ETV Bharat / state

Onion Price Hike: ସମ୍ବଲପୁରରେ ଅଚାନକ ବଢିଲା ପିଆଜ ଦର, ଛାନିଆ ଗ୍ରାହକ

author img

By

Published : Aug 19, 2023, 10:25 PM IST

ସମ୍ବଲପୁରରେ ବଢିଲା ପିଆଜ ଦର । ରିଟେଲ ମାର୍କେଟରେ ପିଆଜ ଦର କିଲୋ ପିଛା 35 ରୁ 40 ଟଙ୍କାକୁ ବୃଦ୍ଧି । ଅଧିକ ପଢନ୍ତୁ

ସମ୍ବଲପୁରରେ ବଢିଲା ପିଆଜ ଦର
ସମ୍ବଲପୁରରେ ବଢିଲା ପିଆଜ ଦର

ସମ୍ବଲପୁରରେ ବଢିଲା ପିଆଜ ଦର

ସମ୍ବଲପୁର: ସମ୍ବଲପୁରରେ ଅଚାନକ ବଢିଲା ପିଆଜ ଦର । ବର୍ତ୍ତମାନ ଗୋଟିଏ ପଟେ ଟମାଟୋ ଦର ଧିରେଧିରେ ହ୍ରାସ ପାଇ ଆସୁଥିବା ବେଳେ ବର୍ତ୍ତମାନ ସମ୍ବଲପୁର ସହରରେ ପିଆଜ ଲୋକଙ୍କ ଆଖିରୁ ଲୁହ ବାହାର କରିବାକୁ ବସିଲାଣି l କାରଣ ମାତ୍ର 4 / 5 ଦିନ ପୂର୍ବରୁ ପିଆଜ ଦର ରିଟେଲ ମାର୍କେଟରେ କିଲୋ ପିଛା 20 ରୁ 25 ଟଙ୍କା ଥିବା ବେଳେ ବର୍ତ୍ତମାନ ଅଚାନକ ଏହାର ଦର ବୃଦ୍ଧି ପାଇଛି l ରିଟେଲ ମାର୍କେଟରେ ପିଆଜ ଦର କିଲୋ ପିଛା 35 ରୁ 40 ଟଙ୍କା ରହିଛି । ତେବେ ଆଗକୁ ପିଆଜ ଦର କିଲୋ ପିଛା 50 ଟଙ୍କା ପାର କରିଯିବ ବୋଲି ସ୍ଥାନୀୟ ବ୍ୟବସାୟୀ ଆଶଙ୍କା କରୁଛନ୍ତି । ଆଉ ଏଭଳି ସ୍ଥିତିରେ ବର୍ତ୍ତମାନ ସାଧାରଣ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ରୋଷେଇ ଘରର ଉପରେ ଚଡକ ପଡିଛି ।

ସମ୍ବଲପୁର ସହରକୁ ପିଆଜ ମୁଖ୍ୟତଃ ମହାରାଷ୍ଟ୍ର ନାଶିକ ଠାରୁ ଆସିଥାଏ । ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ବର୍ଷାରେ ପିଆଜ ନଷ୍ଟ ହେବାରୁ ପିଆଜ ଦର ବୃଦ୍ଧି ପାଇଥିବା ବେଳେ ଏହାର ପ୍ରଭାବ ସମ୍ବଲପୁରରେ ପଡିଛି । ପିଆଜର ଦର ବୃଦ୍ଧି ଆଗକୁ ଆହୁରି ହେବ ବୋଲି ଲୋକେ ଓ ବ୍ୟବସାୟୀ ଆଶଙ୍କା କରୁଛନ୍ତି । ତେଣୁ କିଛି ଲୋକ ଏବେଠୁ ପିଆଜ ଅଧିକ ମାତ୍ରାରେ କିଣି ଘରେ ମହଜୁଦ ରଖୁଛନ୍ତି ।

ଅଧିକ ପଢନ୍ତୁ: Tomato Price: ଖସିଲା ଟମାଟୋ ଦର, ଆଗକୁ କନ୍ଦାଇବ ପିଆଜ !

ଅନ୍ୟପଟେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍କେଟ ଉପରେ ନଜର ରଖାଯାଇଛି । ପ୍ରତ୍ୟେକ ଦିନ ହୋଲସେଲ ଓ ରିଟେଲ ମାର୍କେଟର ଦର ଯାଞ୍ଚ କରାଯାଇ ରିପୋର୍ଟ ପଠାଯାଉଛି । ସରକାରୀ ହିସାବରେ ବର୍ତ୍ତମାନ ମାର୍କେଟରେ ପିଆଜ ଦର 22 ଟଙ୍କାରୁ 29 ଟଙ୍କା ମଧ୍ୟରେ ରହିଛି l ଅନ୍ୟପଟେ ରିଟେଲ ମାର୍କେଟରେ ପିଆଜ କିଲୋ ପିଛା 35ରେ ରହିଛି । ତେବେ ପ୍ରତ୍ୟେକ ବର୍ଷ ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ପିଆଜ ଅଣାଯାଇ ସ୍ଥାନୀୟ ଲୋକଙ୍କ ଚାହିଦା ପୂରଣ କରାଯାଉଥିବା ବେଳେ ବର୍ତ୍ତମାନ ଆନ୍ଧ୍ରର ଚାଷୀଙ୍କୁ ସ୍ଥାନୀୟ ବ୍ୟବସାୟୀ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ଆସିନି l ଫଳରେ ପିଆଜ ଦର ବୃଦ୍ଧି ହେଉଛି । ଯଦି ଆନ୍ଧ୍ର ପିଆଜ ଆସିଯାଏ ତାହେଲେ ଦର ବୃଦ୍ଧି ନିୟନ୍ତ୍ରଣ ହୋଇଯିବ । ନଚେତ ଆଗକୁ କିଛି ଦିନ ଦର ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.