ସମଲେଶ୍ବରୀଙ୍କ ଠାରେ ଲାଗିଲା ନବାନ୍ନ, ପାଳିତ ହେଲା ନୂଆଁଖାଇ

author img

By

Published : Sep 11, 2021, 1:51 PM IST

ସମଲେଶ୍ବରୀଙ୍କ ଠାରେ ଲାଗିଲା ନବାନ୍ନ, ପାଳିତ ହେଲା ନୂଆଁଖାଇ

ଆଜି ହେଉଛି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ। ଏନେଇ ଧାର୍ଯ୍ୟ ସମୟ 10 .15 ରୁ 10.25 ମଧ୍ୟରେ ସମଲେଶ୍ବରୀଙ୍କ ଠାରେ ଲାଗିଲା ନବାନ୍ନ । ପାଳିତ ହେଲା ନୂଆଁଖାଇ । ଅଧିକ ପଢନ୍ତୁ...

ସମ୍ବଲପୁର: ଆଜି ହେଉଛି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ। ଏନେଇ ଆଜି ଭୋର 4 ଟା ସମୟରେ ମୁଖ୍ୟ ପୂଜକ ସହ ପୂଜକ ବୃନ୍ଦ ମା’ଙ୍କ ମୁଖ୍ୟ ଦ୍ବାର ଖୋଲିବା ପରେ ବିଧିପୂର୍ବକ ସ୍ନାନ କରେଇବା ସହ ପାଟ ବସ୍ତ୍ର ପରିଧାନ କାରଇଥିଲେ । ପରେ ମା’ଙ୍କୁ ଅଳଙ୍କାରରେ ସୁସଜ୍ଜିତ କରାଇଥିଲା। ଏହା ପରେ ମନ୍ଦିର ପରିସରରେ ମୁରୁଜ ଓ ଝୋଟି ଅଙ୍କା ଯାଇଥିଲା। ଅନ୍ୟ ପୂଜକଙ୍କ ସହ ମୁଖ୍ୟ ପୂଜକଙ୍କ ଘରୁ ନବାନ୍ନ ସହ ନାନାଦି ପ୍ରସାଦ ଓ ପୂଜା ସାମଗ୍ରୀ ମାଙ୍କ ପାଖକୁ ଆସିଥିଲା।

ସମଲେଶ୍ବରୀଙ୍କ ଠାରେ ଲାଗିଲା ନବାନ୍ନ, ପାଳିତ ହେଲା ନୂଆଁଖାଇ

ଧାର୍ଯ୍ୟ ସମୟ 10 .15 ରୁ 10.25 ମଧ୍ୟରେ ମା’ଙ୍କ ଠାରେ ନବାନ୍ନ ଲାଗି ହେବା ପରେ ମହା ଆଳତି ହୋଇଥିଲା। ଏହା ପରେ ମନ୍ଦିର ପରିସରରେ ଥିବା 115 ପାର୍ଶ୍ଵ ଦେବା ଦେବୀଙ୍କ ଠାରେ ବିଧିପୂର୍ବକ ନବାନ୍ନ ଅର୍ପଣ କରାଯାଇଥିଲା। ତେବେ ଘରେ ଘରେ ନୂଆଁଖାଇ ପାଳନ କରାଯିବ ସହ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ସମଲେଶ୍ବରୀଙ୍କ ଠାରେ ଲାଗିଲା ନବାନ୍ନ, ପାଳିତ ହେଲା ନୂଆଁଖାଇ
ସମଲେଶ୍ବରୀଙ୍କ ଠାରେ ଲାଗିଲା ନବାନ୍ନ, ପାଳିତ ହେଲା ନୂଆଁଖାଇ

ଏପଟେ 12 ଟା 30 ରୁ 5 ଟା 30 ମଧ୍ୟରେ ଶ୍ରଦ୍ଧାଳୁମାନେ ମାଁଙ୍କ ଦର୍ଶନ କରିପରିବେ ବୋଲି କୁହାଯାଇଛି ।



ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.