ଯିବେ ।
ଇଟିଭି ଭାରତ, ସମ୍ବଲପୁର
