କୋରାପୁଟରୁ ୧୮ ଲକ୍ଷର ଗଞ୍ଜେଇ ଜବତ, ଜଣେ ଗିରଫ

author img

By

Published : Sep 18, 2022, 7:42 AM IST

କୋରାପୁଟରୁ ୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ ଜୟପୁର ଘାଟିର ଶିବ ମନ୍ଦିର ନିକଟରୁ ୧୮୦ କେଜି ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ

କୋରାପୁଟ: ଜିଲ୍ଲା ଅବକାରୀ ବିଭାଗକୁ ସଫଳତା, ୧୮୦ କେଜି ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ । ଗିରଫ ଅଭିଯୁକ୍ତ ଜଣକ ନନ୍ଦପୁର ଥାନା ଭିତରସୁବାଇ ଗ୍ରାମର ଜିତେନ୍ଦ୍ର ପାଙ୍ଗୀ ବୋଲି ଜଣାପଡିଛି । ଜୟପୁର ସଦର ଥାନା କୋରାପୁଟ-ଜୟପୁର ଘାଟିର ଶିବ ମନ୍ଦିର ନିକଟରୁ ଏହି ସବୁ ଗଞ୍ଜେଇ ଜବତ କରାଯାଇଛି ।

କୋରାପୁଟରୁ ୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ମିଳିଥିବା ସୂଚନା ଅନୁଯାୟୀ, ଏକ ପିକଅପ ଭ୍ୟାନରେ ଓଡିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଗାଡିଟି କୋରାପୁଟ-ଜୟପୁର ଘାଟି ଶିବ ମନ୍ଦିର ନିକଟରେ ଅଟକି ରହିଥିବା ବେଳେ ଏନେଇ ବିଶେଷସୁତ୍ରରୁ ଖବର ପାଇଥିଲେ ଅବକାରୀ କମିଶନର ଆଶିଷ କୁମାର ସିଂହ । ଏହାପରେ ଅବକାରୀ କମିଶନରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ ଓ ଜୟପୁର ଅବକାରୀ ଇନିସପେକ୍ଟର ଦୁର୍ବାଦଳ ବିଶ୍ୱାଳଙ୍କ ନେତୃତ୍ୱରେ ଜୟପୁର-କୋରାପୁଟ ୨୬ ନଂ ଜାତୀୟ ରାଜପଥରେ ପାଟ୍ରୋଲିଂ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-VSSUT ହେବ ରୂପାନ୍ତରିକରଣ, ୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି

ଘାଟର ଶିବ ମନ୍ଦିର ନିକଟରେ ଉକ୍ତ ଭ୍ୟାନକୁ ଠାବ କରି ଯାଞ୍ଚ କରିବା ସମୟରେ ସେଥିରୁ ୯ଟି ଜରି ଅଖାରେ ପ୍ୟାକିଂ କରାଯାଇଥିବା ୧୮୦ କିଲୋ ଗଞ୍ଜେଇ ଜବତ ହୋଇଥିଲା । ଯାହର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଅବକାରୀ ଟିମ୍ ଏହି ଘଟଣାରେ ଜଣେ ଗିରଫ କରିଥିବା ବେଳେ ଗଞ୍ଜେଇ, ସମ୍ପୃକ୍ତ ପିକଅପ୍ ଭ୍ୟାନ୍, ଗୋଟିଏ ପଲସର ବାଇକ ଜବତ କରିଥିଲା ପୋଲିସ । ବାଇକ ଚାଳକ ଓ ପିକଅପ ଭ୍ୟାନ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ଏନେଇ ଜୟପୁର ଅବକାରୀ ଥାନାରେ ଏନଡିପିଏସ୍ ଆକ୍ଟରେ ଏକ ମାମଲା ରୁଜୁ ହୋଇଥିବାବେଳେ ଇନସପେକ୍ଟର ଦୁର୍ବାଦଳ ବିଶ୍ୱାଳ ତଦନ୍ତ ଜାରି ରଖିଥିବା ଅବକାରୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।

ସେହିପରି ସେପ୍ଟେମ୍ବର ୭ ତାରିଖରେ ରାଜଧାନୀ ଭୁବନେଶ୍ବରରେ ଏଗ ଗଞ୍ଜେଇ ଭର୍ତ୍ତି କାର ଜବତ ହୋଇଥିଲା । ଖୋର୍ଦ୍ଧା ପଟୁ ଏକ କାର ଯୋଗେ ତିନି ଜଣ ଗଞ୍ଜେଇ ଚାଲାଣକାରୀ ଭୁବନେଶ୍ବର ଦେଇ ଯାଉଥିବା ବେଳେ ପୋଲିସ ଅଟକାଇ ଯାଞ୍ଚ କରିଥିଲା । ଏହି ସମୟରେ କାରରକୁ 1 କ୍ବିଣ୍ଟାଲ ଗଞ୍ଜେଇ ଜବତ ହେବା ସହ 5 ଜଣଙ୍କୁ ପୋଲିସ ଗିରଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.