ଦଶହରାରେ ସମଲେଶ୍ୱରୀଙ୍କ ପୂଜା ବିଧି

author img

By

Published : Sep 30, 2022, 9:04 PM IST

ଦଶହରାରେ ସମଲେଶ୍ୱରୀଙ୍କ ପୂଜା ବିଧି

ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ହେଉଛନ୍ତି ମା' ସମଲେଶ୍ୱରୀ । ସମ୍ବଲପୁରର ମା' ଙ୍କ ଏହି ପୀଠ ପଶ୍ଚିମ ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ।ଦଶହରା ସମୟରେ ଏହି ପୀଠ ରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ । ପୂଜା ତଥା ରୀତି ନୀତି ରେ ଟିକିଏ ତୃଟି ରହିଲେ ଅନିଷ୍ଟ ହୋଇଥାଏ ବୋଲି କୁହନ୍ତି ପୂଜକ । ଅଧିକ ପଢନ୍ତୁ

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ । ଜିଲ୍ଲାରେ ମା' ଙ୍କ ଏହି ପୀଠ ପଶ୍ଚିମ ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ । ଦଶହରା ସମୟରେ ଏହି ପୀଠରେ ହୋଇଥାଏ ସ୍ବତନ୍ତ୍ର ପୂଜାର୍ଚ୍ଚନା । ପୂଜା ତଥା ରୀତି ନୀତି ରେ ଟିକିଏ ତୃଟି ରହିଲେ ଅନିଷ୍ଟ ହୋଇଥାଏ ବୋଲି କୁହନ୍ତି ପୂଜକ ।

ତେବେ ସୂଚନା ଅନୁଯାୟୀ, ମା ସମଲେଶ୍ବରୀଙ୍କ ପୀଠରେ ଦଶହରା ସମୟରେ ଏଠାରେ ଅନୁଷ୍ଠିତ ହୋଇଥାଏ ସ୍ବତନ୍ତ୍ର ପୂଜାର୍ଚ୍ଚନା । ଦଶହରା ସମୟରେ ଏଠାରେ ମାନସିକ ପୂରଣ ପାଇଁ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ମୂଳାଷ୍ଟମୀ ରୁ ମହାଷ୍ଟମୀ ଯାଏଁ ଏଠାରେ 16 ଦିନ ଧରି ସମଲେଶ୍ବରୀ ଙ୍କ ଷୋଡଶ ଉପଚାର ପୂଜା ହୋଇଥାଏ । ମୂଳାଷ୍ଟମୀ ଠାରୁ ସମଲେଶ୍ବରୀ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଜ୍ୟୋତିସ୍ବରୂପ ରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଏହି ସମୟରେ ମୂଖ୍ୟ ପୂଜକଙ୍କୁ ଅତି ନିଷ୍ଠାର ସହ ପୂଜା କରିବାକୁ ପଡିଥାଏ । ଏହି ପୀଠରେ ରାଜସିକ ପଦ୍ଧତିରେ ପୂଜା ହେଉଥିବା ବେଳେ ଏଠାରେ ବ୍ରାହ୍ମଣ ପରିବର୍ତ୍ତେ କ୍ଷତ୍ରିୟମାନେ ପୂଜା କରିବାର ପରମ୍ପରା ରହିଛି ।

ଏହି ସମୟରେ ମୁଖ୍ୟ ପୂଜକ ବାହାର ଖାଦ୍ୟ ବର୍ଜନ କରି ଗୋଟିଏ ଓଳି ଉପବାସ କରି ପୂଜା କରନ୍ତି । ଏହି ସମୟରେ ପୂଜକ ବ୍ରହ୍ମଚାର୍ଯ୍ୟ ପାଳନ କରନ୍ତି ଏଥିସହ ଭୂମିରେ ମଧ୍ୟ ଶୟନ କରନ୍ତି । ପୂଜା ବିଧି ରେ ଟିକିଏ ତୃଟି ହେଲେ ସାଙ୍ଗେ ସାଙ୍ଗେ ଅନିଷ୍ଟ ହୋଇଥିବା ନେଇ କୁହାଯାଇଛି ।

ଏନେଇ ସମଲେଶ୍ବରୀ ମନ୍ଦିର ର ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି, " ସମଲେଶ୍ବରୀଙ୍କ ମନ୍ଦିରରେ ଷୋହଳ ପ୍ରକାର ପୂଜା ଅଛି । ସବୁଦିନ ଭିନ୍ନ ଭିନ୍ନ ପ୍ରକାର ଭୋଗ ମଧ୍ୟ ଲାଗୁଛି । ଖାଦ୍ୟ ବର୍ଜନ କରି ଗୋଟିଏ ଓଳି ଉପବାସ କରୁଛୁ । ଏଥିସହ ଖଟରେ ମଧ୍ୟ ନ ଶୋଇ ଭୂମିରେ ଶୋଇବାକୁ ପଡୁଛି ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.