ETV Bharat / state

ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେବେ ସମଲେଶ୍ବରୀ, ଭକ୍ତଙ୍କ ପାଇଁ ଆସିଲା ଗାଇଡଲାଇନ

author img

By ETV Bharat Odisha Team

Published : Oct 13, 2023, 9:40 PM IST

Updated : Oct 13, 2023, 9:59 PM IST

ଆସନ୍ତାକାଲି (ଶନିବାର) ମହାଳୟା । ପ୍ରତ୍ୟେକ ବର୍ଷ ଏହି ଦିନରେ ମା' ସମଲେଶ୍ୱରୀ ଧବଳମୁଖୀ ବେଶ ବା ଗଙ୍ଗା ବେଶରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦିଅନ୍ତି । ଏଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଧିକ ପଢ଼ନ୍ତୁ

ମା' ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ
ମା' ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ମା' ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର: ଆସନ୍ତାକାଲି (ଶନିବାର) ମହାଳୟା । ପ୍ରତ୍ୟେକ ବର୍ଷ ଏହି ଦିନରେ ମା' ସମଲେଶ୍ୱରୀ ଧବଳମୁଖୀ ବେଶ ବା ଗଙ୍ଗା ବେଶରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦିଅନ୍ତି । ଏଥିପାଇଁ ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସମ୍ବଲପୁର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା ଓ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଏବଂ ଜିଲ୍ଲା ପ୍ରଶାସନର ପ୍ରମୁଖ ଅଧିକାରୀଙ୍କ ସହ ସମଲେଶ୍ୱରୀ ମନ୍ଦିର ପରିସର ପରିଦର୍ଶନ କରି ପ୍ରସ୍ତୁତି ଯାଞ୍ଚ କରିଛନ୍ତି । ଏହାସହ ଆସନ୍ତାକାଲି ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି କରିଛନ୍ତି ।

ତେବେ ପବିତ୍ର ମହାଳୟା ପାଇଁ ସମଲେଶ୍ୱରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି କରାଯାଇଛି । ବର୍ଷ ତମାମ ମା' ସମଲେଶ୍ୱରୀ ସିନ୍ଦୁରମୁହିଁ ବେଶରେ ଦର୍ଶନ ଦେଉଥିବା ବେଳେ କେବଳ ମହାଳୟା ତିଥିରେ ମା' ସମଲେଶ୍ୱରୀ ଧବଳମୁଖୀ ବେଶ ବା ଗଙ୍ଗା ବେଶରେ ଦର୍ଶନ ଦିଅନ୍ତି । ଶ୍ରାଦ୍ଧ କଲା ପରେ ଗଙ୍ଗା ସ୍ନାନର ଵିଧି ଥିବା ବେଳେ ଯେଉଁମାନେ ଗଙ୍ଗା ଯାଇ ପାରନ୍ତି ନାହିଁ ସେହି ଲୋକମାନେ ମା' ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ତେଣୁ ମହାଳୟା ତିଥିରେ ମା'ଙ୍କ ଧବଳମୁଖୀ ବେଶର ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏଥିପାଇଁ ଆସନ୍ତାକାଲି ମନ୍ଦିରରେ ଅଧିକ ଗହଳି ହେବାର ସମ୍ଭାବନା ଥିବାରୁ କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁ ଭୋଗ, ନୈବେଦ୍ୟ ନେଇ ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ । ସେମାନେ କେବଳ ଦର୍ଶନ କରିବେ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଗାଇଡ଼ ଲାଇନ ଜାରି କରିଛି । ଏନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି l

ଏହା ମଧ୍ୟ ପଢ଼ନ୍ତୁ....ଦଶହରାରେ ସମଲେଶ୍ୱରୀଙ୍କ ପୂଜା ବିଧି

ସେପଟେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମା'ଙ୍କ ମନ୍ଦିରରେ ବ୍ୟାରିକେଟ ତିଆରି କରାଯାଇଛି ଓ ଧାଡି ଦର୍ଶନର ବ୍ୟବସ୍ଥା ମଧ୍ୟ ହୋଇଥିବା ସୂଚନା ଦିଆଯାଇଛି । ଏହାସହ ପ୍ରବଳ ଗରମ ହେଉଥିବାରୁ ଛାଇର ବ୍ୟବସ୍ଥା କରାଯିବା ସହ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରାଯାଇଛି । ସକାଳ 6 ଟାରୁ ରାତି 10 ଟା ଯାଏଁ ଶ୍ରଦ୍ଧାଳୁ ମାନେ ମା'ଙ୍କ ଦର୍ଶନ କରି ପରିବେ । ଏହି ସମୟ ମଧ୍ୟରେ କେତେକ ନିର୍ଦ୍ଧିଷ୍ଟ ପୂଜା ଵିଧି ପାଇଁ କିଛି ସମୟ ପାଇଁ ମା'ଙ୍କ ମନ୍ଦିରରେ ପହଡ ପଡିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Oct 13, 2023, 9:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.