ETV Bharat / state

ସିକ୍ରେଟ ଚାମ୍ବରରେ କୋରାପୁଟରୁ ୟୁପି ଯାଉଥିଲା ଗଞ୍ଜେଇ, ସମ୍ବଲପୁରରେ ମାଡି ବସିଲା ଅବକାରୀ

author img

By

Published : Sep 19, 2022, 8:18 AM IST

ସମ୍ବଲପୁର ଝାରସୁଗୁଡା ରାସ୍ତା ନିକଟରୁ 10 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ସମ୍ବଲପୁରରୁ 10 ଲକ୍ଷର ଗଞ୍ଜେଇ ଜବତ, 2 ଗିରଫ
ସମ୍ବଲପୁରରୁ 10 ଲକ୍ଷର ଗଞ୍ଜେଇ ଜବତ, 2 ଗିରଫ

ସମ୍ବଲପୁର: ସମ୍ବଲପୁରର ଅବକାରୀ ବିଭାଗକୁ ବଡ଼ ସଫଳତା । ରବିବାର ସମ୍ବଲପୁର ଅବକାରୀର ଗୁଇନ୍ଦା ବିଭାଗ ସମ୍ବଲପୁର ଝାରସୁଗୁଡା ରାସ୍ତାର ଶାସନ ଠାରେ ଏକ ଟାଟା ସୁମୋ ଗାଡିରୁ 10 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏହାସହ ଏହି ଘଟଣାରେ ସାମିଲ ଥିବା 2 ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ସମ୍ବଲପୁରରୁ 10 ଲକ୍ଷର ଗଞ୍ଜେଇ ଜବତ, 2 ଗିରଫ

ସୂଚନା ଅନୁସାରେ ଏହି ଗଞ୍ଜେଇ କୋରାପୁଟରୁ ଉତ୍ତର ପ୍ରଦେଶକୁ ଚୋରା ଚାଲାଣ ହେଉଥିଲା । ତେବେ ଏହି ଗଞ୍ଜେଇ ଚୋରା ଚାଲାଣ ଏତେ ଅଭିନବ ଉପାୟରେ କରାଯାଉଥିଲା ଯେ ଯାହାକୁ ଦେଖିଲେ ସାଧରଣ ଲୋକ ଆଶ୍ଚର୍ଯ୍ୟ ହୋଇଯିବ । ଗାଡିର ସିଲିଂ ତଳେ ଏକ ସିକ୍ରେଟ ଚାମ୍ବର କରି ସେଥିରେ ଗଞ୍ଜେଇକୁ ଛୋଟ ଛୋଟ ପୁଡ଼ିଆରେ ଭର୍ତ୍ତି କରି ସିଲ୍ କରାଯାଇ ଚାଲାଣ ହେଉଥିଲା । ଜବତ ହୋଇଥିବା ଗଞ୍ଜେଇର ଓଜନ ପ୍ରାୟ ୧ କ୍ୱିଣ୍ଟାଲ 2 କେଜି ହେବ ।

ତେବେ ଏହା ପୂର୍ବରୁ ଏହି ଗ୍ୟାଙ୍ଗ ଏହି ଉପାୟରେ ଅନେକ ଥର ଗଞ୍ଜେଇ ଚୋରା ଚାଲାଣ କରିଥାଇ ପାରନ୍ତି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଚାଲିଥିବା ବେଳେ ଆଉ କିଏ କିଏ ଏଥିରେ ସମ୍ପୃକ୍ତି ଅଛନ୍ତି ବୋଲି ତାହାର ଖୋଳତାଡ଼ କରୁଛି ଅବକାରୀ ବିଭାଗ । ତେବେ ରବିବାର କୋରାପୁଟରୁ ମଧ୍ୟ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି ।

ଏହାମଧ୍ୟ ପଢ଼ନ୍ତୁ......କୋରାପୁଟରୁ ୧୮ ଲକ୍ଷର ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ ଜୟପୁର ଘାଟିର ଶିବ ମନ୍ଦିର ନିକଟରୁ ୧୮୦ କେଜି ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ । ଗିରଫ ଅଭିଯୁକ୍ତ ଜଣକ ନନ୍ଦପୁର ଥାନା ଭିତରସୁବାଇ ଗ୍ରାମର ଜିତେନ୍ଦ୍ର ପାଙ୍ଗୀ ବୋଲି ଜଣାପଡିଛି । ଜୟପୁର ସଦର ଥାନା କୋରାପୁଟ-ଜୟପୁର ଘାଟିର ଶିବ ମନ୍ଦିର ନିକଟରୁ ଏହି ସବୁ ଗଞ୍ଜେଇ ଜବତ କରାଯାଇଛି ।

ଏକ ପିକଅପ ଭ୍ୟାନରେ ଓଡିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଗାଡିଟି କୋରାପୁଟ-ଜୟପୁର ଘାଟି ଶିବ ମନ୍ଦିର ନିକଟରେ ଅଟକି ରହିଥିବା ବେଳେ ଏନେଇ ବିଶେଷସୁତ୍ରରୁ ଖବର ପାଇଥିଲେ ଅବକାରୀ କମିଶନର ଆଶିଷ କୁମାର ସିଂହ । ଏହାପରେ ଅବକାରୀ କମିଶନରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ ଓ ଜୟପୁର ଅବକାରୀ ଇନିସପେକ୍ଟର ଦୁର୍ବାଦଳ ବିଶ୍ୱାଳଙ୍କ ନେତୃତ୍ୱରେ ଜୟପୁର-କୋରାପୁଟ ୨୬ ନଂ ଜାତୀୟ ରାଜପଥରେ ପାଟ୍ରୋଲିଂ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.