ଓଡିଶାରେ ଫାର୍ମା କମ୍ପାନୀ ଖୋଲିବେ ଯୁବ ବୈଜ୍ଞାନିକ ଶେଷ କିସାନ

author img

By

Published : Nov 23, 2022, 7:34 AM IST

ଓଡିଶାରେ ଫର୍ମା କମ୍ପାନୀ ଖୋଲିବେ ଯୁବ ବୈଜ୍ଞାନିକ ଶେଷ କିସାନ

ଜର୍ମାନୀରୁ ଫେରି ଓଡିଶାରେ ରହିବେ ସମ୍ବଲପୁର ରେଢାଖୋଲ ଅଞ୍ଚଳର ଯୁବ ବୈଜ୍ଞାନିକ ଶେଷ କିସାନ (Young scientist Sesha Kishan) । ଆଗକୁ ଓଡିଶାରେ ଏକ ଫାର୍ମା କମାନୀ ଲଞ୍ଚ କରିବେ ଶେଷ କିସାନ । "Dr ଶେଷ କିସାନ ଫାର୍ମା ପ୍ରାଇଭେଟ ଲିମିଟେଡ" ନାଁରେ ଖୋଲିବେ କମ୍ପାନୀ l ନିଜର ବିବାହର ରିସେପସନ ପାର୍ଟିରେ ସେ ଏହି ସୂଚନା ଦେଇଛନ୍ତି l ଅଧିକ ପଢନ୍ତୁ

ସମ୍ବଲପୁର: ଜର୍ମାନୀରୁ ଫେରି ଓଡିଶାରେ ରହିବେ ସମ୍ବଲପୁର ରେଢାଖୋଲ ଅଞ୍ଚଳର ଯୁବ ବୈଜ୍ଞାନିକ ଶେଷ କିସାନ (Young scientist Sesha Kishan) । ଆଗକୁ ଓଡିଶାରେ ଏକ ଫାର୍ମା କମାନୀ ଲଞ୍ଚ କରିବେ ଶେଷ କିସାନ । "Dr ଶେଷ କିସାନ ଫାର୍ମା ପ୍ରାଇଭେଟ ଲିମିଟେଡ"ନାଁରେ ଖୋଲିବେ କମ୍ପାନୀ । ଗତକାଲି ନିଜର ବିବାହର ରିସେପସନ ପାର୍ଟିରେ ସେଏହି ସୂଚନା ଦେଇଛନ୍ତି l

ଓଡିଶାରେ ଫର୍ମା କମ୍ପାନୀ ଖୋଲିବେ ଯୁବ ବୈଜ୍ଞାନିକ ଶେଷ କିସାନ

ନିଜ କମ୍ପାନୀକୁ ଭାରତରେ ନମ୍ବର 1 କରିବାକୁ ଚେଷ୍ଟା କରିବେ ବୋଲି ଶେଷ କିସାନ କହିଛନ୍ତି । ଆଗାମୀ 4 ମାସ ଭିତରେ ପ୍ରଡକ୍ଟ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି l ଦେଶ ବାହାରୁ ବହୁତ ଅଫର ଆସିଥିବା ସତ୍ତ୍ବେ ସେ ଓଡିଶାରେ ରହି ଲୋକଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ନିଜ ଜନ୍ମ ମାଟି ପାଇଁ କିଛି କରିବାର ଇଚ୍ଛା ଅଛି ଓ ଏଥିପାଇଁ ରାଜ୍ୟ ସରକାରଙ୍କ ଠାରୁ ସହଯୋଗ ମିଳିଛି ବୋଲି ସେ କହିଛନ୍ତି । ଏହାସହ ରାଜନୀତିରୁ ଦୁରେଇ ରହିବେ ଓ ଆଗକୁ ରାଜନୀତି କରିବେ ନାହିଁ । ଆଗକୁ ଟିକଟ ମିଳିଲେ ମଧ୍ୟ ରାଜନୀତିରେ ପଶିବେ ନାହିଁ ବୋଲି କହିଛନ୍ତି ।

ନିଜ କମ୍ପାନୀରେ ସ୍ଥାନୀୟ ନିଯୁକ୍ତିକୁ ପ୍ରାଧାନ୍ୟ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଯୁବ ବୈଜ୍ଞାନିକ ଶେଷ କିସାନ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.